worker
ବେଙ୍ଗଲୁରୁ : ପୁରା ବେଙ୍ଗଲୁରୁ ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା । ଏହାର କାରଣ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ଆଶାକର୍ମୀଙ୍କ ବିରାଟ ବିକ୍ଷୋଭ । ଏହି ଦୁଇ ଦିନିଆ ବିକ୍ଷୋଭରେ ୩୦ ହଜାରରୁ ଅଧିକ ଆଶାକର୍ମୀ ଭାଗ ନେଇଛନ୍ତି । ନିୟମିତ ଭାବେ ଦରମା ଦାବି କରି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଆଶାକର୍ମୀଙ୍କ ଅଭିଯୋଗ ହେଲା, କିଛି ମାସ ହେଲା ସେମାନେ ଆଦୌ ଦରମା ନ ପାଇବାରୁ ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ତା ସହିତ ମାସକୁ ମାତ୍ର ୨ ହଜାର ଟଙ୍କା ମିଳୁଥିବାରୁ ଏଥିରେ ଚଳିବା ସମ୍ଭବ ନୁହେଁ । ଦରମା ବୃଦ୍ଧି ସହିତ ନିୟମିତ ଭାବେ ଏହା ପ୍ରଦାନ କରିବାକୁ ଦାବି କରିଛନ୍ତି ଆଶା କର୍ମୀ ।
୩୦ ହଜାରରୁ ଅଧିକ ଆଶାକର୍ମୀ ଆନ୍ଦୋଳନ କରି ବେଙ୍ଗଲୁରୁକୁ କିଛି ସମୟ ପାଇଁ ଏକ ପ୍ରକାର ଠପ୍ କରିଦେଇଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ ହେବ ବୋଲି ସେମାନେ ଧମକ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/worker_1626688904.jpg)