Advertisment

ବାହାହେବା ପାଇଁ ୮୦ କି.ମି ଚାଲିଚାଲି ବର ଘରେ ପହଞ୍ଚିଲା କନ୍ୟା

କାନପୁର: କରୋନା ମାହାମାରୀକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ଦେଶରେ ଶୁଭ ମାଙ୍ଗଳିକ କାର୍ଯ୍ୟଗୁଡିକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ କରୋନା ଭାଇରସ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରୁଥିବାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଜଣେ ଯୁବତୀଙ୍କର ବାହାଘର ହେବା ପାଇଁ ମେ’୪ ତାରିଖକୁ ସ୍ଥିର କରାଯାଇଥିଲା। କିନ୍ତୁ ଯୁବତୀଙ୍କର ବାହାଘରଟି ଲକ୍‌ଡାଉନ୍‌ ଯୋଗୁ ବାରମ୍ୱାର ଘୁଞ୍ଚିଥିବାରୁ ସେ ନିଜ ଘର ଛାଡି ୮୦ କିମି […]

ବାହାହେବା ପାଇଁ ୮୦ କି.ମି ଚାଲିଚାଲି ବର ଘରେ ପହଞ୍ଚିଲା କନ୍ୟା

marraie

Advertisment

କାନପୁର: କରୋନା ମାହାମାରୀକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ଦେଶରେ ଶୁଭ ମାଙ୍ଗଳିକ କାର୍ଯ୍ୟଗୁଡିକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ କରୋନା ଭାଇରସ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରୁଥିବାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଜଣେ ଯୁବତୀଙ୍କର ବାହାଘର ହେବା ପାଇଁ ମେ’୪ ତାରିଖକୁ ସ୍ଥିର କରାଯାଇଥିଲା। କିନ୍ତୁ ଯୁବତୀଙ୍କର ବାହାଘରଟି ଲକ୍‌ଡାଉନ୍‌ ଯୋଗୁ ବାରମ୍ୱାର ଘୁଞ୍ଚିଥିବାରୁ ସେ ନିଜ ଘର ଛାଡି ୮୦ କିମି ଚାଲିଚାଲି ବରଘର ଗାଁରେ ପହଞ୍ଚଥିଲେ।

Advertisment

ଖବର ଅନୁଯାୟୀ, କାନପୁର ଅଞ୍ଚଳର ଥିବା ମଙ୍ଗଲପୁରର ବାସିନ୍ଦା ୧୯ବର୍ଷର ଗୋଲ୍ଡି ୧୨ ଘଣ୍ଟା ଚାଲିଚାଲି ବର ବୀରେନ୍ଦ୍ର କୁମାର ରାଠୋର ଗାଁ ବୈସାପୁରରେ ପହଞ୍ଚିଥିଲେ। ପରେ ବରଘର ପରିବାର ଲୋକେ ହଠାତ୍‌ ଗୋଲ୍ଡିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତଥାପି ସେମାନେ ଗୋଲ୍ଡିର ସ୍ୱାଗତ କରିବା ସହ ବାହାଘର ପାଇଁ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ଉଭୟ ପରିବାରଙ୍କ ସହମତି ନେଇ ଗୋଲ୍ଡି ଓ ବୀରେନ୍ଦ୍ରର ବାହାଘର ଗାଁର ଏକ ମନ୍ଦିରରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ କରାଯାଇଥିଲା। ଗ୍ରାମବାସୀ ମଧ୍ୟ ଦୁହିଁଙ୍କ ବାହାଘରକୁ ସମର୍ଥନ କରିବା ସହ ସମସ୍ତେ ସାମାଜିକ ଦୂରତା ବଜାୟ ରଖିଥିଲେ।

ଗୋଲ୍ଡିଙ୍କ କହିବା ଅନୁଯାୟୀ ମେ’୪ରେ ବାହାଘର ତାରିଖ ଧାର୍ଯ୍ୟ କରାଯାଇଥିଲା।  କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ବାହାଘରକୁ ସ୍ଥଗିତ ରଖାଯାଇଥିଲା। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଥିଲା। ଏନେଇ ପରିବାର ଲୋକେ ପୁଣିଥରେ ବାହାଘରକୁ ଘୁଞ୍ଚାଇବା ପାଇଁ ଚିନ୍ତା କରୁଥିଲେ। କିନ୍ତୁ ମୁଁ ବାହାଘରକୁ ସ୍ଥଗିତ ରଖିବାକୁ ଚାହୁଁନଥିଲି କି କରୋନା ମହାମାରୀକୁ ମୋ ବାହାଘର ମଧ୍ୟରେ  ଆସିବାକୁ ଦେବି ନାହିଁ। ଘରେ କାହାକୁ କିଛି ନକହି ଘରୁ ବାହାରିଥିଲି।

Advertisment

ଗୋଲ୍ଡି ୧୨ ଘଣ୍ଟା ଚାଲିଚାଲି ୮୦କି.ମି ଯାତ୍ରା କରି ବୀରେନ୍ଦ୍ରର ଗାଁରେ ପହଞ୍ଚିଥିଲେ। ସେହି ସମୟରେ ଗୋଲ୍ଡି କିଛି ଖାଦ୍ୟ ମଧ୍ୟ ଖାଇନଥିବା କହିଛନ୍ତି। ଗୋଲ୍ଡିଙ୍କ ପାଖରେ କେବଳ ଗୋଟେ ବ୍ୟାଗ୍‌ ଥିଲା। ସେଥିରେ ସେ କିଛି କପଡା ରଖିଥିଲେ।

ଗୋଲ୍ଡି ବୀରେନ୍ଦ୍ରଙ୍କ ଗାଁରେ ପହଞ୍ଚିବା ମାତ୍ରେ ଉଭୟ ପରିବାର ଲୋକଙ୍କ ସହମତିରେ ମନ୍ଦିରରେ ବାହାଘର ହୋଇଥିଲା। ଦୁହେଁ ମାସ୍କ ପିନ୍ଧିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ