Advertisment

ବଡ଼ ଝଟକା ! ଆଉ ଦେଖିବାକୁ ମିଳିବନି କଙ୍ଗନାଙ୍କ ଟ୍ୱିଟ୍‌.. ସବୁଦିନ ପାଇଁ ହେଲା ସସ୍‌ପେଣ୍ଡ..

ନୂଆଦିଲ୍ଲୀ: ନିଜ ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ଏବେ ପୁଣି ଚର୍ଚ୍ଚାରେ। ବିବାଦୀୟ ଟୁଇଟ କରି ଲୋକଙ୍କ ରୋଷର ଶିକାର ହେଉଥିବା କଙ୍ଗନା ପୁଣି ଏକ ବିବାଦରେ ଫସିଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ…

ଅଦ୍ୟତନ ହୋଇଛି
ବଡ଼ ଝଟକା ! ଆଉ ଦେଖିବାକୁ ମିଳିବନି କଙ୍ଗନାଙ୍କ ଟ୍ୱିଟ୍‌.. ସବୁଦିନ ପାଇଁ ହେଲା ସସ୍‌ପେଣ୍ଡ..

kangna

Advertisment

ନୂଆଦିଲ୍ଲୀ: ନିଜ ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ଏବେ ପୁଣି ଚର୍ଚ୍ଚାରେ। ବିବାଦୀୟ ଟୁଇଟ କରି ଲୋକଙ୍କ ରୋଷର ଶିକାର ହେଉଥିବା କଙ୍ଗନା ପୁଣି ଏକ ବିବାଦରେ ଫସିଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି। ଟୁଇଟର ପକ୍ଷରୁ ହିଁ ଏଭଳି ନିଷ୍ପତ୍ତି ନିଆଯାଇଛି।

Advertisment

କଙ୍ଗନା ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଟୁଇଟ କରିଥାନ୍ତି। ଏହା ସହ ସେ ମୋଦିଙ୍କ ଗୁଣଗାନ କରିଥାନ୍ତି। ଖାଲି ସେତିକି ନୁହେଁ ମୋଦିଙ୍କ ସମର୍ଥନ କରିବା ସହ ସେ ବିରୋଧୀଙ୍କୁ ମଧ୍ୟ ଜବାବ ଦେଇଥାନ୍ତି। ହେଲେ ଏଭଳି ଆଚରଣ ତାଙ୍କୁ ସବୁବେଳେ ଭାରି ପଡେ। ଏଥର ମଧ୍ୟ ଠିକ୍ ସେମିତି ତାଙ୍କ ଆଚରଣ ତାଙ୍କୁ ଭାରି ପଡ଼ିଛି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ରୂପେ ସସ୍ପେଣ୍ଡ କରିଦିଆଯାଇଛି।

ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ଦେଶର ବିଭିନ୍ନ ପ୍ରସଙ୍ଗରେ ନିଜର ମନ୍ତବ୍ୟ ଦେଇଥାନ୍ତି। ନିକଟରେ ଦେଶରେ ଅକ୍ସିଜେନ ସଙ୍କଟ ପ୍ରସଙ୍ଗକୁ ନେଇ ସେ ଟୁଇଟ ମଧ୍ୟ କରିଥିଲେ। ଏହାପରେ ସେ ପଶ୍ଚିମବଙ୍ଗ ରାଜନୀତିକୁ ନେଇ ମଧ୍ୟ ଟୁଇଟ କରିଛନ୍ତି।

Advertisment

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସେ ନିଜର ମନ୍ତବ୍ୟ ସୋସିଆଲ ମିଡିଆରେ ରଖିଥିଲେ। ମମତାଙ୍କ ଦଳ ଜିତିବା ପରେ ସେ ଏହାକୁ ନେଇ ଅନେକ ଟୁଇଟ କରିଥିଲେ। ତେବେ ସେ ନିଜ ଟ୍ୱିଟ୍‌ରେ ପଶ୍ଚିମବଙ୍ଗ ହିଂସା ପ୍ରସଙ୍ଗର ରାୟ ଦେଇଥିବା ବେଳେ ତୃଣମୂଳ କଂଗ୍ରେସକୁ ଏଥିପାଇଁ ଦାୟୀ କରିଥିଲେ। ଏହି ଟ୍ୱିଟର ଠିକ୍ କିଛି ସମୟ ପରେ ତାଙ୍କ ଟୁଇଟର ଆକାଉଣ୍ଟକୁ ସବୁଦିନ ପାଇଁ ସସ୍ପେଣ୍ଡ କରିଦିଆଯାଇଛି।

ନିକଟରେ ପଶ୍ଚିମବଙ୍ଗ ନିର୍ବାଚନ ଶେଷ ହୋଇଛି। ଆଉ ଏହାକୁ ନେଇ ଟୁଇଟ କରି ଫସିଯାଇଛନ୍ତି କଙ୍ଗନା। ସେ ନିଜ ଟୁଇଟରେ ନିର୍ବାଚନ ପର ହିଂସାକୁ ନିନ୍ଦା କରିଛନ୍ତି। ଏହାସହ ସେ ମମତା ବାନାର୍ଜୀଙ୍କୁ ‘ତାଡ଼କା’ ବୋଲି ସମ୍ବୋଧନ କରିବା ସହ ସମସ୍ତ ହିଂସାକାଣ୍ଡ ପାଇଁ ସେ TMC କୁ ଦାୟୀ କରିଛନ୍ତି।

Advertisment

ପଶ୍ଚିମବଙ୍ଗରେ ବିଜେପି ପରାଜିତ ହେବା ପରେ କଙ୍ଗନା ଲଗାତାର ଭାବେ ଟୁଇଟ କରିଚାଲିଥିଲେ। ଗୋଟିଏ ଟୁଇଟରେ ସେ ଲେଖିଥିଲେ ଯେ, ‘ମୁଁ ଭୁଲ ଥିଲି, ସେ ରାବଣ ନୁହେଁ.. ସେ ସବୁଠୁ ଭଲ ରାଜା ଥିଲେ। ନିଜ ରାଜ୍ୟକୁ ସୁନା କରିଦେଇଥିଲେ। ଜଣେ ଭଲ ଶାସକ ଥିଲା। ସେ ନିଜ ପ୍ରଜାଙ୍କର ରାଜା ଥିଲା। କିନ୍ତୁ ଯିଏ ରକ୍ତ ଚାହୁଁଥିଲା ସେ ରାକ୍ଷସୀ ତାଡ଼କା ଥିଲା। ଆଉ ଯେଉଁ ମାନେ ତାଙ୍କୁ ଭୋଟ କରିଛ, ସେମାନଙ୍କ ହାତ ମଧ୍ୟ ସେଇ ରକ୍ତରେ ଲାଲ।’

ଏହା ପରେ କଙ୍ଗନା ଆଉ ଏକ ଟୁଇଟ କଲେ, ଯେଉଁଥିରେ ସେ TMC କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଗ୍ୟାଙ୍ଗରେପ୍ ଅଭିଯୋଗ ଆଣିଥିଲେ। ସେ ସିଧାସଳଖ ଲେଖିଥିଲେ ଯେ TMC କାର୍ଯ୍ୟକର୍ତ୍ତାମାନେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ସହ ଗ୍ୟାଙ୍ଗରେପ୍ କରିଛନ୍ତି।

ସେ ଆହୁରି ଲେଖିଥିଲେ ଯେ, ଇନ୍ଦିରା ଗାନ୍ଧୀ ୩୯ ଥର ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସେ କହିଥିଲେ ଦେଶର ଜନତାଙ୍କୁ କିଛି ବି ଫରକ ପଡେନି, କି ଆପଣ କ’ଣ ଚିନ୍ତା କରୁଛନ୍ତି। ଏହି ମୁର୍ଖ ଦେଶବାସୀ ସବୁବେଳେ ରକ୍ତ ଖୋଜିଲେ। ମୋଦିଙ୍କ ପ୍ରେମ ଭାଷା ଏମାନେ ବୁଝି ପାରୁନାହାନ୍ତି। ଏମାନଙ୍କୁ ଖାଲି ମାଡ଼ ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ