Advertisment

କଙ୍ଗନାଙ୍କୁ ମିଳିଲା Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ: ସୁଶାନ୍ତି ସିଂହ ରାଜପୁତ୍ କଙ୍ଗନା ରନାୱତ ଏବଂ ଶିବସେନା ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଏହା ବିବାଦ ମଧ୍ୟରେ ଅଭିନେତ୍ରୀ କଙ୍ଗନା ଆସନ୍ତା ୯ ତାରିଖରୁ ମୁମ୍ବାଇ ପହଞ୍ଚୁଛନ୍ତି। ତେବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ସହ ବିବାଦ ବଢ଼ିବା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କଙ୍ଗନାଙ୍କୁ Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ମିଳିଛି। Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥାରେ ଜଣେ କିମ୍ବା ୨ କମାଣ୍ଡୋଙ୍କ ସହ […]

କଙ୍ଗନାଙ୍କୁ ମିଳିଲା Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା

kangna

Advertisment

ମୁମ୍ବାଇ: ସୁଶାନ୍ତି ସିଂହ ରାଜପୁତ୍ କଙ୍ଗନା ରନାୱତ ଏବଂ ଶିବସେନା ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଏହା ବିବାଦ ମଧ୍ୟରେ ଅଭିନେତ୍ରୀ କଙ୍ଗନା ଆସନ୍ତା ୯ ତାରିଖରୁ ମୁମ୍ବାଇ ପହଞ୍ଚୁଛନ୍ତି। ତେବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ସହ ବିବାଦ ବଢ଼ିବା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କଙ୍ଗନାଙ୍କୁ Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ମିଳିଛି।

Advertisment

Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥାରେ ଜଣେ କିମ୍ବା ୨ କମାଣ୍ଡୋଙ୍କ ସହ ୧୧ ଜଣ ସୁରକ୍ଷାକର୍ମୀ କଙ୍ଗନାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ। ଆସନ୍ତା ୯ ତାରିଖରେ କଙ୍ଗନା ମୁମ୍ବାଇ ଯାଉଥିବାରୁ ତାଙ୍କୁ ଏହି ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି। Y ପ୍ଲସ୍ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ମିଳିବା ପରେ କଙ୍ଗନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦେଶରେ ଅଲଗା ଅଲଗା ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ରହିଛି। ଏଥିରେ ନେତାଙ୍କଠାରୁ ଆରମ୍ଭ କରି ଅନ୍ୟ ଭିଆଇପି, ଯାହାଙ୍କ ଉପରେ କୌଣସି ପ୍ରକାରର ବିପଦ କିମ୍ବା ଧମକ ଆଧାର କରି ସୁରକ୍ଷା ଦିଆଯାଇଥାଏ। ଏଥିରେ X, Y, Z, Z+ ଶ୍ରେଣୀର ସୁରକ୍ଷା ରହିଛି। X ଶ୍ରେଣୀ ସୁରକ୍ଷା ବ୍ୟବସ୍ଥାରେ ଦୁଇ ପୋଲିସ୍ କର୍ମୀ, Y ଶ୍ରେଣୀରେ ୧୧ ଯବାନ୍, Z ଶ୍ରେଣୀରେ ମୋଟ ୨୨ ଜଣ, ଯେଉଁଥିରେ ଏନଏସଜି କମାଣ୍ଡୋ ରହିଥାନ୍ତି। ତେବେ Z+ ସୁରକ୍ଷାରେ ଏନଏସଜି କମାଣ୍ଡୋ ସମେତ ମୋଟ ୩୬ଜଣ ଯବାନ୍ ସୁରକ୍ଷାରେ ମୁତୟନ ରୁହନ୍ତି। ଏହା ଉପରକୁ କେବଳ ଏସପିଜି ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ଥାଏ, ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଥାଏ।

Advertisment

ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ କଙ୍ଗନା ମୁହଁ ଖୋଲିବା ପରେ ତାଙ୍କୁ ମୁମ୍ବାଇ ନଆସିବାକୁ ଧମକ ଦେଇଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ, ଯାହାକୁ ନେଇ ଧମକ ଦେଇଥିଲେ ସଞ୍ଜୟ ରାଉତ। କଙ୍ଗନାଙ୍କ ଏହି ମନ୍ତବ୍ୟକୁ ନେଇ ମହାରାଷ୍ଟ୍ରର ୨ଟି ଥାନାରେ ଏତଲା ଦାୟାର ହୋଇଛି। ଗୋଟିଏ ଅନ୍ଧେରୀ ପୋଲିସ ଷ୍ଟେସନ ଓ ଅନ୍ୟଟି ଆଜାଦ ମୈଦାନ ପୋଲିସ ଷ୍ଟେସନର ମାମଲା ଦାୟର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ