Advertisment

ମାର୍କେଟରେ ଏବେ 'କଙ୍ଗନା' ଶାଢିର ଡିମାଣ୍ଡ୍

ସୁରତ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କର ମହାରାଷ୍ଟ୍ର ସରକାର ବିରୋଧରେ ଚାଲିଥିବା ଲଢ଼େଇକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କଙ୍ଗନାଙ୍କୁ ନେଇ ମୁମ୍ବାଇରେ ରାଜନୀତି ସରଗରମ ହୋଇଥିବା ବେଳେ ଏବେ ତାଙ୍କୁ ସମର୍ଥନ ଜଣାଇ ତିଆରି କରାଯାଇଛି ସ୍ୱତନ୍ତ୍ର ଶାଢ଼ି। ସୁରତର ଏକ ଶାଢ଼ି ବ୍ୟବସାୟୀ କଙ୍ଗନାଙ୍କୁ ସମର୍ଥନ ଜଣାଇ ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ପୋଷ୍ଟର ଶାଢ଼ିରେ ଆଙ୍କିଛନ୍ତି। ଶାଢ଼ିର ପଣତ କାନିରେ ଝାନ୍ସୀ ରାଣୀଙ୍କ ବିରଙ୍ଗନା ଅବତାରକୁ ବେଶ ନିଖୁଣତାର ସହ ବର୍ଣ୍ଣନା କରାଯାଇଛି। ଯୁଦ୍ଧକଳା, […]

ଅଦ୍ୟତନ ହୋଇଛି
ମାର୍କେଟରେ ଏବେ 'କଙ୍ଗନା' ଶାଢିର ଡିମାଣ୍ଡ୍

kang

Advertisment

ସୁରତ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କର ମହାରାଷ୍ଟ୍ର ସରକାର ବିରୋଧରେ ଚାଲିଥିବା ଲଢ଼େଇକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କଙ୍ଗନାଙ୍କୁ ନେଇ ମୁମ୍ବାଇରେ ରାଜନୀତି ସରଗରମ ହୋଇଥିବା ବେଳେ ଏବେ ତାଙ୍କୁ ସମର୍ଥନ ଜଣାଇ ତିଆରି କରାଯାଇଛି ସ୍ୱତନ୍ତ୍ର ଶାଢ଼ି। ସୁରତର ଏକ ଶାଢ଼ି ବ୍ୟବସାୟୀ କଙ୍ଗନାଙ୍କୁ ସମର୍ଥନ ଜଣାଇ ତାଙ୍କ ଫିଲ୍ମ 'ମଣିକର୍ଣ୍ଣିକା'ର ପୋଷ୍ଟର ଶାଢ଼ିରେ ଆଙ୍କିଛନ୍ତି।

Advertisment

PHOTOS: 'Manikarnika' saree sold in this city in support of Kangana Ranaut | PHOTOS: कंगना रनौत के सपोर्ट में इस शहर में बिक रहीं 'मणिकर्णिका' साड़ी | Hindi News,

ଶାଢ଼ିର ପଣତ କାନିରେ ଝାନ୍ସୀ ରାଣୀଙ୍କ ବିରଙ୍ଗନା ଅବତାରକୁ ବେଶ ନିଖୁଣତାର ସହ ବର୍ଣ୍ଣନା କରାଯାଇଛି। ଯୁଦ୍ଧକଳା, ସାମରିକ ଘଟଣାକୁ ବି ଏଥିରେ ଚିତ୍ରିତ କରାଯାଇଛି। ଏହାସହ I SUPPORT କଙ୍ଗନା ସ୍ଲୋଗାନ ଏଥିରେ ରହିଛି। ଏହି ଶାଢ଼ିକୁ କପଡ଼ା ବ୍ୟବସାୟୀ ଛୋଟୁଭାଇ ଓ ରଜତ ଡାଭର ଲଞ୍ଚ୍ କରିଛନ୍ତି।

News18 Telugu - Kangana Sarees: చందన, బొమ్మన కాదు.. ఇవి కంగనా చీరలు | Gujarats textile industry makes Kangana Ranaut sarees see pics ba- Telugu News, Today's Latest News in Telugu

ଏହି ଶାଢ଼ି ନିର୍ମାତାଙ୍କ ମୁତାବକ, ଅନ୍ୟାୟ ବିରୋଧରେ କଙ୍ଗନାଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିବାର ଏହା ଏକ ପ୍ରୟାସ। କେବଳ ଏତିକି ନୁହେଁ ଏହି ଶାଢି ପାଇଁ ଅନଲାଇନରେ ଖୁବ୍ ଅର୍ଡର ମଧ୍ୟ ମିଳୁଛି। ନିର୍ମାତାଙ୍କ ମୁତାବକ, ଏହି ଶାଢ଼ି ପାଇଁ ପ୍ରତିଦିନ ଖୁବ୍ ଅର୍ଡର ମିଳୁଛି। ଏବେ ଯାଏ ୪ ହଜାରରୁ ଅଧିକ ଶାଢ଼ି ପାଇଁ ଦିଲ୍ଲୀ, କୋଲକାତା, ମୁମ୍ବାଇ ସମେତ ଅନ୍ୟ ସହରରୁ ଅର୍ଡର ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ