Advertisment

'୯ରେ ମୁମ୍ବାଇ ଆସୁଛି, ଦମ୍ ଅଛି ତ ଅଟକାଅ'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଘନେବାରେ ଲାଗିଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ପକ୍ଷରୁ ମୁମ୍ବାଇ ନଆସିବାକୁ ଧମକ ଦେବା ପରେ କଙ୍ଗନା ଏବେ ପାଲଟା ଆକ୍ରମଣ କରିଛନ୍ତି। କଙ୍ଗନା ଶୁକ୍ରବାର ଆଉଏକ ଟୁଇଟ୍ କରି ଏହାର ଜବାବ ରଖିଛନ୍ତି। କଙ୍ଗନା ଟୁଇଟରରେ ଲେଖିଛନ୍ତି, ମୁଁ ଦେଖୁଛି କିଛି ଲୋକେ ମୋତେ ମୁମ୍ବାଇ ନଆସିବାକୁ ଧମକ ଦେଉଛନ୍ତି। ଏଥିପାଇଁ ମୁଁ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଆସିବାକୁ ନିଷ୍ପତ୍ତି […]

ଅଦ୍ୟତନ ହୋଇଛି
'୯ରେ ମୁମ୍ବାଇ ଆସୁଛି, ଦମ୍ ଅଛି ତ ଅଟକାଅ'

kangana

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଘନେବାରେ ଲାଗିଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ପକ୍ଷରୁ ମୁମ୍ବାଇ ନଆସିବାକୁ ଧମକ ଦେବା ପରେ କଙ୍ଗନା ଏବେ ପାଲଟା ଆକ୍ରମଣ କରିଛନ୍ତି। କଙ୍ଗନା ଶୁକ୍ରବାର ଆଉଏକ ଟୁଇଟ୍ କରି ଏହାର ଜବାବ ରଖିଛନ୍ତି।

Advertisment

କଙ୍ଗନା ଟୁଇଟରରେ ଲେଖିଛନ୍ତି, ମୁଁ ଦେଖୁଛି କିଛି ଲୋକେ ମୋତେ ମୁମ୍ବାଇ ନଆସିବାକୁ ଧମକ ଦେଉଛନ୍ତି। ଏଥିପାଇଁ ମୁଁ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଛି। ମୁଁ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ସମୟ ପୋଷ୍ଟ କରିବି। ଯଦି କାହା ବାପାର ଦମ୍ ଅଛି, ତାହେଲେ ମୋତେ ରୋକିବି ଦେଖାଅ।

https://twitter.com/KanganaTeam/status/1301782810261299200?s=20

ଅନ୍ୟପକ୍ଷରେ କଙ୍ଗନାଙ୍କର ଏହି ଟୁଇଟର ଜବାବରେ ସଞ୍ଜୟ ରାଉତ କହିଛନ୍ତି, ମୁଁ ତାଙ୍କ (କଙ୍ଗନା) ଟୁଇଟ୍ ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ ଏବଂ ତାଙ୍କ ଭଳି ଭାଷାର ମଧ୍ୟ ପ୍ରୟୋଗ କରିବି ନାହିଁ। ମୁଁ ମହିଳାଙ୍କୁ ବହୁତ ସମ୍ମାନ କରେ। କଙ୍ଗନା ମୁମ୍ବାଇ ପୋଲିସକୁ ଅପମାନ କରିଛନ୍ତି। ପୋଲିସକୁ ନେଇ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ୍। ଯେଉଁଭଳି କଥା ସାମ୍ନାକୁ ଆସୁଛି, ମୋତେ ଲାଗୁଛି ଏହା ମେଣ୍ଟାଲ୍ କେସ୍।

Advertisment

publive-image

ସୂଚନାଯୋଗ୍ୟ, କିଛିଦିନ ତଳେ କଙ୍ଗନା ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ଅନେକ କଥା କହିଥିଲେ। ଯାହା ପରେ ବିଜେପି ନେତା ରାମ କଦମ କଙ୍ଗନାଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଥିଲେ। ଏହା ଉପରେ କଙ୍ଗନା କହିଥିଲେ ଯେ ତାଙ୍କୁ ମୁମ୍ବାଇ ପୋଲିସର ସହାୟତା ଦରକାର ନାହିଁ।

ଏପରିକି କଙ୍ଗନା ଟୁଇଟ୍ କରି କହିଥିଲେ, ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲା ଧମକ ଦେଇଛନ୍ତି ଏବଂ ମୋତେ ମୁମ୍ବାଇ ନଆସିବାକୁ କହିଛନ୍ତି। ପ୍ରଥମେ ମୁମ୍ବାଇ ରାସ୍ତାରେ ଆଜାଦୀ ନାରା ଲାଗୁଥିଲା ଏବଂ ଏବେ ଖୋଲାଖୋଲି ଧମକ ମଧ୍ୟ ମିଳୁଛି। ମୋତେ ମୁମ୍ବାଇ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭଳି କାହିଁକି ଲାଗୁଛି?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ