Advertisment

ମାସ୍କ ନପିନ୍ଧିଲେ ଲକ୍ଷେ ଫାଇନ୍, ୨ ବର୍ଷ ଜେଲ୍

ରାଞ୍ଚି: କରୋନା ପାଇଁ ବିଭିନ୍ନ ରାଜ୍ୟରେ କିଛି ନା କିଛି ନିୟମ ରହିଛି। କିନ୍ତୁ ଝାଡ଼ଖଣ୍ଡ ସରକାର କରୋନା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି। ଝାଡ଼ଖଣ୍ଡରେ କରୋନା ନିୟମ ଉଲ୍ଲଙ୍ଘନ ଓ ମାସ୍କ ନପିନ୍ଧିବା ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୨ ବର୍ଷର ଜେଲ୍ ହୋଇପାରେ। ଝାଡ଼ଖଣ୍ଡ କ୍ୟାବିନେଟ୍‌ ବୁଧବାର ସଂକ୍ରମକ ରୋଗା ଅଧ୍ୟାଦେଶ-୨୦୨୦ ପାରିତ କରିଛି। ଏଥିରେ କୁହାଯାଇଛି, ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଙ୍ଘନ ଓ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ୧ ଲକ୍ଷ […]

ଅଦ୍ୟତନ ହୋଇଛି
ମାସ୍କ ନପିନ୍ଧିଲେ ଲକ୍ଷେ ଫାଇନ୍, ୨ ବର୍ଷ ଜେଲ୍

coronavirus_chennai214

Advertisment

ରାଞ୍ଚି: କରୋନା ପାଇଁ ବିଭିନ୍ନ ରାଜ୍ୟରେ କିଛି ନା କିଛି ନିୟମ ରହିଛି। କିନ୍ତୁ ଝାଡ଼ଖଣ୍ଡ ସରକାର କରୋନା ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି। ଝାଡ଼ଖଣ୍ଡରେ କରୋନା ନିୟମ ଉଲ୍ଲଙ୍ଘନ ଓ ମାସ୍କ ନପିନ୍ଧିବା ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୨ ବର୍ଷର ଜେଲ୍ ହୋଇପାରେ। ଝାଡ଼ଖଣ୍ଡ କ୍ୟାବିନେଟ୍‌ ବୁଧବାର ସଂକ୍ରମକ ରୋଗା ଅଧ୍ୟାଦେଶ-୨୦୨୦ ପାରିତ କରିଛି।

Advertisment

ଏଥିରେ କୁହାଯାଇଛି, ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଙ୍ଘନ ଓ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲଗାଯିବ। ଏହାସହ ନୂଆ ନିୟମ ଆଧାରରେ ଯଦି କେହି ପ୍ରୋଟୋକଲ ଭାଙ୍ଗେ, ତାଙ୍କୁ ୨ ବର୍ଷ ଜେଲରେ ବିତାଇବାକୁ ପଡ଼ିପାରେ।

ଝାଡ଼ଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପରିକି ସରକାରୀ ହସ୍ପିଟାଲରେ ଆବଶ୍ୟକ ବେଡ୍‌ ମଧ୍ୟ ଉପଲବ୍ଧ ନାହିଁ। ଏହି କାରଣରୁ ଏବେ ପ୍ରାଇଭେଟ୍‌ ହସ୍ପିଟାଲ୍ ଓ ବଙ୍କେଟ୍ ହଲଗୁଡ଼ିକୁ ଆଇସୋଲେସନ୍ ବୋର୍ଡ ଭାବେ ବ୍ୟବହୃତ କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୮୫ରେ ପହଞ୍ଚିଛି। ଯେଉଁଥିରୁ ୬୪ଜଣଙ୍କର ମୃତ୍ୟୁ ହୋଇଛି। ଏହି ମହାମାରୀରୁ ଏପର୍ଯ୍ୟନ୍ତ ୩୦୨୪ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୩୩୯୭ ଜଣ ଆକ୍ଟିଭ୍ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ