Advertisment

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ଶୁକ୍ରବାର ସେ ପ୍ରେସ କନଫରେନ୍ସ କରି ଏହି ଘୋଷଣା କରିଛନ୍ତି। ନିକଟରେ ୬୫ ବର୍ଷୀୟ ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଥର ଡାକ୍ତରଖାନା ଯାଇଥିଲେ। ଏବେ ତାଙ୍କର ପୁରୁଣା ରୋଗ ପୁଣିଥରେ ସମସ୍ୟା ସୃଷ୍ଟି କରିଛି। ଏହି କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ନିଜର ଇସ୍ତଫା ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ […]

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

shinzo

Advertisment

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ଶୁକ୍ରବାର ସେ ପ୍ରେସ କନଫରେନ୍ସ କରି ଏହି ଘୋଷଣା କରିଛନ୍ତି। ନିକଟରେ ୬୫ ବର୍ଷୀୟ ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଦୁଇଥର ଡାକ୍ତରଖାନା ଯାଇଥିଲେ। ଏବେ ତାଙ୍କର ପୁରୁଣା ରୋଗ ପୁଣିଥରେ ସମସ୍ୟା ସୃଷ୍ଟି କରିଛି। ଏହି କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

Advertisment

ନିଜର ଇସ୍ତଫା ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୋ କାର୍ଯ୍ୟକାଳକୁ ପୂରଣ ହେବା ପାଇଁ ଆହୁରି ବର୍ଷେ ସମୟ ଅଛି ଏବଂ ଏହା ମଧ୍ୟରେ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ବାକି ଅଛି। ମୁଁ ଚାହୁଁନି ଯେ ମୋ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସରକାରଙ୍କ କାମ ଉପରେ କୌଣସି ପ୍ରଭାବ ପଡ଼ୁ। ମୁଁ ଯଦି ଲୋକଙ୍କ ପାଇଁ ଉପଯୁକ୍ତ ନିଷ୍ପତ୍ତି ନେଇ ପାରିବି ନାହିଁ କିମ୍ବା ସେମାନଙ୍କ ପାଇଁ କାମ କରିପାରିବି ନାହିଁ, ତା’ହେଲେ ପ୍ରଧାନମନ୍ତ୍ରୀ ପଦରେ ରହିବାର କୌଣସି ଅଧିକାର ମୋର ନାହିଁ। ଏହି କାରଣରୁ ମୁଁ ମୋ ପଦବୀରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

ସୋମବାର ସିଞ୍ଜୋ ଆବେ ଜାପାନର ଦୀର୍ଘତମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ କରିଥିଲେ। ତାଙ୍କର କାର୍ଯ୍ୟକାଳକୁ ୮ ବର୍ଷ ପୂରଣ ହୋଇଥିଲା। ସେପ୍ଟେମ୍ବର ୨୦୨୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାର ଥିଲା। ହେଲେ ତା’ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

Advertisment

ଜାପାନରେ ସିଞ୍ଜୋ ଆବେ ଓ ତାଙ୍କ ସରକାରଙ୍କ ଲୋକପ୍ରିୟତା ଧୀରେଧୀରେ କମିବା ଆରମ୍ଭ ହୋଇଛି। ବିଶେଷ କରି ମହାମାରୀ କରୋନା ଭାଇରସ ବେଳେ ସିଞ୍ଜୋ ଆବେ ଏହାକୁ ଠିକ ଭାବେ ପରିଚାଳନା କରିପାରୁନଥିବା ଅଭିଯୋଗ ହୋଇଥିଲା। ଏହାବାଦ୍ ତାଙ୍କ ଦଳ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ନାଁରେ ମଧ୍ୟ ଦୁର୍ନୀତି ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ