Advertisment

ବଜେଟ୍‌ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ଦେଲା ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଜିଏସ୍‌ଟି ଆଦାୟରେ ସର୍ବକାଳୀନ ରେକର୍ଡ ହୋଇଛି। ୨୦୨୧ ଜାନୁଆରୀ ମାସରେ ସର୍ବାଧିକ ୧.୧୯ […]

ବଜେଟ୍‌ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ଦେଲା ଆଶ୍ୱସ୍ତିକର ଖବର

GST

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି।

Advertisment

ଦେଶରେ ଜିଏସ୍‌ଟି ଆଦାୟରେ ସର୍ବକାଳୀନ ରେକର୍ଡ ହୋଇଛି। ୨୦୨୧ ଜାନୁଆରୀ ମାସରେ ସର୍ବାଧିକ ୧.୧୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଜିଏସ୍‌ଟି ଲାଗୁ ହେବା ପରଠୁ ଗୋଟିଏ ମାସରେ ଏହା ସର୍ବାଧିକ ଟ୍ୟାକ୍ସ କଲେକ୍ସନ। ବଜେଟ୍ ପୂର୍ବରୁ ଜିଏସ୍‌ଟି ଆଦାୟରେ ଏହି ଅଭିବୃଦ୍ଧି କେନ୍ଦ୍ର ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଉତ୍ସାହଜନକ ଖବର ବୋଲି କୁହାଯାଉଛି।

ଗତ ଡିସେମ୍ବର ମାସରେ ଦେଶରେ ଜିଏସ୍‌ଟି କଲେକ୍ସନ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଥିଲା। ଖାଲି ସେତିକି ନୁହେଁ, ଗତ ୪ ମାସ ହେବ ଜିଏସ୍‌ଟି କଲେକ୍ସନ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ତେବେ ଜିଏସ୍‌ଟି କଲେକ୍ସନରେ ୨୦୨୧ ଜାନୁଆରୀ ମାସ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି ।

Advertisment

ଅନ୍ୟପକ୍ଷେ,ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। କରୋନା ମହାମାରୀକୁ ମୁକାବିଲା କରିବାକୁ ଯାଇ ଭୁଶୁଡ଼ି ପଡ଼ିଥିବା ଦୁସ୍ଥ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବାକୁ କି ପଦକ୍ଷେପ ନେବେ ଅର୍ଥମନ୍ତ୍ରୀ ? କ’ଣ ରହିବ ତାଙ୍କର ଭବିଷ୍ୟତ ରଣନୀତି ? ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ନିଯୁକ୍ତି, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ, MSME, ଶିକ୍ଷା ଓ କୃଷି କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି।

Union Budget 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ