lion
ଜୟପୁର: ଦେଶରେ କରୋନା ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ବି ପ୍ରତ୍ୟେକ ଦିନ ୪ ଲକ୍ଷ ନୂଆ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଗକୁ ଏହାର ପ୍ରକୋପ ଅଧିକ ରହିବ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ଅନ୍ୟପଟେ ମଧ୍ୟପ୍ରଦେଶ ଭଳି ରାଜ୍ୟ କରୋନାର ତୃତୀୟ ଲହର କଥା ଚିନ୍ତା କରି ଆଗୁଆ ସଜବାଜ ହେଲେଣି । ତେବେ ଏମିତିରେ କରୋନା ସଂକ୍ରମଣ କେବଳ ମଣିଷମାନଙ୍କ କ୍ଷେତ୍ରରେ ବ୍ୟାପୁଥିବା ସମସ୍ତେ ଜାଣିଥିଲେ । ହେଲେ ଏବେ ଧିରେ ଧିରେ ପଶୁମାନଙ୍କ କ୍ଷେତ୍ରରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି ।
ଦେଶରେ ବିଗ୍ କ୍ୟାଟ୍ସମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିଥିବା ନେଇ ଖବର ଆସିବା ପରେ ଏବେ ରାଜସ୍ଥାନର ରାଜଧାନୀ ଜୟପୁରର ନାହରଗଡ ସିଂହ ସଫାରୀର ସିଂହ ତ୍ରିପୁର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଉତ୍ତରପ୍ରଦେଶ ବରେଲିର ଇଜ୍ଜାତନଗର ସ୍ଥିତ IVRI ଅର୍ଥାତ୍ ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥା ପକ୍ଷରୁ କରାଯାଇଥିବା ଯାଞ୍ଚ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । IVRIର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର କେ.ପି ସିଂହ ସିଂହର ରିପୋର୍ଟ କରୋନା ପଜିଟିଭ୍ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ।
ପ୍ରଥମେ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନର ୮ଟି ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ଉତ୍ତରପ୍ରଦେଶର ଇଟାୱାସ୍ଥିତ ସିଂହ ସଫାରୀରେ ଗୋଟିଏ ସିଂହୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏବେ ଜୟପୁର ଚିଡ଼ଆଖାନାର ସିଂହ ତ୍ରିପୁର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହିତ ଏହି ଛିଡ଼ିଆଖାନାର ଧଳା ବାଘ ଚିନୁ ମଧ୍ୟ କରୋନା ପଜିଟିଭ୍ ଥିବା ସନ୍ଦେହ କରାଯାଉଛି । ଏହାର ପରୀକ୍ଷା ମଧ୍ୟ ବରେଲିର ଇଜ୍ଜାତନଗରରେ ଥିବା ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନରେ କରାଯାଇଥିଲା ।
ପରୀକ୍ଷା ପାଇଁ ୧୩ଟି ନମୁନା ପଠାଯାଇଥିଲା
ତେବେ ଏନେଇ ଯେତେବେଳେ ନାହରଗଡ ବାୟୋଲୋଜିକାଲ ପାର୍କର ବରିଷ୍ଠ ପ୍ରାଣୀ ଚିକିତ୍ସକ ଡକ୍ଟର ଅରବିନ୍ଦ ମାଥୁରଙ୍କ ସହ ଆଲୋଚନା ହୋଇଥିଲା, ସେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ । ଏହାସହ ସେ କହିଥିଲେ ଯେ, ପଶୁମାନଙ୍କ ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ତାଙ୍କ ପାଖକୁ ଆସିନାହିଁ । ତେବେ ସେ ସୂଚନା ଦେଇଛନ୍ତି ଯେ, ଜୟପୁର ନାଂରଗଡ଼ ବାୟୋଲୋଜିକାଲ ପାର୍କରୁ ଆଇଭିଆରଆଇ ପାଖକୁ ୧୩ଟି ସିଂହ-ବାଘ ମାନଙ୍କର ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା ।
ଆରଟି-ପିସିଆର୍ ଯାଞ୍ଚାରେ ସିଂହ ତ୍ରିପୁର ପଜିଟିଭ୍ ଚିହ୍ନଟ
IVRIର କହିବାନୁଯାୟୀ ସିଂହ ତ୍ରିପୁର ଆରଟି-ପିସିଆର୍ ଯାଞ୍ଚରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଏକ ଧଳା ବାଘର ନମୁନା ମଧ୍ୟ ସନ୍ଦେହ ଘରେରେ ରହିଛି । ତଥାପି ପରୀକ୍ଷାରେ ଅଧିକ ସ୍ପଷ୍ଟତା ପାଇଁ ପୁଣି ଥରେ ସେହି ପଶୁମାନଙ୍କ ନମୁନା ସଂଗ୍ରହ କରିବାକୁ କୁହାଯାଇଛି । ତେବେ ସେହି ଜୟପୁରର ଅନ୍ୟ ସିଂହୀ ସୃଷ୍ଟି, ଦୁଇଟି ବାଘ ନାହର ଏବଂ ରମ୍ଭା ଏବଂ ଗୋଟିଏ ହେଟା ବାଘର ଯାଞ୍ଚ ରିପୋର୍ଟ କରୋନା ନେଗେଟିଭ୍ ଆସିଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/OIP_1620922215.jpg)