Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଜାମୁ ଓ କାଶ୍ମୀରିରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ୨ଆତଙ୍କୀ। ଆଜି ସକାଳୁ ଅନନ୍ତନାଗ ଠାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ୨ଆତଙ୍କୀ ନିହତ ହୋଇଥିବାବେଳେ ସେଠାରେ ଥିବା ତୃତୀୟ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଯାଇଛି। ଖବର ଅନୁଯାୟୀ, ତୃତୀୟ ଆତଙ୍କବାଦୀ ହେଉଛନ୍ତି ଜାହିଦ ଡାସ, ଯିଏକ ଗତ ସପ୍ତାହରେ ଅନନ୍ତନାଗ ଉପରେ ଆକ୍ରମଣ କରି ସୁରକ୍ଷାବଳକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌(CRPF) ଯବାନ […]

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

jahid

Advertisment

ଶ୍ରୀନଗର: ଜାମୁ ଓ କାଶ୍ମୀରିରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ୨ଆତଙ୍କୀ। ଆଜି ସକାଳୁ ଅନନ୍ତନାଗ ଠାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ୨ଆତଙ୍କୀ ନିହତ ହୋଇଥିବାବେଳେ ସେଠାରେ ଥିବା ତୃତୀୟ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଯାଇଛି।

Advertisment

ଖବର ଅନୁଯାୟୀ, ତୃତୀୟ ଆତଙ୍କବାଦୀ ହେଉଛନ୍ତି ଜାହିଦ ଡାସ, ଯିଏକ ଗତ ସପ୍ତାହରେ ଅନନ୍ତନାଗ ଉପରେ ଆକ୍ରମଣ କରି ସୁରକ୍ଷାବଳକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌(CRPF) ଯବାନ ସହିଦ୍‌ ହୋଇଥିଲେ। ତାଙ୍କ ସହିତ ଏକ ୬ବର୍ଷର ଶିଶୁର ମଧ୍ୟ ମୃତ୍ୟୁ ଘଟିଥିଲା। ଗୁପ୍ତଚରଙ୍କ ସୂଚନା ଆଧାରରେ ଆଜି ସକାଳେ ଦକ୍ଷିଣ କାଶ୍ମୀର ଜିଲ୍ଲା ଅନନ୍ତନାଗର ୱାଗାମାରେ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍‌ ଆରମ୍ଭ କରିଥିଲେ।

Advertisment

ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନ ସକାଳ ୬ଟାରୁ ଆରମ୍ଭ ହୋଇଥିଲା। ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତ ଯେ ‘ଏନ୍‌କାଉଣ୍ଟରରେ ଦୁଇ ଆତଙ୍କିବାଦୀ ନିହତ ହୋଇଛନ୍ତି, କିନ୍ତୁ ଜାହିଦ ଡାସ ଖସିଯିବାରେ ସଫଳ ହୋଇଛି।’ ଜାହିଦ ଡାସକୁ ଟ୍ରାକିଂ କରି ତା’ର ସୂଚନା ପାଇଥିଲୁ। ଗୁପ୍ତଚର ତଥ୍ୟ ଆଧାରରେ ୱାଗାମା ଗ୍ରାମରେ ଜାହିଦ ଓ ଅନ୍ୟ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ପରେ ସେନା ଓ ପୋଲିସର ମିଳିତ ଅପରେସନ୍‌ ଆରମ୍ଭ କରିଥିଲେ।

ଏହାପୂର୍ବରୁ ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଆତଙ୍କବାଦୀମାନେ ତିନି ଦିନ ପୂର୍ବରୁ ଅନନ୍ତନାଗରେ ସିଆରପିଏଫ୍‌ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ। ଗତ ଶୁକ୍ରବାର ଦିନ ଆତଙ୍କବାଦୀମାନେ ଅନନ୍ତନାଗଠାରେ ଥିବା ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌ ଯବାନ୍‌ ସହିଦ ହୋଇଥିଲେ। ଆତଙ୍କବାଦୀମାନେ ଆକ୍ରମଣ କରିବା ସମୟରେ ସୁରକ୍ଷାବାହିନୀ କର୍ମୀମାନେ ପାଟ୍ରୋଲିଂ କରୁଥିଲେ। ଏହିସମୟରେ ଆତଙ୍କବାଦୀମାନେ ଏକ ମୋଟରସାଇକେଲରେ ଆସି ପାଟ୍ରୋଲିଂ କରୁଥିବା ସେନା ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ଗୁଳିବିନିମୟ ଯୋଗୁ ଜଣେ ୬ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା।

Advertisment

ଆକ୍ରମଣ ପରେ ପୋଲିସ ଆତଙ୍କବାଦୀ ଜାହିଦର ଏକ ଫଟୋ ପ୍ରକାଶ କରିଛି। ଆତଙ୍କବାଦୀ ଇସଲାମିକ୍ ଷ୍ଟେଟ୍ (ISJK) ସହିତ ଜଡିତ। କାରରେ ଶୋଇଥିବା ସମୟରେ  ଛଅ ବର୍ଷର ଶିଶୁ ନିହାନ ଭଟ୍ଟଙ୍କୁ ଗୁଳି ବାଜିଥିଲା। ଏହି ମାମଲାରେ ଆତଙ୍କବାଦୀ ଜାହିଦ ଡାସଙ୍କ ବିରୋଧରେ ପୋଲିସ ଏଫଆଇଆର ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ