Advertisment

ଆହତ ମହିଳାଙ୍କୁ କାନ୍ଧେଇ ୪୦ କିଲୋମିଟର ଚାଲିଲେ ଯବାନ

ଡେରାଡୁନ: ଉତ୍ତରାଖଣ୍ଡର ପିଥୋରାଗଡ ସ୍ଥିତ ଦୂରଦରାଜ ଗାଁ ଲାପସାରୁ ସୁଦୂର ଗାଁ ମୁନସ୍ୟାରୀ ପର୍ଯ୍ୟନ୍ତ କାନ୍ଧରେ ବୋହି ଯବାନ ହସ୍ପିଟାଲ ନେଇଥିବାର ଚିତ୍ର ସାମ୍ନାକୁ ଆସିଛି। ଯବାନମାନେ ୪୦ କିଲୋମିଟର ରାସ୍ତା ଏଭଳି ନେଇଥିବା ଜଣାପଡ଼ିଛି। ଏଥିପାଇଁ ସେମାନଙ୍କୁ ଲାଗିଥିଲା ୧୫ ଘଣ୍ଟାର ସମୟ। ଆହତ ମହିଳାଙ୍କୁ ନେବା ବେଳେ ନାଳ ସହିତ ଅନେକ ଭୂସ୍ଖଳନ ଜାଗା ଅତିକ୍ରମ କରିବାକୁ ପଡ଼ିଥିଲା ଆଇଟିବିପି ଯବାନଙ୍କୁ। ଆଇଟିବିପି ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଆଇଟିବିପିର ଏହି ଭିଡିଓକୁ […]

ଆହତ ମହିଳାଙ୍କୁ କାନ୍ଧେଇ ୪୦ କିଲୋମିଟର ଚାଲିଲେ ଯବାନ

jawan

Advertisment

ଡେରାଡୁନ: ଉତ୍ତରାଖଣ୍ଡର ପିଥୋରାଗଡ ସ୍ଥିତ ଦୂରଦରାଜ ଗାଁ ଲାପସାରୁ ସୁଦୂର ଗାଁ ମୁନସ୍ୟାରୀ ପର୍ଯ୍ୟନ୍ତ କାନ୍ଧରେ ବୋହି ଯବାନ ହସ୍ପିଟାଲ ନେଇଥିବାର ଚିତ୍ର ସାମ୍ନାକୁ ଆସିଛି। ଯବାନମାନେ ୪୦ କିଲୋମିଟର ରାସ୍ତା ଏଭଳି ନେଇଥିବା ଜଣାପଡ଼ିଛି। ଏଥିପାଇଁ ସେମାନଙ୍କୁ ଲାଗିଥିଲା ୧୫ ଘଣ୍ଟାର ସମୟ। ଆହତ ମହିଳାଙ୍କୁ ନେବା ବେଳେ ନାଳ ସହିତ ଅନେକ ଭୂସ୍ଖଳନ ଜାଗା ଅତିକ୍ରମ କରିବାକୁ ପଡ଼ିଥିଲା ଆଇଟିବିପି ଯବାନଙ୍କୁ। ଆଇଟିବିପି ଟ୍ୱିଟ୍ କରି ଏହି ସୂଚନା ଦେଇଛି।

Advertisment

publive-image

ଆଇଟିବିପିର ଏହି ଭିଡିଓକୁ ରିଟ୍ୱିଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ। ଏଥିସହ ସେ ଲେଖିଛନ୍ତି ଯେ ଆଇଟିବିପି ଯବାନମାନେ ପ୍ରମାଣ କରିଛନ୍ତି ଯେ କେବଳ ସୀମା ନୁହେଁ ଦେଶ ଭିତରେ ମଧ୍ୟ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଆହତ ମହିଳାଙ୍କୁ ଉତ୍ତରାଖଣ୍ଡର ଡାକ୍ତରଖାନାକୁ ଆଣିଥିବାରୁ ଯବାନଙ୍କୁ ହର୍ଷବର୍ଦ୍ଦନ ପ୍ରଶଂସା କରିଛନ୍ତି।

ଆଇଟିବିପି ମଧ୍ୟ ଟ୍ୱିଟ୍ କରି ଭିଡିଓ ଶେୟାର କରିଛି। ଯେଉଁଥିରେ ଲେଖାଅଛି 'ସେବା ସବୁଠାରୁ ବଡ ଧର୍ମ।' ଏହି ସାହାସୀ ଯବାନ ୧୪ ତମ ବାଟାଲିୟନର ବୋଲି ଜଣାପଡ଼ିଛି। ଯବାନମାନେ ରାସ୍ତାରେ ଅତିକ୍ରମ କରିବା ବେଳେ ପାହାଡିଆ ଅଞ୍ଚଳକୁ ମଧ୍ୟ ଅତିକ୍ରମ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ଜଣେ ସ୍ଥାନୀୟ ମହିଳା ପାହାଡ଼ରେ ପଡ଼ିଯାଇଥିଲେ। ମହିଳାଙ୍କ ଗୋଡ଼ ଭାଙ୍ଗିବା କାରଣରୁ ସେ ଯନ୍ତ୍ରଣା ଅନୁଭବ କରୁଥିଲେ। ଚିକିତ୍ସା ପାଇଁ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ଥିଲା। ଏ ନେଇ ଆଇଟିବିପି ଯବାନମାନେ ଖବର ପାଇବା ପରେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ସୀମାନ୍ତ ପୋଷ୍ଟରୁ ଗାଁକୁ ଯାଇଥିଲେ।

publive-image

ସେମାନେ ପ୍ରଥମେ ଅଗଷ୍ଟ ୨୨ ରେ ଗାଁରେ ପହଞ୍ଚି ପାଦରେ ଚାଲି ଚାଲି ମହିଳାଙ୍କୁ ଷ୍ଟ୍ରେଚରରେ ଆଣିଥିଲେ। ଏହାପରେ ରାସ୍ତାରେ ୨୫ ଜଣ ଆଇଟିବିପି ଯବାନ ଷ୍ଟ୍ରେଚରକୁ ଜଣକ ପରେ ଜଣେ ୧୫ ଘଣ୍ଟା ଧରି ହସ୍ପିଟାଲକୁ ଆଣିଥିଲେ।

Advertisment

କରୋନା ମହାମାରୀ ସହିତ ଉତ୍ତରାଖଣ୍ଡ ପ୍ରାକୃତିକ ସମସ୍ୟାର ସମ୍ମୁଖୀନ ହେଉଛି। ରାଜ୍ୟରେ ମୌସୁମୀ ଆସିବା ଆସିବାଠାରୁ ବର୍ଷା ଜନିତ ଦୁର୍ଘଟଣା ଘଟିଛି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ