Advertisment

୨୦୧୫ର ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରକଳାକୁ ନେଇ ପୁଣି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା ଇସ୍କନ୍

ଗୌହାଟୀ: ୨୦୧୫ରେ ଆସାମର ଆର୍ଟିଷ୍ଟ ଆକ୍ରାମ ହୁସେନ୍ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରକଳା ଅଙ୍କନ କରିଥିଲେ, ଯାହାକୁ ନେଇ ଏବେ ପୁଣିଥରେ ବିବାଦ ଦେଖା ଦେଇଛି। ଏହି ଚିତ୍ରକଳାରେ ଦେଖିବାକୁ ମିଳିଛି ଯେ ଶ୍ରୀକୃଷ୍ଣ ଏକ ବାର୍‌ରେ ଅଛନ୍ତି ଏବଂ ତାଙ୍କ ଚତ୍ତୁର୍ପାଶ୍ୱରେ କିଛି ଯୁବତୀ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବାର ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି। We request @CMOfficeAssam @sarbanandsonwal ji @himantabiswa ji […]

୨୦୧୫ର ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରକଳାକୁ ନେଇ ପୁଣି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା ଇସ୍କନ୍

lord-sri-krishan

Advertisment

ଗୌହାଟୀ: ୨୦୧୫ରେ ଆସାମର ଆର୍ଟିଷ୍ଟ ଆକ୍ରାମ ହୁସେନ୍ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରକଳା ଅଙ୍କନ କରିଥିଲେ, ଯାହାକୁ ନେଇ ଏବେ ପୁଣିଥରେ ବିବାଦ ଦେଖା ଦେଇଛି। ଏହି ଚିତ୍ରକଳାରେ ଦେଖିବାକୁ ମିଳିଛି ଯେ ଶ୍ରୀକୃଷ୍ଣ ଏକ ବାର୍‌ରେ ଅଛନ୍ତି ଏବଂ ତାଙ୍କ ଚତ୍ତୁର୍ପାଶ୍ୱରେ କିଛି ଯୁବତୀ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବାର ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି।

Advertisment

https://twitter.com/IskconInc/status/1295241617637437441?s=20

ତେବେ ଭଗବାନ ଶ୍ରୀକୃଷ୍ଣଙ୍କର ଏଭଳି ଅପମାନଜନକ ଚିତ୍ରକଳାକୁ ତୀବ୍ର ବିରୋଧ କରିଛି ଇସ୍କନ୍। ଏପରିକି ଏଭଳି ଚିତ୍ର ଶ୍ରୀକୃଷ୍ଣଙ୍କ ଚରିତ୍ରକୁ ସଂହାର କରାଯାଇଥିବା ଅଭିଯୋଗ କରିଛି ଇସ୍କନ୍। ଏ ନେଇ ଇସ୍କନ୍ ପକ୍ଷରୁ ଆକ୍ରାମ ହୁସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଇସ୍କନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ 'ଆମେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଆକ୍ରମ ହୁସେନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରୁଛୁ।'

https://twitter.com/RatanSharda55/status/1295212960638369794?s=20

ତେବେ ଏହି ଚିତ୍ରକଳା ୨୦୧୫ ମସିହାର ଥିଲା, ଯାହାକୁ ଆକ୍ରାମ ହୁସେନ୍ ନିଜ ତୁଳୀରେ ଏହି ଚିତ୍ରକଳାକୁ ଆଙ୍କିଥିଲେ। କିନ୍ତୁ ଏବେ ପୁଣିଥରେ ଏହି ଫଟୋ ଭାଇରାଲ୍‌ ହେବାରୁ ଇସ୍କନ୍ ଏ ନେଇ ଆପତ୍ତି ଉଠାଇଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର କୁହାଯାଏ। ହିନ୍ଦୁ ଧର୍ମାବଲମ୍ବୀମାନେ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତି। ହେଲେ ଭଗବାନ କୃଷ୍ଣଙ୍କୁ ବିକିନି ପିନ୍ଧା ଯୁବତୀମାନେ ଆଲିଙ୍ଗନ କରୁଥିବା ଫଟୋ, ତା’ ପୁଣି ବାର୍‌ ମଧ୍ୟରେ ରହିଥିବାରୁ ଏହାକୁ ଅନେକ ଘୋର ବିରୋଧ କରିଛନ୍ତି।

Advertisment

https://twitter.com/rajivtuli69/status/1295209911022833664?s=20

ଏହି ଘଟଣାକୁ ଏବେ ଲୋକମାନେ ବେଙ୍ଗାଲୁରୁ ହିଂସା ସହ ଯୋଡ଼ିଛନ୍ତି। ଯେଉଁଠାରେ ଜଣେ ବ୍ୟକ୍ତି ପ୍ରଫେଟ ମହମ୍ମଦଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଫେସବୁକରେ ପୋଷ୍ଟ କରିବାକୁ ବ୍ୟାପକ ପୋଡ଼ାଜଳା ହୋଇଥିଲା। ତେବେ ପୋଲିସ୍‌ ଫେସବୁକରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି। ଏବେ ସମାନ ଆଇନ ଆକ୍ରମ ହୁସେନଙ୍କ ବିରୋଧରେ ଲାଗୁ କରିବାକୁ ଅନେକ ନିବେଦନ କରିଛନ୍ତି।

https://twitter.com/himantabiswa/status/1295281458177744896?s=20

୨୦୧୫, ଏପ୍ରିଲ ମାସରେ ଆକ୍ରାମଙ୍କ ଦ୍ୱାରା ଚିତ୍ରିତ ଭଗବାନ କୃଷ୍ଣଙ୍କ ଏହି ଚିତ୍ରକଳା ଆସାମ ଷ୍ଟେଟ୍ ଆର୍ଟ ଗ୍ୟାଲେରୀର ଏକ ଗ୍ରୁପ୍ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା। କିନ୍ତୁ ଏହି ଚିତ୍ରକଳା ପାଇଁ ହିନ୍ଦୁ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରିଥିଲା। ଏବେ ଇସ୍କନର କାର୍ଯ୍ୟାନୁଷ୍ଠାନ ଦାବି ପରେ ଆସାମର ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜର ପ୍ରତିକ୍ରିୟାରେ କହିଛନ୍ତି, ଆମେ ବହୁ ଦିନ ପୂର୍ବରୁ ଏହି ବିବାଦର ସମାଧାନ କରିସାରିଛୁ। ଏବେ ଆସାମ ଆର୍ଟ ଗ୍ୟାଲେରୀରେ ଏଭଳି କୌଣସି ଚିତ୍ରକଳା ପ୍ରଦର୍ଶନ ହେଉନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ