Advertisment

ସଙ୍କଟ ସମୟରେ ଯୋଗର ଉପକାରିତା ସ୍ୱୀକାର କରିଛି ଡାକ୍ତରୀ ବିଜ୍ଞାନ

ସୁସ୍ଥତା ପାଇଁ ଯୋଗ । ମହାମାରୀ ବିରୋଧରେ ଲଢ଼େଇ ବେଳେ ଆଶାର କିରଣ ସାଜିଛି ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ଦେଶ। ଚଳିତ…

ଅଦ୍ୟତନ ହୋଇଛି
ସଙ୍କଟ ସମୟରେ ଯୋଗର ଉପକାରିତା ସ୍ୱୀକାର କରିଛି ଡାକ୍ତରୀ ବିଜ୍ଞାନ

yoga

Advertisment

ସୁସ୍ଥତା ପାଇଁ ଯୋଗ । ମହାମାରୀ ବିରୋଧରେ ଲଢ଼େଇ ବେଳେ ଆଶାର କିରଣ ସାଜିଛି ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ଦେଶ। ଚଳିତ ବର୍ଷର ଥିମ୍ ରହିଛି ‘ସୁସ୍ଥତା ପାଇଁ ଯୋଗ’। ମୋଦି କହିଛନ୍ତି, ଅଦୃଶ୍ୟ ଭାଇରସ୍ ହଠାତ୍ ସାରା ବିଶ୍ୱକୁ କବଳିତ କରିବା ପରେ କୌଣସି ଦେଶ ପାଖରେ ସାଧନ ନଥିଲା । କରୋନାକୁ ସାମ୍ନା କରିବାକୁ କୌଣସି ଦେଶ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ । ଏପରିସ୍ଥିତିରେ ଯୋଗ ଆତ୍ମବଳ ବଢ଼ାଇବାର ଉତ୍ସ ସାଜିଲା । ମହାମାରୀ ସହ ଲଢ଼ିବା ପାଇଁ ସାହସ ଯୋଗାଇଲା ଯୋଗ । ଦେଢ଼ ବର୍ଷ କାଳ ଭାରତ ସମେତ ଅନେକ ଦେଶ ବଡ଼ ସଙ୍କଟର ସାମ୍ନା କରୁଛନ୍ତି । ବିଶ୍ୱର ଅଧିକାଂଶ ଦେଶରେ ଯୋଗ କରିବାର ପରମ୍ପରା ନାହିଁ । ଅସୁବିଧା ସମୟରେ ଲୋକ ସହଜରେ ଏସବୁ କରିବାକୁ ଭୁଲିଯାଆନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଲୋକଙ୍କ ମନରେ ଯୋଗ ପାଇଁ ଉତ୍ସାହ ବଢ଼ୁଛି ।

Advertisment

ଅନ୍ତର୍ଜାତୀୟ ଯୋଗ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜିକାଲି ମେଡିକାଲ ସାଇନ୍ସ ମଧ୍ୟ ଚିକିତ୍ସା ସହ ସମ୍ପୂର୍ଣ୍ଣ ଆରୋଗ୍ୟ ଉପରେ ଗୁରୁତ୍ୱ ଦେଉଛି । ଯୋଗ ହିଁ ସମ୍ପୂର୍ଣ୍ଣ ଆରୋଗ୍ୟର ଉପକାରକ ଅଟେ । ବର୍ତ୍ତମାନ ଯୋଗର ବିଭିନ୍ନ ଦିଗକୁ ନେଇ ଆଜି ବିଶ୍ୱର ହଜାର ହଜାର ବୈଜ୍ଞାନିକ ରିସର୍ଚ୍ଚ ଚଳାଇଛନ୍ତି । ଯୋଗ କେବଳ ଶାରିରୀକ ଶକ୍ତି ନୁହଁ ମାନସିକ ରୂପରେ ମଧ୍ୟ ଲୋକଙ୍କୁ ସୁସ୍ଥ ରଖେ । ଷ୍ଟ୍ରେସରୁ ଷ୍ଟ୍ରେନ୍ଥ ଓ ନେଗେଟିଭିଟିରୁ କ୍ରିିଏଟିଭିଟି ପର୍ଯ୍ୟନ୍ତ ରାସ୍ତା ଦେଖାଏ ଯୋଗ । ଯୋଗ ଆମକୁ ଉଦାସୀନତା ଠାରୁ ଉତ୍କଣ୍ଠା ଏବଂ ଆନନ୍ଦରୁ ପ୍ରସାଦକୁ ନେଇଯାଏ । ଅନ୍ତର୍ଜାତୀୟ ବିଶେଷଜ୍ଞ ମଧ୍ୟ ଯୋଗର ଉପକାରିତା ସ୍ୱୀକାର କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ମିଳିତ ଜାତିସଂଘରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲା । ପୁରା ବିଶ୍ୱ ଯୋଗ ବିଜ୍ଞାନର ଉପକାରିତା ସମ୍ପର୍କରେ ଅବଗତ ହେଉ ବୋଲି ଏପରି ପ୍ରସ୍ତାବ ଦିଆଯାଇଥିଲା । ଆଜି ଏହି ଦିଗରେ ଭାରତ, ୟୁନାଇଟେଡ୍ ନେସନ୍ ଓ ଡବ୍ଲୁଏଚଓ ସହ ମିଶି ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । WHO ସହ ମିଶି ଭାରତ ଯୋଗକୁ ଆଉ ଏକ ପର୍ଯ୍ୟାୟରେ ପହଞ୍ଚାଇବ। M-Yoga ମାଧ୍ୟମରେ ଏବେ ବିଶ୍ୱକୁ ଶକ୍ତି ମିଳିବ । କମନ୍ ଯୋଗ ପ୍ରୋଟୋକଲ ମାଧ୍ୟମରେ ଏହି ଆପରେ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ବିଶ୍ୱର କୋଣଅ ନୁକୋଣରେ ଉପଲବ୍ଧ ହେବ । ବିଭିନ୍ନ ଭାଷାରେ ଏହି ଭିଡିଓ ପ୍ରସ୍ତୁତ କରାଯିବ ।

Advertisment
Yoga Day 2021 International Yoga Day 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ