Advertisment

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

ନୂଆଦିଲ୍ଲୀ: ଭାରତରେ ଦୀର୍ଘବର୍ଷ ଧରି ସେବାରେ ନିୟୋଜିତ ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଜାହାଜ INS ବିରାଟ ଆରମ୍ଭ କରିଛି ନିଜର ଅନ୍ତିମ ଯାତ୍ରା। ଆଇଏନଏସ ବିରାଟକୁ ନୌସେନା ସେବାରୁ ଅବ୍ୟାହତି ଦିଆଯାଇଥିଲା। ଏବେ ଏହାକୁ ମୁମ୍ବାଇର ନୌସେନା ୟାର୍ଡରୁ ଗୁଜରାଟ ଅଲଙ୍ଗସ୍ଥିତ ଜାହାଜ ଭଙ୍ଗା ୟାର୍ଡକୁ ନିଆଯାଉଛି। ଯେଉଁଠିକି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ସ୍କ୍ରାପ ଭାବେ ବିକ୍ରି କରାଯିବ। ପ୍ରାୟ ୩୦ ବର୍ଷ ଧରି ଭାରତୀୟ ନୌସେନାକୁ ସେବା ଯୋଗାଇ ଆସିଥିବା INS […]

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

ins

Advertisment

ନୂଆଦିଲ୍ଲୀ: ଭାରତରେ ଦୀର୍ଘବର୍ଷ ଧରି ସେବାରେ ନିୟୋଜିତ ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଜାହାଜ INS ବିରାଟ ଆରମ୍ଭ କରିଛି ନିଜର ଅନ୍ତିମ ଯାତ୍ରା। ଆଇଏନଏସ ବିରାଟକୁ ନୌସେନା ସେବାରୁ ଅବ୍ୟାହତି ଦିଆଯାଇଥିଲା। ଏବେ ଏହାକୁ ମୁମ୍ବାଇର ନୌସେନା ୟାର୍ଡରୁ ଗୁଜରାଟ ଅଲଙ୍ଗସ୍ଥିତ ଜାହାଜ ଭଙ୍ଗା ୟାର୍ଡକୁ ନିଆଯାଉଛି। ଯେଉଁଠିକି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ସ୍କ୍ରାପ ଭାବେ ବିକ୍ରି କରାଯିବ।

Advertisment

ପ୍ରାୟ ୩୦ ବର୍ଷ ଧରି ଭାରତୀୟ ନୌସେନାକୁ ସେବା ଯୋଗାଇ ଆସିଥିବା INS ବିରାଟକୁ ୧୯୮୭ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ଆଇଏନଏସ ବିକ୍ରାନ୍ତ ସହ ମିଶି ବିରାଟ୍ ସେବା ଯୋଗାଇଥିଲା। ତେବେ ୧୯୯୭ରେ ବିକ୍ରାନ୍ତ ସେବାନିବୃତ୍ତ ହେବା ପରେ ୨୦୧୭ ପର୍ଯ୍ୟନ୍ତ ଆଇଏନଏସ ବିରାଟ ଏକାକୀ ଭାରତର ସାମୁଦ୍ରିକ ସୀମାର ଜାଗ୍ରତ ପ୍ରହରୀ ଭାବେ ସେବା କରିଥିଲା।

ଭାରତକୁ ଆସିବା ପୂର୍ବରୁ ଗ୍ରାଣ୍ଡ ଓଲ୍ଡ ଲେଡି ଭାବେ ଜଣାଶୁଣା ଏହି ଯୁଦ୍ଧପୋତ ବ୍ରିଟେନ୍ ରୟାଲ ନାଭିରେ ସାମିଲ ଥିଲା। ସେବାନିବୃତ୍ତ ହେବା ପରେ ଏହାକୁ ମ୍ୟୁଜିୟମରେ ରଖାଯିବାର ଯୋଜନା ହୋଇଥିଲେ ବି କାର୍ଯ୍ୟକାରୀ ହୋଇପାରିନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ