putin
ମସ୍କୋ: ଓଡ଼ିଶାର ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ପି ବିଶ୍ୱନାଥ ପାତ୍ରଙ୍କ ପ୍ରକଳ୍ପ ରୁଷ୍ରେ ପ୍ରଦର୍ଶିତ ହୋଇ ବେଶ୍ ଆଦୃତ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ସେଠାକାର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଏହି ‘ଅଭନବ ୱାଟର ଡିସ୍ପେନ୍ସର’ ପ୍ରକଳ୍ପର ଭୁରି ଭୁରି ପ୍ରଶଂସା କରିଛନ୍ତି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଏଥିରେ ଲେଖା ଅଛି, “ଡିପ୍ ଟେକ୍ନୋଲୋଜି ଏଜୁକେସନ୍ ପ୍ରୋଗ୍ରାମ୍ ଅଧୀନରେ ରୁଷିଆର ସୋଚିଠାରେ ନିଜର ‘ଅଭନବ ୱାଟର ଡିସ୍ପେନ୍ସର’ ପ୍ରକଳ୍ପ ସହ ଯୋଗ ଦେଇଥିବା ବ୍ରହ୍ମପୁରର ପି ବିଶ୍ୱନାଥ ପାତ୍ରଙ୍କୁ ଅଭିନନ୍ଦନ। ଜଳ ସଙ୍କଟ ଦୂର କରିବା ପାଇଁ ତାଙ୍କର ଏହି ଉଦ୍ଭାବନ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।”
ଭିଡିଓରୁ ଜଣାପଡ଼ୁଛି, ଏହି ଅବସରେ ଦୁହେଁ ବିଶ୍ୱନାଥଙ୍କ ଅଭିନବ ପ୍ରକଳ୍ପକୁ ନେଇ ବେଶ୍ କିଛି ସମୟ ଆଲୋନଚନା ମଧ୍ୟ କରିଥିଲେ। ତେବେ ଏଥିପାଇଁ ଜଣେ ଅନୁବାଦକ ଉଭୟଙ୍କୁ ସହାୟତା କରୁଥିବା ଦେଖାଯାଇଥିଲା। ଯଦିଓ ଆଲୋନଚନାରେ କ’ଣ ସବୁ କଥା ହେଲେ ବୁଝାପଡ଼ୁନାହିଁ, ପୁଟିନ୍ ବିଶ୍ୱନାଥଙ୍କୁ କିଛି ଉପଦେଶ ଦେଉଥିବା ପ୍ରତୀୟମାନ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/putin_1626687126.jpg)