Advertisment

ଦୁଇ ମହଲା ଛାତ ଉପରୁ ୫ ପିଲାଙ୍କୁ ତଳକୁ ଠେଲିଦେଲେ ମହିଳା

ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଦୁଇ ମହଲା ଛାତ ଉପରକୁ ୫ ଜଣ ପିଲାଙ୍କୁ ଡାକି ନେଇ ଜଣ ଜଣ କରି ତଳକୁ ଫୋପାଡ଼ିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଝାଡ଼ଖଣ୍ଡର ନଗର ଥାନା ଅଧିନ ପୁରୁଣା ସାହିବଗଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବିହାରି ଲାଲ ମଣ୍ଡଳ ଭବନରେ ପାଖ ପଡ଼ୋଶୀଙ୍କ କିଛି ପିଲା ଟିଭି ଦେଖୁଥିଲେ। ସେହି ଘରର ଜଣେ ମହିଳା ପିଲାଙ୍କୁ […]

ଅଦ୍ୟତନ ହୋଇଛି
ଦୁଇ ମହଲା ଛାତ ଉପରୁ ୫ ପିଲାଙ୍କୁ ତଳକୁ ଠେଲିଦେଲେ ମହିଳା

f

Advertisment

ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଦୁଇ ମହଲା ଛାତ ଉପରକୁ ୫ ଜଣ ପିଲାଙ୍କୁ ଡାକି ନେଇ ଜଣ ଜଣ କରି ତଳକୁ ଫୋପାଡ଼ିଥିବା ଅଭିଯୋଗ ହୋଇଛି।

Advertisment

ଆଜି ସକାଳେ ଝାଡ଼ଖଣ୍ଡର ନଗର ଥାନା ଅଧିନ ପୁରୁଣା ସାହିବଗଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ବିହାରି ଲାଲ ମଣ୍ଡଳ ଭବନରେ ପାଖ ପଡ଼ୋଶୀଙ୍କ କିଛି ପିଲା ଟିଭି ଦେଖୁଥିଲେ। ସେହି ଘରର ଜଣେ ମହିଳା ପିଲାଙ୍କୁ ବାହାନା ଆଳରେ ଛାତ ଉପରକୁ ଡାକି ନେଇଥିଲା ଏବଂ ସେଠାରୁ ଜଣ ଜଣକୁ ତଳକୁ ପକାଇ ଦେଇଥିଲା।

Advertisment

କିନ୍ତୁ ବୁଦ୍ଧନ ମଣ୍ଡଳ ନାମକ ଯୁବକ ଏବଂ ଜଣେ ଯୁବତୀ ପିଲା ଗୁଡ଼ିକୁ ତଳେ ଧରିବାକୁ ସକ୍ଷମ ହୋଇଥିଲେ। ଫଳରେ ଦୁଇଟି ପିଲାଙ୍କ ଦେହରେ ଆଘାତ ଲାଗିବା ସହ ବୁଦ୍ଧନ ମଧ୍ୟ ଆହତ ହୋଇଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିବା ବେଳେ ଜଣେ ପିଲାର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଘଟଣା ଜାଣିବାପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମହିଳା ଜଣକ ମାନସିକ ବିକାରଗ୍ରସ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ