Advertisment

ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍ -୭.୫%; ସିଇଏ କହିଲେ ସୁଧୁରୁଛି ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଭାଇରସ୍‌ରେ ଦେଶର ଅର୍ଥନୀତି ଟଳମଳ ସ୍ଥିତିରେ ଥିବା ବେଳେ ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍‌ ରିପୋର୍ଟ ପ୍ରକାଶ ପାଇଛି। ଆର୍ଥିକ ବର୍ଷ ୨୦-୨୧ର ଦ୍ୱିତୀୟ ପାଳିରେ ଜିଡିପିଗ୍ରୋଥ୍‌ -୭.୫ପ୍ରତିଶତ ରହିଛି। ପ୍ରଥମ ପାଳିରେ ଏହା ୨୪ ପ୍ରତିଶତ ଖସିଆସିଥିଲା। ତେବେ ଦ୍ୱିତୀୟ ପାଳିରେ ଆର୍ଥିକ ଅଭିବୃଦ୍ଧିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଗ୍ରୋଥ୍‌ ନେଗେଟିଭ୍‌ ବା ମାଇନସ ରହିଥିବାରୁ ଦେଶର ଆର୍ଥିକ ସ୍ଥିତି ଏବେବି ଟଳମଳ ସ୍ଥିତିରେ ରହିଛି। ଏନେଇ ଚିଫ୍‌ ଇକୋନୋମି ଆଡ୍‌ଭାଇଜର(ସିଇଏ) […]

ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍ -୭.୫%; ସିଇଏ କହିଲେ ସୁଧୁରୁଛି ଅର୍ଥବ୍ୟବସ୍ଥା

gdp

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍‌ରେ ଦେଶର ଅର୍ଥନୀତି ଟଳମଳ ସ୍ଥିତିରେ ଥିବା ବେଳେ ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍‌ ରିପୋର୍ଟ ପ୍ରକାଶ ପାଇଛି। ଆର୍ଥିକ ବର୍ଷ ୨୦-୨୧ର ଦ୍ୱିତୀୟ ପାଳିରେ ଜିଡିପିଗ୍ରୋଥ୍‌ -୭.୫ପ୍ରତିଶତ ରହିଛି। ପ୍ରଥମ ପାଳିରେ ଏହା ୨୪ ପ୍ରତିଶତ ଖସିଆସିଥିଲା। ତେବେ ଦ୍ୱିତୀୟ ପାଳିରେ ଆର୍ଥିକ ଅଭିବୃଦ୍ଧିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଗ୍ରୋଥ୍‌ ନେଗେଟିଭ୍‌ ବା ମାଇନସ ରହିଥିବାରୁ ଦେଶର ଆର୍ଥିକ ସ୍ଥିତି ଏବେବି ଟଳମଳ ସ୍ଥିତିରେ ରହିଛି।

Advertisment

ଏନେଇ ଚିଫ୍‌ ଇକୋନୋମି ଆଡ୍‌ଭାଇଜର(ସିଇଏ) କେ.ଭି ସୁବ୍ରମଣିୟନ କହିଛନ୍ତି ଯେ ଆମ ଦେଶର ଅର୍ଥବ୍ୟବସ୍ଥା ସୁଧୁରୁଛି। କରୋନା ପୂର୍ବରୁ ଆର୍ଥିକି ସ୍ଥିତି ଭଲ ଥିଲା। କିନ୍ତୁ ବିପଦ ଆସିବା ପରେ ଏହା ଦୁର୍ବଳ ହୋଇଯାଇଥିଲା। ହେଲେ ଦ୍ୱିତୀୟ ପାଳିରେ ସ୍ଥିତି ସୁଧୁରୁଛି ବୋଲି ସିଇଏ କହିଛନ୍ତି।

କେଉଁ କ୍ଷେତ୍ରରେ ଅଭିବୃଦ୍ଧି ହୋଇଛି ସେ ବିଷୟରେ ସୂଚନା ଦେଇ ସୁବ୍ରମଣିୟନ କହିଛନ୍ତି, ମ୍ୟାନୁଫେକ୍ଚରିଂ ଦିଗରେ ଦେଶରେ ୦.୬ ପ୍ରତିଶତ, କୃଷି କ୍ଷେତ୍ରରେ ୩.୪ ପ୍ରତିଶତ ବୃଦ୍ଧି ହୋଇଛି। ତେବେ କରୋନା ପୂର୍ବରୁ ୨୦୧୯-୨୦ ସେପ୍ଟେମ୍ବର ତ୍ରୟମାସିକ ରିପୋର୍ଟରେ ଦେଶରେ ଡିଜିପି ଗ୍ରୋଥ ୪.୪% ହୋଇଥିଲା।

Advertisment

ସୂଚନା ଥାଉକି କୋଇଲା, ଅଶୋଧିତ ତୈଳ, ଫର୍ଟିଲାଇଜର, ଷ୍ଟିଲ୍, ପେଟ୍ରୋ ରିଫାଇନିଂ, ବିଜୁଳି ଓ ନ୍ୟାଚୁରାଲ ଗ୍ୟାସ୍ ଉଦ୍ୟୋଗଙ୍କୁ ଦେଶର ଅର୍ଥବ୍ୟବସ୍ଥାର ମୂଳ ଭିତ୍ତି ବୋଲି ବିବେଚନା କରାଯାଏ। ଏହି ଆଠଟି କ୍ଷେତ୍ରକୁ ଅର୍ଥନୀତିର କୋର୍‌ ସେକ୍ଟରୁ କୁହାଯାଏ। ଏହି କୋର୍‌ ସେକ୍ଟରରେ ସେପ୍ଟେମ୍ବରରେ ୦.୮% ବୃଦ୍ଧି ଦେଖାଯାଇଥିଲା। କିନ୍ତୁ ଅକ୍ଟୋବରରେ ଏହା -୨.୫ ପ୍ରତିଶତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ