Advertisment

ନୂଆଦିଲ୍ଲୀରୁ ନ୍ୟୁୟର୍କ, ସାରା ବିଶ୍ୱରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ବିଦେଶରେ ଭାରତର ସ୍ୱାଧୀନତା ଦିବସର ଧୂମ୍ ଦେଖିବାକୁ ମିଳିଛି। ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ କୁହାଯାଉଥିବା ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ ସ୍କୋୟାରରେ ପ୍ରଥମଥର ପାଇଁ ତରଙ୍ଗାୟିତ ହୋଇଛି ତ୍ରିରଙ୍ଗା। ଆମେରିକାର ଥିବା ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରି ହଜାର ହଜାର କୋଶ ଦୂରରୁ ନିଜ ମାତୃଭୂମିକୁ ସ୍ମରଣ କରିଥିଲେ। ଆଉ ସଲାମ ବି କରିଥିଲେ। ନିଜ ଦେଶରୁ ବହୁତ ଦୂରରେ ଥିଲେ ମଧ୍ୟ […]

ନୂଆଦିଲ୍ଲୀରୁ ନ୍ୟୁୟର୍କ, ସାରା ବିଶ୍ୱରେ ଉଡ଼ିଲା ତ୍ରିରଙ୍ଗା

independecnde-day

Advertisment

ନୂଆଦିଲ୍ଲୀ: ବିଦେଶରେ ଭାରତର ସ୍ୱାଧୀନତା ଦିବସର ଧୂମ୍ ଦେଖିବାକୁ ମିଳିଛି। ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ କୁହାଯାଉଥିବା ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ ସ୍କୋୟାରରେ ପ୍ରଥମଥର ପାଇଁ ତରଙ୍ଗାୟିତ ହୋଇଛି ତ୍ରିରଙ୍ଗା। ଆମେରିକାର ଥିବା ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରି ହଜାର ହଜାର କୋଶ ଦୂରରୁ ନିଜ ମାତୃଭୂମିକୁ ସ୍ମରଣ କରିଥିଲେ। ଆଉ ସଲାମ ବି କରିଥିଲେ।

Advertisment

Image

ନିଜ ଦେଶରୁ ବହୁତ ଦୂରରେ ଥିଲେ ମଧ୍ୟ ସ୍ୱାଧୀନତା ଦିବସ ପାଇଁ ସମସ୍ତେ ଏକ ହୋଇଥିଲେ ତ୍ରିରଙ୍ଗା ତଳେ। ସେହିଭଳି ତ୍ରିରଙ୍ଗାର ରଙ୍ଗରେ ରଙ୍ଗାୟିତ ହୋଇଛି ନ୍ୟୁୟର୍କର ଏମ୍ପାୟାର ଷ୍ଟେଟ ବିଲଡିଂ। ସ୍ୱାଧୀନତା ଦିବସ ଅବସରରେ କାନାଡ଼ାର ନାଏଗ୍ରା ଜଳପ୍ରପାତକୁ ତ୍ରିରଙ୍ଗା ଆଲୋକରେ ରଙ୍ଗାୟିତ କରାଯାଇଥିଲା। ରାତିରେ ନାରାଙ୍ଗି, ଶ୍ୱେତ ଏବଂ ସବୁଜ ବର୍ଣ୍ଣରେ ଝଲସିଥିଲା ନାଏଗ୍ରା ୱାଟର ଫଲ୍।

Burj Khalifa to illuminate with India's Flag to mark the country's ...

ସେହିପରି ସାଉଦି ଦେଶ ମଧ୍ୟ ସଲାମ କରିଥିଲା ଭାରତର ସ୍ୱାଧୀନତା ଦିବସର ଏହି ସୁବର୍ଣ୍ଣ ଅବସରକୁ ବିଶ୍ୱର ସବୁଠାରୁ ଉଚ୍ଚତମ ଅଟ୍ଟାଳିକା ଦୁବାଇର ବୁର୍ଜ ଖଲିଫା ଟାୱାରକୁ ଭାରତୀୟ ଜାତୀୟ ପତାକା ରଙ୍ଗରେ ରଙ୍ଗୀନ କରାଯାଇଥିଲା। ୨ ହଜାର ୭୧୬ ଫୁଟ ଉଚ୍ଚତାର ଏହି ଟାୱାରକୁ ଆକର୍ଷଣୀୟ କରଯାଇଥିଲା ତିନି ରଙ୍ଗରେ।

Advertisment

Image

ସେପଟେ କାନାଡାର ତ୍ରିରଙ୍ଗା କାର ରାଲି ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗୁରୁକୁଳ କାନାଡା ଓ ଫ୍ରେଣ୍ଡସ ଅଫ୍ ଇଣ୍ଡିଆ କାନାଡା ପକ୍ଷରୁ ଏହି ଶୋଭାଯାତ୍ରା ସରେରୁ ଭ୍ୟାଙ୍କୋଭର ପର୍ଯ୍ୟନ୍ତ ଯାଇଥିଲା। ଦେଶଭକ୍ତି ସଂଗୀତର ତାଳେ ତାଳେ ବାହାରିଥିବା ଏହି କାର ରାଲିକୁ ବିଭିନ୍ନ ସ୍ଥାନରେ ଅଭିନନ୍ଦନ ଜଣାଯାଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ