Advertisment

ରେକର୍ଡ ୨୩.୯% ତଳକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଜାରି କଟକଣାର ସାଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏପ୍ରିଲରୁ ଜୁନ୍‌ ପ୍ରଥମ ତିନିମାସରେ ଦେଶର ଡିଜିପି ଐତିହାସିକ ୨୩.୯% ତଳକୁ ଖସି ଯାଇଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ୩୫.୩୫ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୦-୨୧ର ପ୍ରଥମ କ୍ୱାର୍ଟରରେ ୨୬.୯୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି […]

ରେକର୍ଡ ୨୩.୯% ତଳକୁ ଖସିଲା ଜିଡିପି

gdp

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଜାରି କଟକଣାର ସାଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏପ୍ରିଲରୁ ଜୁନ୍‌ ପ୍ରଥମ ତିନିମାସରେ ଦେଶର ଡିଜିପି ଐତିହାସିକ ୨୩.୯% ତଳକୁ ଖସି ଯାଇଛି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ୩୫.୩୫ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୦-୨୧ର ପ୍ରଥମ କ୍ୱାର୍ଟରରେ ୨୬.୯୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି।

Advertisment

୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ୫.୨% ବଢ଼ିଥିବା ବେଳେ ୨୦୨୦-୨୧ରେ ଏହା ୨୩.୯% ହ୍ରାସ ପାଇଛି। ବିଗତ ୪୦ ବର୍ଷରେ ଏହା ରେକର୍ଡ଼ ହ୍ରାସ। ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ସର୍ବମୋଟ ୫% ଅଭିବୃଦ୍ଧି ଘଟିଥିଲା। ସେହିପରି ୨୦୧୯-୨୦ ୪ର୍ଥ କ୍ୱାର୍ଟରରେ ଅଭିବୃଦ୍ଧି ହାର ୩.୧% ରହିଥିଲା।

ଚଳିତ ଆର୍ଥିକ ବର୍ଷର ଅର୍ଥନୀତି ଉପରେ କରୋନାର ସାଂଘାତିକ ପ୍ରଭାବ ପଡ଼ିଛି। ବିଶେଷ କରି ନିର୍ମାଣ କାମର ଅଭିବୃଦ୍ଧି ୫୦% ହ୍ରାସ ପାଇଥିବା ବେଳେ ହୋଟେଲ ଶିଳ୍ପର ଅଭିବୃଦ୍ଧି ୪୭% ହ୍ରାସ ପାଇଛି। ଉତ୍ପାଦନ ଶିଳ୍ପ ୩୯.୩% କମିଥିବା ବେଳେ ମାଇନିଂ ଅଭିବୃଦ୍ଧି ୨୩.୩% ହ୍ରାସ ପାଇଛି। କରୋନା କାଳ ମଧ୍ୟରେ କେବଳ କୃଷି କ୍ଷେତ୍ରର ଅଭିବୃଦ୍ଧି ହୋଇଛି। ଚଳିତ ବର୍ଷ ପ୍ରଥମ କ୍ୱାର୍ଟରରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୪% ବୃଦ୍ଧି ପାଇଛି।

Advertisment

ଏପ୍ରିଲ, ମେ’ ଓ ଜୁନ୍‌ ମାସର ଜିଡିପି ତଥ୍ୟ ଆଜି ସାର୍ବଜନୀନ କରାଯାଇଛି। ଏହି ସମୟରେ ଦେଶରେ କରୋନା ପାଇଁ ଲକଡାଉନ ଜାରି କରାଯାଇଥିଲା। କରୋନା ମାଡ଼ରେ ଭାରତର ଅର୍ଥନୀତି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବ୍ରିଟେନ ଓ ଆମେରିକାର ଜିଡିପି ଭାରତ ତୁଳନାରେ ଭଲ ରହିଛି।

ପ୍ରଥମ କ୍ୱାର୍ଟରରେ ବ୍ରିଟେନର ଅଭିବୃଦ୍ଧି ହାର ୨୦.୪% ହ୍ରାସ ପାଇଥିବା ବେଳେ ଆମେରିକାର ଜିଡିପି ୯.୫%, ଫ୍ରାନ୍ସରେ ୧୩.୮%, ଇଟାଲୀରେ ୧୨.୪%, କାନାଡାରେ ୧୨%, ଜର୍ମାନୀରେ ୧୦.୧% ଓ ଜାପାନରେ ଅଭିବୃଦ୍ଧି ହାର ୭.୬% ହ୍ରାସ ପାଇଛି।

Advertisment

କରୋନାର ସୃଷ୍ଟି ହୋଇଥିବା ଚାଇନାରେ କିନ୍ତୁ ଅଭିବୃଦ୍ଧି ହାର ପ୍ରଥମ କ୍ୱାର୍ଟରରେ ୩.୪% ବୃଦ୍ଧି ପାଇଛି। ଭାରତରେ ଶେଷ ଥର ପାଇଁ ୧୯୯୬ରେ ଜିଡିପି ଏତେ ପରିମାଣରେ ହ୍ରାସ ପାଇଥିଲା। ଏହାପରଠାରୁ କେବେ ହେଲେ ଅଭିବୃଦ୍ଧି ହାର ଏତେ କମ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ