coronavirus
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ ଲାଗୁନାହିଁ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ଯେମିତି ବୃଦ୍ଧି ହେଉଛି, ମୃତ୍ୟୁ ସଂଖ୍ୟାରେ ବି ସେହି ଅନୁସାରେ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗୋଟିଏ ଦିନରେ ୭୫ ହଜାର ୮୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇଲେ ଦେଶରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪କୁ ବୃଦ୍ଧି ପାଇଛି।
ସେପଟେ ମୃତ୍ୟୁ ସଂଖ୍ୟା ବି ହୁହୁ ହୋଇ ବଢ଼ି ଚାଲିଛି। ସଂକ୍ରମଣରେ ଦିନକରେ ୯୪୦ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି। ଏହି ନୂଆ ତଥ୍ୟ ସହ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧ ହଜାର ୭୮୨କୁ ପାର୍ କରିଛି। ସେହିଭଳି ଦେଶରେ ବର୍ତ୍ତମାନ ପାଇଁ ମୋଟ ଆକ୍ଟିଭ୍ କେସ୍- ୯ ଲକ୍ଷ ୩୭ ହଜାର ୬୨୫ ରହିଥିବା ବେଳେ ୫୫ ଲକ୍ଷ ୯ ହଜାର ୯୬୭ ଜଣ ସୁସ୍ଥ ହୋଇଛନ୍ତି।
ଶନିବାର ମହାରାଷ୍ଟ୍ରରେ ୧୪,୩୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୦,୮୬୧ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଠି ଦିନକରେ ୨୭୮ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୭,୭୫୮ରେ ପହଞ୍ଚିଛି।
ସେହିପରି ଅନ୍ୟ ରାଜ୍ୟୁଗୁଡ଼ିକ ତୁଳନାରେ ଦିଲ୍ଲୀରେ କିନ୍ତୁ କରୋନା ସ୍ଥିତି ସାମାନ୍ୟ ସୁଧୁରିଛି। ଶୁକ୍ର ଓ ଶନି ଦୁଇଦିନ ହେଲା ଦିଲ୍ଲୀରେ ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଏଠାରେ ୨,୨୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୨.୮୭ରେ ପହଞ୍ଚିଛି। ସେହିପରି ୩୪ ଜଣଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୫,୪୭୨ ହୋଇଛି।
ପଶ୍ଚିମବଙ୍ଗରେ ଦିନକରେ ସର୍ବାଧିକ ୩,୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୯୭୪ରେ ପହଞ୍ଚିଛି। ଏଠାରେ ୬୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ୫,୧୩୨ରେ ପହଞ୍ଚିଛି। ତାମିଲନାଡୁରେ ବି ଦିନକରେ ୫,୬୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୧୪, ୫୦୭ ରହିଛି। ୬୫ ଜଣଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୯,୭୧୮ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-1_1625269397.jpg)