Advertisment

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଚାଲିବ ନୂଆ ୮୦ ସ୍ୱତନ୍ତ୍ର ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ୮୦ ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଟ୍ରେନରେ ଯାତ୍ରା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ଆରମ୍ଭ ହେବ। ଏ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର କହିଛନ୍ତି, ଭାରତୀୟ ରେଲୱେ ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ। ଏହି ୮୦ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ […]

ଅଦ୍ୟତନ ହୋଇଛି
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଚାଲିବ ନୂଆ ୮୦ ସ୍ୱତନ୍ତ୍ର ଟ୍ରେନ୍

train

Advertisment

ନୂଆଦିଲ୍ଲୀ: ଭାରତୀୟ ରେଳ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ୮୦ ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଟ୍ରେନରେ ଯାତ୍ରା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ଆରମ୍ଭ ହେବ।

Advertisment

ଏ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର କହିଛନ୍ତି, ଭାରତୀୟ ରେଲୱେ ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ। ଏହି ୮୦ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ ସହ ଚାଲିବ। ରେଲୱେ ଚେୟାରମ୍ୟାନ୍ ଆହୁରି କହିଛନ୍ତି, ଯେଉଁ ସ୍ୱତନ୍ତ୍ର ଚାଲୁଛି, ତା ଉପରେ ନଜର ରଖାଯିବ। ପରୀକ୍ଷା ପାଇଁ କିମ୍ବା ରାଜ୍ୟ ସରକାରଙ୍କ ଅନୁରୋଧ ଆଧାରରେ ସ୍ୱତନ୍ତ୍ର ଟ୍ରେନର ଘୋଷଣା କରାଯାଇଛି।

https://twitter.com/ANI/status/1302197348139892736?s=20

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଆଖି ଆଗରେ ରଖି ରେଲୱେ ବର୍ତ୍ତମାନ କେବଳ ୨୩୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି। ସେହିପରି କରୋନା ପାଇଁ ରେଲୱେ ମାର୍ଚ୍ଚ ୨୨ ତାରିଖରୁ ପାସେଞ୍ଜର ଟ୍ରେନ୍, ମେଲ୍‌ ଏବଂ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ବନ୍ଦ କରିଦେଇଥିଲା।

Advertisment

ଅନ୍ୟପକ୍ଷରେ ଲକଡାଉନ୍ ମଧ୍ୟରେ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ରେଲୱେ ମେ' ୧ ତାରିଖରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆରମ୍ଭ କରିଥିଲା। ଏହା ପରେ ମେ' ୧୨ରୁ ରାଜଧାନୀ ସ୍ପେଶାନ୍ ଟ୍ରେନ୍ ଆରମ୍ଭ କରାଯାଇଥିଲା ଏବଂ ପରେ ଜୁନ୍ ୧ରୁ ଅଧିକ ୧୦୦ ଯୋଡ଼ା ଟ୍ରେନ୍ ଚଳାଚଳ ହୋଇଥିଲା। ଏହିପରି ଭାବେ ଏବେ ୨୩୦ଟି ଟ୍ରେନ୍ ଚଳାଚଳ କରୁଛି। ଏବେ ନୂଆ ୮୦ ସ୍ପେଶାଲ୍ ଟ୍ରେନ୍ ଆରମ୍ଭ ହେବା ପରେ ଗାଡ଼ି ସଂଖ୍ୟା ବୃଦ୍ଧି ପାଇବ। ଯାହାଦ୍ୱାରା ଯାତ୍ରୀଙ୍କ ପାଇଁ ଯାତ୍ରା ଅଧିକ ସୁବିଧା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ