economy
ନୂଆଦିଲ୍ଲୀ: ପୁଣି ଖସିବ ଅଭିବୃଦ୍ଧି ହାର । କରୋନା କାଳରେ ପୁଣି ଭାଙ୍ଗିବ ଭାରତର ଆର୍ଥିକ ମେରୁଦଣ୍ଡ । ଖସିବ ଜିଡିପି । ଏଭଳି ଆକଳନ କରିଛି ଆମେରିକାର ଏକ ଘରୋଇ ସଂସ୍ଥା । କରୋନା ସମୟରେ ଭାରତରେ ଲକଡାଉନ ସ୍ଥିତି ଉପୁଜିଥିବା ବେଳେ ବିଭିନ୍ନ ସହରରେ ବ୍ୟାପାର ବାଣିଜ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଉକ୍ତ ସଂସ୍ଥା, ଦେଶର ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଆକଳନ କରିଛି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୨୦୨୧-୨୦୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୧୧.୭ରୁ ଖସି ଆସି ୧୧.୧ରେ ପହଞ୍ଚିବ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ୨ ଲକ୍ଷ ୨୨ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଅନ୍ୟପଟେ ପ୍ରତ୍ୟେକ ଦିନ ସାଢ଼େ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
‘ଭାରତର ପ୍ରମୁଖ ସହର ଏବେ ବନ୍ଦ ହେବାକୁ ବସିଲାଣି’
ଦିନକୁ ଦିନ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସାରା ଦେଶରେ ଏବେ ଲକଡାଉନ୍ ନେଇ ଚର୍ଚ୍ଚା ଜୋର ଧରିଲାଣି । ହେଲେ ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏପର୍ଯ୍ୟନ୍ତ ଏହି ପଦକ୍ଷେପକୁ ଏଡ଼ାଇ ଚାଲିଛନ୍ତି। ଗୋଲ୍ଡମ୍ୟାନ୍ ସାକ୍ସ ଏକ ରିପୋର୍ଟରେ ଦର୍ଶାଇଛି ଯେ, ବର୍ତ୍ତମାନ ଲକ୍ଡାଉନ୍ର ପ୍ରଭାବ ୨୦୨୦ ବର୍ଷ ତୁଳନାରେ କମ୍ ରହିଛି । ତଥାପି, ଭାରତର ପ୍ରମୁଖ ସହରଗୁଡ଼ିକରେ କଠୋର ପ୍ରତିବନ୍ଧକର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି । ସହରଗୁଡିକରେ କଡ଼ା ଲକ୍ଡାଉନ୍ ନିୟମ କାରଣରୁ ବିଭିନ୍ନ ସେବା କ୍ଷେତ୍ର ଠପ୍ ହୋଇପଡ଼ିଛି । ଏମିତିକି ଏପ୍ରିଲରେ ଉତ୍ପାଦନ ସଂସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ସ୍ଥାଣୁ ପାଲିଟିଥିବାରୁ ଉତ୍ପାଦନ କ୍ଷେତ୍ର ଉପରେ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି ।
ଜୁଲାଇ-ସେପ୍ଟେମ୍ବର ବେଳକୁ ସୁଧୁରିବ ସ୍ଥିତି
ଗୋଲ୍ଡମ୍ୟାନ୍ ସାକ୍ସଙ୍କ ଅନୁଯାୟୀ, ଗତ ବର୍ଷର ଦ୍ୱିତୀୟ ତ୍ରୈମାସିକ ଅର୍ଥାତ୍ ଏପ୍ରିଲ୍-ଜୁନ୍ ୨୦୨୦ ତୁଳନାରେ ଏଥର ଏହାର ପ୍ରଭାବ କମ ରହିଥିବା ସଂକେତ ମିଳୁଛି । ବ୍ରୋକରେଜ ସଂସ୍ଥା ଗୋଲ୍ଡମ୍ୟାନ ସାକ୍ସ ପକ୍ଷରୁ କୁହାଯାଇଛି ଯେ, ତୃତୀୟ ତ୍ରୈମାସିକ ଅର୍ଥାତ୍ ଜୁଲାଇ-ସେପ୍ଟେମ୍ବର ୨୦୨୧ ବେଳକୁ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । କାରଣ ସେତେବେଳକୁ କରୋନା ପାଇଁ ଯେଉଁ ସବୁ ପ୍ରତିବନ୍ଧକ ରହିଛି, ସେସବୁ ଅପେକ୍ଷାକୃତ କୋହଳ ହୋଇସାରିଥିବ । ତେଣୁ ଏଭଳି ପରିସ୍ଥିତି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୧୧.୧ ପ୍ରତିଶତ ହୋଇପାରେ ବୋଲି ବ୍ରୋକରେଜ ସଂସ୍ଥା ଗୋଲ୍ଡମ୍ୟାନ ସାକ୍ସ ଆକଳନ କରିଛି । ପୂର୍ବରୁ ଦଶର ଜିଡିପି ୧୧.୭ ପ୍ରତିଶତ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/economy_1620137139.jpg)