india-air-force
ନୂଆଦିଲ୍ଲୀ: ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି। ଭାରତ-ଚୀନ୍ ସୀମାରେ ଗତକାଲି ଏକାଧିକ ଲଢ଼ୁଆ ଯୁଦ୍ଧ ବିମାନ ଉଡ଼ାଇ ଏହି ସଙ୍କେତ ଦେଇଛି ଭାରତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖ ଗସ୍ତର ଦୁଇ ଦିନ ପରେ ଭାରତ-ଚୀନ ସୀମାର ଫରୱାର୍ଡ ଏୟାର ବେସରେ ଆଜି ବାସୁସେନାର ଲଢ଼ୁଆ ଯୁଦ୍ଧ ବିମାନ ସୁଖୋଇ-୩୦, ଆପାଚି ଆକ୍ରମଣକାରୀ ହେଲିକପ୍ଟର ଉଡ଼ିବା ସହ ଏୟାର ଅପରେସନ ଜାରି ରଖିଛି।
https://twitter.com/ANI/status/1279424080832159744?s=20
ଏହି ଅବସରରେ ବାୟୁସେନାର ପ୍ରତ୍ୟେକଟି ଯୋଦ୍ଧା ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଥିବା ବାୟୁସେନାର ଜଣେ ସ୍କ୍ୱାର୍ଡନ ଲିଡର କହିଛନ୍ତି। ସେହିଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା ଲାଗି ସମସ୍ତ ସାଜ ସରଞ୍ଜାମ ସହ ଆମେ ନିଜକୁ ପ୍ରସ୍ତୁତ କରିଥିବା ଅନ୍ୟଜଣେ ୱିଙ୍ଗ୍ ସୂଚନା ଦେଇଛନ୍ତି।
ପୂର୍ବ ଲଦାଖରେ ସୀମା ବିବାଦ ତିକ୍ତତାକୁ ନେଇ ଜୁନ୍ ୧୫ରେ ଗଲୱାନ୍ ଘାଟିରେ ୨୦ ଜଣ ଯବାନ ସହିଦ ହେବା ପରେ ଚୀନ୍ ଓ ଭାରତ ପକ୍ଷରୁ ସାମରିକ ସ୍ତରରେ ପ୍ରସ୍ତୁତି ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/india-air-force_1626346402.jpg)