Advertisment

କରୋନା ଭୟ: ଇରାନ୍‌ରୁ ୫୮ ଭାରତୀୟଙ୍କୁ ଉଦ୍ଧାର କଲା ବାୟୁସେନା

ନୂଆଦିଲ୍ଲୀ: ଇରାନ୍‌ରେ ଭୟଙ୍କର ଭାବେ କରୋନା ଆତଙ୍କ ଦେଖା ଦେବା ପରେ ସେଠାରେ ଥିବା ୫୮ ଜଣ ଭାରତୀୟଙ୍କୁ ଆଜି ସ୍ୱଦେଶ ଫେରାଇ ଆଣିଛି ଭାରତୀୟ ବାୟୁସେନା।  ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ନାଗରିକଙ୍କ ଆଣିବାକୁ ବାୟୁସନେର C-17 ଗ୍ଲୋବମାଷ୍ଟର୍‌ ବିମାନକୁ ଗତକାଲି ସନ୍ଧ୍ୟାରେ ଇରାନ୍‌ ରାଜଧାନୀ ତେହରାନ୍‌କୁ ପଠାଇଯାଇଥିଲା। ଆଉ ଆଜି ଭାରତୀୟ ନାଗରିକଙ୍କ ସହିତ ବିମାନ ଗାଜିଆବାଦ୍‌ର ହୋନ୍‌ଡୋନ୍‌ ବିମାନବନ୍ଦରରେ ଅବତରଣ କରିଛି। ସେଠାରେ ଯାତ୍ରୀମାନଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଛି। […]

କରୋନା ଭୟ: ଇରାନ୍‌ରୁ ୫୮ ଭାରତୀୟଙ୍କୁ ଉଦ୍ଧାର କଲା ବାୟୁସେନା

indian

Advertisment

ନୂଆଦିଲ୍ଲୀ: ଇରାନ୍‌ରେ ଭୟଙ୍କର ଭାବେ କରୋନା ଆତଙ୍କ ଦେଖା ଦେବା ପରେ ସେଠାରେ ଥିବା ୫୮ ଜଣ ଭାରତୀୟଙ୍କୁ ଆଜି ସ୍ୱଦେଶ ଫେରାଇ ଆଣିଛି ଭାରତୀୟ ବାୟୁସେନା।  ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଭାରତୀୟ ନାଗରିକଙ୍କ ଆଣିବାକୁ ବାୟୁସନେର C-17 ଗ୍ଲୋବମାଷ୍ଟର୍‌ ବିମାନକୁ ଗତକାଲି ସନ୍ଧ୍ୟାରେ ଇରାନ୍‌ ରାଜଧାନୀ ତେହରାନ୍‌କୁ ପଠାଇଯାଇଥିଲା।

ଆଉ ଆଜି ଭାରତୀୟ ନାଗରିକଙ୍କ ସହିତ ବିମାନ ଗାଜିଆବାଦ୍‌ର ହୋନ୍‌ଡୋନ୍‌ ବିମାନବନ୍ଦରରେ ଅବତରଣ କରିଛି। ସେଠାରେ ଯାତ୍ରୀମାନଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଛି।

Advertisment

ଇରାନ୍‌ ଭାରତୀୟଙ୍କୁ ନେଇ ଫେରିବା ପରେ ମିସନ୍‌ ଶେଷ ବୋଲି ଲେଖି ଟ୍ୱିଟ୍‌ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ତେବେ ଅନ୍ୟ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଚାଲିଛି ବୋଲି ଟ୍ୱିଟ୍ କରିଥିଲେ ଜୟଶଙ୍କର।

ଇରାନ୍‌ ପ୍ରାୟ ୨୦୦୦ ଭାରତୀୟ ନାଗରିକ ରହୁଛନ୍ତି। ଗତ କିଛିଦିନ ଧରି ଇରାନ୍‌ରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି।

Advertisment

ସଦ୍ୟ ରିପୋର୍ଟ ଅନୁସାରେ ଇରାନ୍‌ରେ କରୋନା ଆକ୍ରାନ୍ତରେ ୨୩୭ଙ୍କର ପ୍ରାଣ ଯାଇଥିବାବେଳେ ପ୍ରାୟ ୭ ହଜାର ରୋଗୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

ଏହା ପୂର୍ବରୁ ଫେବ୍ରୁଆରୀ ୨୭ରେ ବାୟୁସେନାର C-17 ଗ୍ଲୋବମାଷ୍ଟର୍‌ ବିମାନରେ ଚୀନ୍‌ର ଉହାନ୍‌ରୁ ୭୬ ଜଣ ଭାରତୀୟ ନାଗରିକଙ୍କ ସହିତ  ୩୬ ଜଣ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ