Advertisment

'ନାଗ୍'ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଚୀନ୍ ସହ ସୀମାରେ ଉତ୍ତେଜନା ଭିତରେ ନିଜ ସାମରିକ କ୍ଷମତା ବଢ଼ାଇ ଚାଲିଛି ଭାରତ। ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଶକ୍ତିଶାଳୀ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଆଇଟିଆରରେ ଗତ ୧୫ ଓ ୧୬ ତାରିଖରରେ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଛି। #WATCH Trials of Helicopter-launched Nag Missile (HELINA), now named Dhruvastra anti-tank guided missile in direct and top attack […]

'ନାଗ୍'ର ସଫଳ ପରୀକ୍ଷଣ

nag-missile

Advertisment

ଭୁବନେଶ୍ୱର: ଚୀନ୍ ସହ ସୀମାରେ ଉତ୍ତେଜନା ଭିତରେ ନିଜ ସାମରିକ କ୍ଷମତା ବଢ଼ାଇ ଚାଲିଛି ଭାରତ। ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଶକ୍ତିଶାଳୀ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଆଇଟିଆରରେ ଗତ ୧୫ ଓ ୧୬ ତାରିଖରରେ ଏହି କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ହୋଇଛି।

Advertisment

https://twitter.com/ANI/status/1285796330787319808?s=20

ଏହା ୫ଶହ ମିଟରରୁ ୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ହେଲିକପ୍ଟରରୁ ମାଡ଼ କରାଯାଇପାରୁଥିବା 'ନାଗ୍' ମିସାଇଲ ବା 'ହେଲିନା'କୁ ବାୟୁସେନାରେ ବ୍ୟବହାର ଲାଗି ଆବଶ୍ୟକ ପରିବର୍ତ୍ତନ କରି ଧ୍ରୁବାସ୍ତ୍ର ନାଁରେ ନାମିତ କରାଯାଇଛି।

https://twitter.com/ANI/status/1285796901388906496?s=20

ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ଧ୍ରୁବାସ୍ତ୍ରର ଡାଇରେକ୍ଟ ଓ ଟପ୍ ଆଟାକ୍ ମୋଡରେ ପରୀକ୍ଷଣ କରାଯାଇଛି। ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାକୁ ଯିବା ପରେ ଏହି କ୍ଷେପଣାସ୍ତ୍ର ଟ୍ୟାଙ୍କର ଉପରିଭାଗରେ ମାଡ଼ ହେବ।

Advertisment

ଏଠାରେ ଟ୍ୟାଙ୍କକୁ ସୁରକ୍ଷା ଦେବାକୁ କୌଣସି ଯୁଦ୍ଧାସ୍ତ୍ର ନଥିବାରୁ ଏହା ସହଜରେ ଧ୍ୱଂସ ହୋଇଯାଇଥାଏ। ସ୍ଥଳସେନା ନାଗ୍ କ୍ଷେପଣାସ୍ତ୍ର ବ୍ୟବହାର କରୁଥିବା ବେଳେ ଭାରତୀୟ ବାୟୁସେନା ଧ୍ରୁବାସ୍ତ୍ର ବ୍ୟବହାର କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ