Advertisment

ଆଜି ବିଜୟ ଦିବସ; ଭାରତୀୟ ସେନାର ଅଦମ୍ୟ ବୀରତ୍ୱ ପାଖରେ ହାର ମାନିଥିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଜି ବିଜୟ ଦିବସ। ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ। ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ସହ ଅପୂର୍ବ ବୀରତ୍ୱର ପ୍ରଦର୍ଶନ ଦେଖି ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା। ୧୯୭୧ ମସିହାରେ ହୋଇଥିବା ଏଇ ଭାରତ-ପାକ ଯୁଦ୍ଧରେ  ପାକିସ୍ତାନ ସେନାମୁଖ୍ୟଙ୍କ ସହ ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଏଥିସହ ନୂତନ ରାଷ୍ଟ୍ରଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା। ୧୯୭୧ ଯୁଦ୍ଧର ସ୍ମାରକୀ ଭାବେ ଚଳିତବର୍ଷକୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ଭାବେ […]

ଆଜି ବିଜୟ ଦିବସ; ଭାରତୀୟ ସେନାର ଅଦମ୍ୟ ବୀରତ୍ୱ ପାଖରେ ହାର ମାନିଥିଲା ପାକିସ୍ତାନ

modi

Advertisment

ନୂଆଦିଲ୍ଲୀ: ଆଜି ବିଜୟ ଦିବସ। ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ। ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ସହ ଅପୂର୍ବ ବୀରତ୍ୱର ପ୍ରଦର୍ଶନ ଦେଖି ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା। ୧୯୭୧ ମସିହାରେ ହୋଇଥିବା ଏଇ ଭାରତ-ପାକ ଯୁଦ୍ଧରେ  ପାକିସ୍ତାନ ସେନାମୁଖ୍ୟଙ୍କ ସହ ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଏଥିସହ ନୂତନ ରାଷ୍ଟ୍ରଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା।

Advertisment

୧୯୭୧ ଯୁଦ୍ଧର ସ୍ମାରକୀ ଭାବେ ଚଳିତବର୍ଷକୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ଭାବେ ପାଳନ କରାଯାଉଛି । ପାକିସ୍ତାନ ସହ ଯୁଦ୍ଧରେ ଭାରତ ବିଜୟର ୫୦ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସମର ସ୍ମାରକୀରୁ ବିଜୟ ମଶାଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି  ବିଜୟ ଦିବସ ଅବସରରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି ।

Advertisment

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱର୍ଣ୍ଣିମ ବିଜୟ ବର୍ଷର ଲୋଗୋର ଅନାବରଣ କରିଛନ୍ତି। ଏଥି ସହିତ ଏକ ବର୍ଷ ଧରି ଚାଲିବାକୁ ଥିବା ଏହି ସ୍ୱର୍ଣ୍ଣିମ ବିଜୟ ବର୍ଷ ସମାରୋହ ଆଜିଠାରୁ ଆରମ୍ଭ ହୋଇଛି। ଏହି ସମାରୋହରେ ୧୯୭୧ ଯୁଦ୍ଧରେ ପରମବୀର ଚକ୍ର ଏବଂ ମହାବୀର ଚକ୍ର ବିଜେତା ସୈନିକଙ୍କ ଗାଁକୁ ମଧ୍ୟ ସାମିଲ କରାଯାଇଛି। ଆସନ୍ତାବର୍ଷ ନୂଆଦିଲ୍ଲୀରେ ଏହି ମଶାଲ ଯାତ୍ରା ସମ୍ପୂର୍ଣ୍ଣ ହେବ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ