Advertisment

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଭାଷା କହୁଥିବା ତୁର୍କୀକୁ ମୋଦି ଦେଲେ ଏମିତି ଜବାବ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଛନ୍ତି। ଏକମାତ୍ର ପାକିସ୍ତାନ ଏହାକୁ ବିରୋଧ କରୁଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଅତି ନିଜର ବନ୍ଧୁ, ସହଯୋଗୀ ରାଷ୍ଟ୍ରମାନେ ହାତ ଛାଡ଼ି ଦେଇଛନ୍ତି। ହେଲେ ତୁର୍କୀ ଏବେ ପାକିସ୍ତାନର ସ୍ୱର ସହ  ସ୍ୱର ମିଳାଛି । ଏପରକି ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସ୍ୱରରେ ଭାରତକୁ ସମାଲୋଚନା କରିଛି ତୁର୍କୀ। ସେତିକି ନୁହେଁ,  ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍‌(NSG)ରେ ଭାରତର ସଦସ୍ୟତାକୁ ମଧ୍ୟ ବିରୋଧ କରିଛି […]

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଭାଷା କହୁଥିବା ତୁର୍କୀକୁ ମୋଦି ଦେଲେ ଏମିତି ଜବାବ

4344

Advertisment

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଛନ୍ତି। ଏକମାତ୍ର ପାକିସ୍ତାନ ଏହାକୁ ବିରୋଧ କରୁଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଅତି ନିଜର ବନ୍ଧୁ, ସହଯୋଗୀ ରାଷ୍ଟ୍ରମାନେ ହାତ ଛାଡ଼ି ଦେଇଛନ୍ତି। ହେଲେ ତୁର୍କୀ ଏବେ ପାକିସ୍ତାନର ସ୍ୱର ସହ  ସ୍ୱର ମିଳାଛି । ଏପରକି ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସ୍ୱରରେ ଭାରତକୁ ସମାଲୋଚନା କରିଛି ତୁର୍କୀ। ସେତିକି ନୁହେଁ,  ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍‌(NSG)ରେ ଭାରତର ସଦସ୍ୟତାକୁ ମଧ୍ୟ ବିରୋଧ କରିଛି ତୁର୍କୀ।  କହିଛି,  ଯଦି ଏହି ଗ୍ରୁପ୍‌ରେ ଇସ୍‌ଲାମବାଦକୁ ସଦସ୍ୟତା ଦିଆ  ଯାଉନି ତେବେ ତେବେ ନୂଆଦିଲ୍ଲୀକୁ ମଧ୍ୟ ଏଣ୍ଟ୍ରି କରା ନଯାଉ।

Advertisment

ତେବେ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ୍‌ଙ୍କ ମୁହଁରେ ଏପରି ପାକିସ୍ତାନର ସ୍ୱର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କୁଟନୈତିକ ଭାଷାରେ କଡ଼ା ଜବାବ ଦେଇଛନ୍ତି ।

[caption id="attachment_126111" align="aligncenter" width="849"]publive-imageଗ୍ରୀସ୍‌ ପ୍ରଧାନମନ୍ତ୍ରୀଙ୍କ ସହ ନରେନ୍ଦ୍ର ମୋଦି[/caption]

Advertisment

ଆମେରିକାରୁ ଫେରିବା ପୂର୍ବରୁ ମୋଦି  ତୁର୍କୀକୁ ବିରୋଧ କରୁଥିବା ୩ଟି  ରାଷ୍ଟ୍ର ସାଇପ୍ରସ, ଆର୍ମୋନିଆ ଏବଂ ଗ୍ରୀସ୍‌ ସହ ସମ୍ପର୍କ ଦୃଢ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ତିନି ରାଷ୍ଟ୍ର ମୁଖ୍ୟଙ୍କ ସହ ବୈଠକ କରଛନ୍ତି। ମୋଦିଙ୍କର ଏହି ବୈଠକ ବେଶ୍‌ କୂଟନୈତିକ ଗୁରୁତ୍ୱ ବହନ କରୁଛି। ତା ଛଡ଼ା ଏହି ବୈଠକ ମଧ୍ୟ ତୁର୍କୀର ନିଦ ହଜାଇ ଦେଇଛି।

ତୁର୍କୀ ସହ ସାଇପ୍ରସର ବିବାଦ କାହିଁକି ?

ଜାତିସଂଘ ମହାସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ଦେଇ ସାରିବା ପରେ ସାଇପ୍ରସ୍‌ର ପ୍ରେସିଡେଣ୍ଟ ନିକୋସ ଅନାସ୍ତାସିଆଦେଶଙ୍କୁ ସାକ୍ଷାତ କରିଥିଲେ। ସାଇପ୍ରସ-ତୁର୍କୀର ବିବାଦ ଅନେକ ଦିନରୁ ଲାଗି ରହିଛି। ୧୯୭୪ ମସିହାରେ ତୁର୍କୀ ସାଇପ୍ରସର ଉତ୍ତର ଭାଗକୁ ନିଜ କବ୍‌ଜାକୁ ନେଇ ଯାଇଥିଲା। ସେହି ଦିନଠାରୁ ଏହି ଭାଗ ତୁର୍କୀ କବ୍‌ଜାରେ ଅଛି। ତୁର୍କୀ ଦଖଲ କରି ନେଇଥିବା ଏହି ଭାଗର ନାଁ ରଖିଛି ଟର୍କିସ ରିପବ୍ଲିକ ଅଫ ନର୍ଦନ ସାଇପ୍ରସ।

Advertisment

ଏହି ସାକ୍ଷାତ ସମୟରେ ମୋଦି ସାଇପ୍ରସର ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ସାଇପ୍ରସ୍‌ର ସ୍ୱତନ୍ତ୍ରତା, ସାର୍ବଭୌମତା ଏବଂ ଭୌଗଳିକ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ସାଇପ୍ରସର ରାଷ୍ଟ୍ରପତିଙ୍କ ସହ ମୋଦିଙ୍କର ଏହି ସାକ୍ଷାତକାରକୁ ତୁର୍କୀ ରାଷ୍ଟ୍ରପତି ସହଜରେ ହଜମ କରିପାରି ନାହାନ୍ତି। ସୂଚନାଥାଉ କି, ତୁର୍କୀ ନିଜକୁ ଭାରତର ବନ୍ଧୁ ବୋଲି କହୁଛି, ହେଲେ ଦେଶର ରାଷ୍ଟ୍ରପତି ଏର୍ଦୋଗନ ଜାତିସଂଘରେ ନିଜ ଅଭିଭାଷଣ ସମୟରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁଛନ୍ତି।

ଗ୍ରୀସ୍ ଏବଂ ଆର୍ମେନିଆ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଲେ ମୋଦି

ଆମେରିକା ଗସ୍ତ ସାରି ଫେରିବା ପୂର୍ବରୁ ମୋଦି ଗ୍ରୀସ୍‌ ପ୍ରଧାନମନ୍ତ୍ରୀ କେରିଆକୋସ ମିତ୍ସୋତାକିସ୍‌ଙ୍କ ସହ ସାକ୍ଷାତ କରିଛନ୍ତି। ସାମୁଦ୍ରିକ ଇଲାକାକୁ ନେଇ ଗ୍ରୀସ ଏବଂ ତୁର୍କୀ ମଧ୍ୟରେ ବିବାଦ ଚାଲିଛି। ସେହିପରି ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମୋଦି ଭେଟି ଆଲୋଚନା କରିଛନ୍ତି ମୋଦି। ଆମୋନିଆ ଅଭିଯୋଗ କରି ଆସୁଛି ଯେ, ତୁର୍କୀ ଆର୍ମୋନିଆରେ ଲକ୍ଷଲକ୍ଷ ନାଗରିକଙ୍କୁ ହତ୍ୟା କରୁଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି। ଆର୍ମେନିଆ ଏବଂ ସାଇପ୍ରସ ସହ ତୁର୍କୀର ବିବାଦ ବହୁତ ପୁରୁଣା।

ସରକାରୀ ତଥ୍ୟ ଅନୁଯାୟୀ, ତିନି ରାଷ୍ଟ୍ର ମୁଖ୍ୟଙ୍କ ସହ ମୋଦିଙ୍କ ସାକ୍ଷାତକାର ଏକ କୂଟନୈତିକ ବାର୍ତ୍ତା ବହନ କରୁଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ତୁର୍କୀ ରାଷ୍ଟ୍ରପତିଙ୍କ ପାକିସ୍ତାନ ସମର୍ଥନ ମନୋଭାବକୁ ବିରୋଧ କରିବା। ତା ଛଡା କାଶ୍ମୀର ପ୍ରସଙ୍ଗରେ ତୁର୍କୀ ନିଜର ସଂଯମତା ରକ୍ଷା କରିବା ଉଚିତ୍‌ ଏ ବିଷୟୀରେ ଚେତାଇ ଦେବା ମଧ୍ୟ ଏହି ସାକ୍ଷାତକାର ଅନ୍ୟତମ ଉଦ୍ଦେଶ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ