Advertisment

ସ୍ୱିସ୍‌ ବ୍ୟାଙ୍କରେ କଳାଟଙ୍କାର ଦ୍ୱିତୀୟ ତାଲିକା ପାଇଲା ଭାରତ

ନୂଆଦିଲ୍ଲୀ: ସୁଇସ୍‌ ବ୍ୟାଙ୍କରେ କଳାଧନର ଦ୍ୱିତୀୟ ତାଲିକା ଭାରତକୁ ମିଳିଛି। ଚୁକ୍ତି ଅନୁସାରେ ସ୍ୱିଜରଲ୍ୟାଣ୍ଡ ସରକାର କଳାଟଙ୍କାର ଦ୍ୱିତୀୟ ସୂଚନା ଭାରତ ସରକାରଙ୍କୁ ଦେଇଛନ୍ତି। ଭାରତ ସମେତ ୮୬ଟି ଦେଶକୁ ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ତଥ୍ୟ ଦିଆଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଭାରତ ସମେତ ୭୫ଟି ଦେଶକୁ କଳା ଟଙ୍କାର ତାଲିକା ଦେଇଥିଲେ ସ୍ୱିଜରଲ୍ୟାଣ୍ଡ ସରକାର। ଅଟୋମେଟିକ ଏକ୍ସଚେଞ୍ଜ ଅଫ୍ ଇନଫରମେସନ ଜରିଆରେ ସ୍ୱଜରଲ୍ୟାଣ୍ଡର ଫେଡରାଲ ଟ୍ୟାକ୍ସ ଆଡମିନଷ୍ଟ୍ରେସନ(ଏଫ୍‌ଟିଏ) କଳା ଟଙ୍କାର ସୂଚନା ଆଦାନ ପ୍ରଦାନ କରୁଛି। […]

ସ୍ୱିସ୍‌ ବ୍ୟାଙ୍କରେ କଳାଟଙ୍କାର ଦ୍ୱିତୀୟ ତାଲିକା ପାଇଲା ଭାରତ

black-money

Advertisment

ନୂଆଦିଲ୍ଲୀ: ସୁଇସ୍‌ ବ୍ୟାଙ୍କରେ କଳାଧନର ଦ୍ୱିତୀୟ ତାଲିକା ଭାରତକୁ ମିଳିଛି। ଚୁକ୍ତି ଅନୁସାରେ ସ୍ୱିଜରଲ୍ୟାଣ୍ଡ ସରକାର କଳାଟଙ୍କାର ଦ୍ୱିତୀୟ ସୂଚନା ଭାରତ ସରକାରଙ୍କୁ ଦେଇଛନ୍ତି।

Advertisment

ଭାରତ ସମେତ ୮୬ଟି ଦେଶକୁ ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ତଥ୍ୟ ଦିଆଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଭାରତ ସମେତ ୭୫ଟି ଦେଶକୁ କଳା ଟଙ୍କାର ତାଲିକା ଦେଇଥିଲେ ସ୍ୱିଜରଲ୍ୟାଣ୍ଡ ସରକାର। ଅଟୋମେଟିକ ଏକ୍ସଚେଞ୍ଜ ଅଫ୍ ଇନଫରମେସନ ଜରିଆରେ ସ୍ୱଜରଲ୍ୟାଣ୍ଡର ଫେଡରାଲ ଟ୍ୟାକ୍ସ ଆଡମିନଷ୍ଟ୍ରେସନ(ଏଫ୍‌ଟିଏ) କଳା ଟଙ୍କାର ସୂଚନା ଆଦାନ ପ୍ରଦାନ କରୁଛି।

ଏ ସମ୍ପର୍କରେ ସୂଚନା ଦେଇ ଏଫ୍‌ଟିଏ କହିଛି, ଭାରତ ସେପ୍ଟେମ୍ବର ୨୦୧୯ରେ ଅଟୋମେଟିକ୍ ଏକ୍ସଚେଞ୍ଜ୍ ଅଫ୍ ଇନଫରମେସନ ଜରିଆରେ ସ୍ୱିଜରଲ୍ୟାଣ୍ଡ ଠାରୁ ସ୍ୱିସ୍‌ ଆକାଉଣ୍ଟଧାରୀଙ୍କ ପ୍ରଥମ ତାଲିକା ଗ୍ରହଣ କରିଥିଲା। ଭାରତ ସହ ଏହି ସମୟରେ ୭୫ଟି ଦେଶକୁ ତଥ୍ୟ ଦିଆଯାଇଥିଲା। ଚଳିତ ବର୍ଷ ପ୍ରାୟ ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ତଥ୍ୟ ୮୬ଟି ଦେଶକୁ ଦିଆଯାଇଛି। ତେବେ ଏଥିରେ ଆକାଉଣ୍ଟଧାରୀଙ୍କ ନାଁ କିମ୍ବା ଠିକଣା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

Advertisment

ତେବେ ଏହି ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ମଧ୍ୟରେ ଭାରତୀୟ ନାଗରିକ ଓ ଅନୁଷ୍ଠାନଗୁଡ଼ିକର ସଂଖ୍ୟା ଅଧିକ ରହିଛି। ଗତ ଏକ ବର୍ଷ ମଧ୍ୟରେ ସ୍ୱିସ୍ କର୍ତ୍ତୃପକ୍ଷ ୧୦୦ରୁ ଅଧିକ ଭାରତୀୟ ନାଗରିକ ଓ ଅନୁଷ୍ଠାନ ବିଷୟରେ ସରକାରଙ୍କୁ ସୂଚନା ଦେଇଛନ୍ତି। ୨୦୧୮ ପୂର୍ବରୁ ବନ୍ଦ ହୋଇଯାଇଥିବା ଅଧିକାଂଶ ଆକାଉଣ୍ଟ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇଛି।

ଅନ୍ୟପକ୍ଷରେ ୨୦୧୮ରୁ ହିଁ ସ୍ୱିଜରଲ୍ୟାଣ୍ଡ ସରକାର ଏଭଳି ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି। କିନ୍ତୁ ସେତେବେଳେ ଭାରତ ଏହାର ଅଂଶବିଶେଷ ନଥିଲା। ୨୦୧୮ରେ ସ୍ୱିସ ସରକାର ୩୬ଟି ଦେଶ ସହ ଆକାଉଣ୍ଟଧାରୀଙ୍କ ତଥ୍ୟ ଆଦାନ ପ୍ରଦାନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ