modi
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବଡ ସଫଳତା। ଅପରେସନ ମିଶନ ଶକ୍ତିକୁ ସଫଳ କରିବାରେ ନିଜର ଦକ୍ଷତାର ପ୍ରୟୋଗ କରି ଭାରତ ଲୋ ଆର୍ଥ ଅରବିଟ୍ରେ ଏକ ସାଟେଲାଇଟକୁ ଆକ୍ରମଣ କରିଛି। ଆଜି ଡିଆର୍ଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚିଛି ଭାରତ।
ପୃଥିବୀ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ଏ-ସ୍ୟାଟ୍ ମିସାଇଲ୍ ଜରିଆରେ ଧ୍ୱଂସ କରାଯାଇଛି। ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ରାଷ୍ଟ୍ର। ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍ ଥିଲା।
ଏହି ସଫଳତାକୁ ଦେଶବାସୀଙ୍କୁ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି,ଏହି ସଫଳତା ଲାଗି ଦେଶବାସୀ ଗର୍ବ ଅନୁଭବ କରିବା ଉଚିତ। ଏହି ଅବସରରେ ସେ ଡିଆରଡିଓ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-6_1626339592.jpg)