coronavirus
- କରୋନାର ତୃତୀୟ ଲହରୀ ସମ୍ପର୍କରେ ଚେତାବନୀ ଦେଲେ ନୀତି ଆୟୋଗ ସଦସ୍ୟ
- ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଆବଶ୍ୟକ
- କରୋନାର ତୃତୀୟ ଲହରୀ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ
- ତୃତୀୟ ଲହରୀକୁ ଏଡାଇବା ପାଇଁ କେବଳ ଗୋଟିଏ ଉପାୟ
- ଅଧିକରୁ ଅଧିକ ଲୋକଙ୍କ ଟୀକାକରଣ
ନୂଆଦିଲ୍ଲୀ : କରୋନାର ତୃତୀୟ ଲହରୀ ନେଇ ନୀତି ଆୟୋଗ ସଦସ୍ୟଙ୍କ ଚେତାବନୀ । କରୋନାର ଦ୍ୱିତୀୟ ଲହରୀ ସହ ଏବେ ଲଢ଼େଇ କରୁଛି ଦେଶ । ଦ୍ୱିତୀୟ ଲହରୀରେ ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ବି ସଂକ୍ରମଣ ସ୍ଥିତି ଆୟତରେ ନାହିଁ । ଆଉ ଏହାରି ମଧ୍ୟରେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରୀ ଆସିବା ନେଇ ଚେତାବନୀ ଦେଇଛନ୍ତି । ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହରୀ ଅ।ରମ୍ଭ ହେବାର ଆଶଙ୍କା ରହିଥିବା ବେଳେ ଏଥିରୁ ବଞ୍ଚିବାର ରାସ୍ତା ବତାଇଛନ୍ତି ଭିକେ ସାରସ୍ୱତ ।
ଅଧିକରୁ ଅଧିକ ଟିକାକରଣ ଦ୍ୱାରା ତୃତୀୟ ଲହରୀର ମୁକାବିଲା ସମ୍ଭବ । ଦ୍ୱିତୀୟ ଲହରୀର ମୁକାବିକା କରିଛି ଭାରତ, ଏଥିପାଇଁ ଧୀରେ ଧୀରେ ସଂକ୍ରମିତ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି ବୋଲି କହିଛନ୍ତି ଭିକେ ସାରସ୍ୱତ । ତୃତୀୟ ଲହରୀ ଆସିବା ପୂର୍ବରୁ ପ୍ରସ୍ତୁତି ଜୋର ହେବା ଆବଶ୍ୟକ । ସାରା ଦେଶରେ ଟିକାକରଣ କରି ଏହି ସଙ୍କଟରୁ ରକ୍ଷା ପାଇହେବ । କୋଭିଡର ତୃତୀୟ ଲହରୀକୁ କୌଣସି ମତେ ଟାଳି ହେବ ନାହିଁ ।
ସେପ୍ଟେମ୍ବର-ଅକ୍ଟୋବରରେ ଆରମ୍ଭ ହୋଇପାରେ ବୋଲି ବିଶେଷଜ୍ଞ ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ଏଥିପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ଆବଶ୍ୟକ । ତୃତୀୟ ଲହରୀ ଆସିବା ପୂର୍ବରୁ ଦେଶବାସୀଙ୍କ ଟିକାକରଣ କରୋନାକୁ ହରାଇବାରେ ବଡ଼ ଅସ୍ତ୍ର ହେବ ।
ସେପଟେ ଏକ ଅଧ୍ୟୟନରୁ ଜଣାପଡିଛି ଭାରତର ଦ୍ୱିତୀୟ ଲହରୀ ପାଇଁ ଡେଲଟା ଭାରିଆଣ୍ଟ ଦାୟୀ । INSACOG ଏବଂ NCDC ଅଧ୍ୟୟନରୁ ଏକଥା ଜଣାପଡ଼ିଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ । National Centre for Disease Controlର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-2_1622877498.jpg)