Advertisment

ଚୀନକୁ ଚେତାବନୀ ଦେଲେ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ: ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ଚୀନକୁ ଚରମ ଚେତାବନୀ ଦେଇଛନ୍ତି ଭାରତୀୟ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ। ବାସ୍ତବ ନିୟନ୍ତ୍ରଣ ରେଖା ବା LAC ବିବାଦ ସମାଧାନ ପାଇଁ ଆଲୋଚନା ବିଫଳ ହେଲେ ଭାରତ ସାମରିକ ବିକଳ୍ପକୁ ବିଚାରକୁ ନେଇପାରେ ବୋଲି କହିଛନ୍ତି ବିପିନ୍ ରାୱତ। ଏଭଳି ଢଙ୍ଗରେ ଚୀନ ଉପରେ ବର୍ଷିଛନ୍ତି ସିଡିଏସ୍। ଚୀନ୍ ଲାଗାତାର ଟାଳଟୁଳ ନୀତି ଆପଣାଇବା ସହ ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ଭାରତ ପାଇଁ ଏବେ ଏହି […]

ଅଦ୍ୟତନ ହୋଇଛି
ଚୀନକୁ ଚେତାବନୀ ଦେଲେ ସିଡିଏସ୍ ବିପିନ ରାୱତ

bipin-rawat

Advertisment

ନୂଆଦିଲ୍ଲୀ: ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ଚୀନକୁ ଚରମ ଚେତାବନୀ ଦେଇଛନ୍ତି ଭାରତୀୟ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ। ବାସ୍ତବ ନିୟନ୍ତ୍ରଣ ରେଖା ବା LAC ବିବାଦ ସମାଧାନ ପାଇଁ ଆଲୋଚନା ବିଫଳ ହେଲେ ଭାରତ ସାମରିକ ବିକଳ୍ପକୁ ବିଚାରକୁ ନେଇପାରେ ବୋଲି କହିଛନ୍ତି ବିପିନ୍ ରାୱତ। ଏଭଳି ଢଙ୍ଗରେ ଚୀନ ଉପରେ ବର୍ଷିଛନ୍ତି ସିଡିଏସ୍।

Advertisment

ଚୀନ୍ ଲାଗାତାର ଟାଳଟୁଳ ନୀତି ଆପଣାଇବା ସହ ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ଭାରତ ପାଇଁ ଏବେ ଏହି (ସାମରିକ) ବିକଳ୍ପ ଖୋଲା ରହିଥିବା ବିପିନ ରାୱତ କହିଛନ୍ତି। ସେପଟେ ଲଦାଖ୍ ସୀମାରେ ସୈନ୍ୟ ଠୁଳ କରିବା ସହ ଭାରତ ଲଗାତର ଭାବେ ଯୁଦ୍ଧାସ୍ତ୍ର ପ୍ରେରଣ କରୁଛି। ସେହିପରି ଫାଇଟର୍ ଜେଟକୁ ସୀମାରେ ମୁତୟନ କରି ଅଭ୍ୟାସ ଜାରି ରଖିଛି ଭାରତୀୟ ବାୟୁସେନା।

ଗଲୱାନ ଘାଟିରେ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଅନେକ ଥର ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ହୋଇଛି। ହେଲେ ଚୀନ ଦ୍ୱିପାକ୍ଷିକ କଥାବାର୍ତ୍ତାକୁ ସମ୍ମାନ ନଦେଇ ପୁଣି ସେନା ଠୁଳ କରିବାରେ ଲାଗିଛି। ତେବେ ଭାରତର ଦାବି ଏପ୍ରିଲ ମାସର ପୂର୍ବ ସ୍ଥିତିକୁ ଫେରୁ ଚୀନ ସେନା। ଫିଙ୍ଗର ୫ ପଛକୁ ହଟିବାକୁ ଭାରତ ଦାବି ରଖିଛି।

Advertisment

ଅପରପକ୍ଷରେ ଏବେବି ପିଏଲଏ ପେଙ୍ଗଙ୍ଗ ଅଞ୍ଚଳରେ ନିଜର ସୈନ୍ୟ ଠୁଳ କରିବାରେ ଲାଗିଛି। ଫିଙ୍ଗର ୫ ପଛକୁ ହଟିବାକୁ ଚୀନ ରାଜି ହେଉନଥିବା ସହ ସେଠାରେ ସେନାର ଅଭ୍ୟାସ ଜାରି ରିଖିଛି। ପେଙ୍ଗଙ୍ଗ ସୋ'ର ଫିଙ୍ଗର ଅଞ୍ଚଳରୁ ଉଭୟ ଦେଶ ସମଦୂରତାରେ ସେନା ପ୍ରତ୍ୟାହାର ହଟାଇବାକୁ ଚୀନର ପ୍ରସ୍ତାବ ରଖିଛି। ଉଭୟ ସେନା ସମାନ ଭାବେ ପଛକୁ ହଟିବା ସହ ବଫର ଜୋନ୍ ତିଆରି କରିବାକୁ ଦାବି କରୁଛି ଚୀନ। ହେଲେ ଭାରତ ଚୀନର ଏହି ଦାବିକୁ ପ୍ରତ୍ୟାଖାନ କରିଛି।

ଗତ ଏପ୍ରିଲ୍ ମାସରୁ ହିଁ ଲଦାଖରେ ଭାରତ-ଚୀନର ସୀମା ବିବାଦ ଜୋର ଧରିଛି। ସମଧାନ ପାଇଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପଯର୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ପୂର୍ବରୁ ଚୀନର ବିସ୍ତାରବାଦୀ ନୀତିକୁ ଆଉ ବରଦାସ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ଘାଟିରେ ଚେତାବନୀ ଦେଇଥିବା ବେଳେ ଏବେ ସିଡିଏସଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଦରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ