Advertisment

ଗଲୱାନ ଘଟଣାରେ ମୃତ ନିଜ ଯବାନଙ୍କୁ ସମ୍ମାନ ବଦଳରେ ଚୀନ ଦେଲା ଏମିତି ଧମକ

ୱାଶିଂଟନ/ବେଜିଂ:ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସେନା ହିଂସାତ୍ମକ ଘଟଣାରେ ଦୁଇ ଦେଶର ଅନେକ ସେନା ମୃତ୍ୟୁ ମୁଖରେ ପଡ଼ିଥିଲେ। ଭାରତରେ ସହିଦ ହୋଇଥିବା ଯବାନଙ୍କ ପରିଚୟ ପ୍ରକାଶ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ କରାଯାଇଥିଲା। ହେଲେ ଚୀନ ତାଣ ମୃତ ସୈନିକଙ୍କ ପରିଚୟ ପ୍ରକାଶ କରିବାକୁ ବି ମନା କରି ଦେଇଥିଲା। ଆହୁରି ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଚୀନ ସରକାର ମୃତ ସୈନିକଙ୍କ ପରିବାର ଲୋକଙ୍କ ଉପରେ ବି ଚାପ ପକାଉଛନ୍ତି। […]

ଗଲୱାନ ଘଟଣାରେ ମୃତ ନିଜ ଯବାନଙ୍କୁ ସମ୍ମାନ ବଦଳରେ ଚୀନ ଦେଲା ଏମିତି ଧମକ

454545

Advertisment

ୱାଶିଂଟନ/ବେଜିଂ:ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସେନା ହିଂସାତ୍ମକ ଘଟଣାରେ ଦୁଇ ଦେଶର ଅନେକ ସେନା ମୃତ୍ୟୁ ମୁଖରେ ପଡ଼ିଥିଲେ। ଭାରତରେ ସହିଦ ହୋଇଥିବା ଯବାନଙ୍କ ପରିଚୟ ପ୍ରକାଶ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ କରାଯାଇଥିଲା। ହେଲେ ଚୀନ ତାଣ ମୃତ ସୈନିକଙ୍କ ପରିଚୟ ପ୍ରକାଶ କରିବାକୁ ବି ମନା କରି ଦେଇଥିଲା।

Advertisment

ଆହୁରି ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଚୀନ ସରକାର ମୃତ ସୈନିକଙ୍କ ପରିବାର ଲୋକଙ୍କ ଉପରେ ବି ଚାପ ପକାଉଛନ୍ତି। ସାବର୍ଜନିକ ଭାବେ ସେମାନଙ୍କର ଅନ୍ତିମ ସଂସ୍କାର ନ କରିବାକୁ କହିଛନ୍ତି। ଏପରିକି କୌଣସି ପ୍ରକାରେ ଯଦି ମୃତ ସୈନିକଙ୍କ ଠିକଣା ବାହାରେ ପ୍ରକାଶିତ ହୁଏ ତେବେ ପରିବାର ଲୋକଙ୍କୁ ଦଣ୍ଡ ମିଳିବ।

ଚୀନର ଜିନ୍‌ପିଙ୍ଗ ସରକାର ମୃତ ସୈନିକଙ୍କୁ କବର ଦେବା ସହ ଅନ୍ତିମ ସଂସ୍କାର ନ କରିବାକୁ ପରିବାର ଲୋକଙ୍କ ଉପରେ ଚାପ ପକାଉଛି। ଏକ ଖବରରୁ ଜଣାଯାଇଛି, ଚୀନ ସରକାର ମୃତ ସୈନିକଙ୍କ ସଂଖ୍ୟା ପ୍ରକାଶ କରିବାକୁ ଚାହୁଁନାହିଁ। କାରଣ ସଂଖ୍ୟା ଜାଣିଲେ ସେନା ମନୋବଳ ଭାଙ୍ଗିଯିବ।  ସେତିକି ନୁହେଁ, ଚୀନ ସିଭିଲ ଅଫିସର ମନ୍ତ୍ରାଳୟଙ୍କୁ ଏହି ପରିବାର ଉପରେ ନଜର ରଖିବା ପାଇଁ ଦାୟିତ୍ୱ ଦିଆଯାଇଛି।

Advertisment

ଏହି ମନ୍ତ୍ରାଳୟ ପକ୍ଷରୁ ପରିବାର ଲୋକଙ୍କୁ ଅନ୍ତିମ ସଂସ୍କାର କାମ  ଲୁଚାଇ ଲୁଚାଇ କରିବା ପାଇଁ କୁହାଯାଇଛି।  ଏଠି କହି ରଖିବୁ, ଭାରତ ତା‘ର ସହିଦ ସେନାଙ୍କ ସଂଖ୍ୟା ପ୍ରକାଶ କରିବାରେ କୌଣସି ସଙ୍କୋଚ କରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ