indo-china
ନୂଆଦିଲ୍ଲୀ: ଏଲଏସିରେ ଚୀନ୍ ଲଗାତର ଅନୁପ୍ରବେଶ କରିବାକୁ ପ୍ରୟାସ କରୁଛି। ତେବେ ଭାରତୀୟ ସେନା ଚୀନର ଏହି ପ୍ରଚେଷ୍ଟାକୁ ବାରମ୍ବାର ଫେଲ୍ କରିଦେଉଛନ୍ତି। କିନ୍ତୁ ଚୀନର ଏଭଳି କାର୍ଯ୍ୟକଳାପକୁ ନେଇ ସୀମାରେ ମଧ୍ୟ ଟେନସନ୍ ବଢ଼ିଯାଇଛି। ତେବେ ଏହି ସୀମା ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ ବସିଛି। ଉତ୍ତେଜନା ହ୍ରାସ ଲାଗି ମୋଲ୍ଡୋରେ ଗତକାଲି ମଧ୍ୟ ବୈଠକ ବସିଥିଲା।
ଭାରତ ଶାନ୍ତି ଚାହେଁ, କିନ୍ତୁ କୌଣସି ପରିସ୍ଥିତିରେ ସୀମାର ଅଖଣ୍ଡତା ସହ ସାଲିସ କରିବ ନାହିଁ ବୋଲି ବେଜିଂକୁ ସିଧା ସିଧା କହିଦେଇଛି। ସେପଟେ ଚୀନ୍ କିନ୍ତୁ ନିଜ ବାହାନାବାଜି ଛାଡ଼ିବାକୁ ନାରାଜ। ଭାରତୀୟ ସୈନ୍ୟ ନିୟନ୍ତ୍ରଣ ରେଖା ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିବା ସହ ତୁରନ୍ତ ସୈନ୍ୟ ଫେରାଇ ନେବାକୁ ଦାବି କରିଛି ବେଜିଂ।
ଗତ ୨୯ ତାରିଖ ରାତିରେ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଲୁଚିଛପି ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା ଡ୍ରାଗନ୍ ସେନା। ଫିଙ୍ଗର ଅଞ୍ଚଳ ଭଳି ଏହାକୁ ବି ନିଜ କବଜାକୁ ନେବା ଲାଗି ପୂରା ପ୍ରସ୍ତୁତିରେ ଆସିଥିଲେ ପିଏଲଏ ସୈନ୍ୟ। କିନ୍ତୁ ଚୀନର ଖୋଇ ଜାଣି ପୂର୍ବରୁ ସତର୍କ ଥିବା ଭାରତୀୟ ଯବାନ ଚୀନ୍ ସୈନ୍ୟଙ୍କ ଚାଲକୁ ପଣ୍ଡ କରି ଦେଇଥିଲେ। ଆଗୁଆ ପଦକ୍ଷେପ ସ୍ୱରୂପ ଗୁରୁତ୍ୱପୂର୍ଣ୍ଣ କାଲା ଟପ୍ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ।
ଭାରତୀୟ ସୈନ୍ୟଙ୍କ ପ୍ରତିରୋଧ ଯୋଗୁଁ ରେଡ୍ ଆର୍ମି ଆଗକୁ ବଢ଼ି ନପାରିଲେ ବି ସେଠାରେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ଭାରି ଓ ହାଲକା ଟ୍ୟାଙ୍କକୁ ମୁତୟନ କରିଛି। ତେଣୁ ଯେସାକୁ ତେସା ନୀତି ଆପଣେଇ ଭାରତୀୟ ସୈନ୍ୟ ବି ଡ୍ରାଗନକୁ ପାନେ ଚଖେଇବାକୁ ଅଧିକ ସଂଖ୍ୟାରେ ଟ୍ୟାଙ୍କ, ସାଞ୍ଜୁଆ ଗାଡ଼ି ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ସହ ସଜ୍ଜିତ ହୋଇ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/indo-china-1_1625366643.jpg)