Advertisment

ଭାରତରେ ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍ ଆପ୍ସ

ନୂଆଦିଲ୍ଲୀ: ଚୀନ୍ ଉପରେ ଆଉଏକ ଜିଡିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତ ସରକାର ବଡ଼ ପଦକ୍ଷେପ ଉଠାଇ ଚୀନର ଆଉ ୪୭ଟି ଆପ୍ସକୁ ବ୍ୟାନ୍ କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଚୀନର ୫୯ଟି ଆପ୍ସକୁ ବ୍ୟାନ୍ କରିଥିଲେ। କେବଳ ଏତିକି ନୁହେଁ, ସରକାରଙ୍କ ନଜରରେ ଏମିତି ୨୫୦ ଆପ୍ସ ଉପରେ ନଜର ରହିଛି, ଯେଉଁଥିରେ ଲୋକପ୍ରିୟ ଗେମିଂ ଆପ୍ସ ପବଜୀ ମଧ୍ୟ ସାମିଲ୍‌ ଅଛି। ଆଗାମୀ ଦିନରେ ଏହି ଆପ୍ସ ଉପରେ ମଧ୍ୟ ବ୍ୟାନ୍ ଲାଗିପାରେ। […]

ଭାରତରେ ବ୍ୟାନ୍ ହେଲା ଆଉ ୪୭ ଚାଇନିଜ୍ ଆପ୍ସ

apps

Advertisment

ନୂଆଦିଲ୍ଲୀ: ଚୀନ୍ ଉପରେ ଆଉଏକ ଜିଡିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତ ସରକାର ବଡ଼ ପଦକ୍ଷେପ ଉଠାଇ ଚୀନର ଆଉ ୪୭ଟି ଆପ୍ସକୁ ବ୍ୟାନ୍ କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଚୀନର ୫୯ଟି ଆପ୍ସକୁ ବ୍ୟାନ୍ କରିଥିଲେ।

Advertisment

କେବଳ ଏତିକି ନୁହେଁ, ସରକାରଙ୍କ ନଜରରେ ଏମିତି ୨୫୦ ଆପ୍ସ ଉପରେ ନଜର ରହିଛି, ଯେଉଁଥିରେ ଲୋକପ୍ରିୟ ଗେମିଂ ଆପ୍ସ ପବଜୀ ମଧ୍ୟ ସାମିଲ୍‌ ଅଛି। ଆଗାମୀ ଦିନରେ ଏହି ଆପ୍ସ ଉପରେ ମଧ୍ୟ ବ୍ୟାନ୍ ଲାଗିପାରେ।

ଏବେ ବ୍ୟାନ୍ କରାଯାଇଥିବା ଆପ୍‌ରେ ଅଧିକାଂଶ କ୍ଲୋନିଙ୍ଗ୍ ଆପ୍ସ ସାମିଲ୍‌ ଅଛି। ଯାହାର ଅର୍ଥ ପ୍ରଥମେ ଯେଉଁ ଆପ୍ ବ୍ୟାନ୍ ହୋଇଥିଲା, ସେହିଭଳି କିଛି ଆପ୍ସ ପ୍ରସ୍ତୁତ କରି ମାର୍କେଟକୁ ଛଡ଼ା ଯାଇଥିଲା। ଆପ୍ସକୁ ବ୍ୟାନ୍ କରିବାର ନିଷ୍ପତ୍ତି ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି। ଯେଉଁ ୪୭ଟି ଆପ୍ସ ବ୍ୟାନ୍ କରାଯାଇଛି, ତା'ର ତାଲିକା ଖୁବଶୀଘ୍ର ଜାରି କରାଯିବ।

Advertisment

ସୂଚନାଯୋଗ୍ୟ, ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଚାଲିଛି। ଗଲୱାନ ଘାଟିରେ ଉଭୟ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥିଲା। ଏହା ପରେ ଭାରତ ସରକାର ଚୀନକୁ ନେଇ କିଛି ବଡ଼ ଆକ୍ସନ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ