Advertisment

ଏଠି ଚୁଟି କାଟିବା ପାଇଁ ଦେଖାଇବାକୁ ପଡ଼େ ଆଧାର କାର୍ଡ

ଚେନ୍ନାଇ: କରୋନା ଭାଇରସକୁ ନେଇ ଚାଲିଥିବା ଯୁଦ୍ଧ ମଧ୍ୟରେ ସରକାର ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ବ୍ୟବସାୟ ସଂସ୍ଥା ଖୋଲିବାକୁ ଅନୁମତି ଦେଇଛନ୍ତି। ଅନେକ ସଂସ୍ଥା ଉପରେ ରୋକ ମଧ୍ୟ ଲଗାଇଛନ୍ତି। ଯେଉଁ ସଂସ୍ଥାଗୁଡିକ ଖୋଲାଯାଇଛି, ସେମାନେ ସରକାରଙ୍କ ଅନୁମତି ନେଇ ଖୋଲିଛନ୍ତି ଏବଂ କରୋନା ଗାଇଡ ଲାଇନ ମାନୁଛନ୍ତି। ତେବେ ତାମିଲନାଡୁ‌ରେ ଅଜବ ନିୟମ ରଖାଯାଇଛି। ଏଠାରେ ସେଲୁନ୍‌ରେ ଚୁଟି କାଟିବା ପାଇଁ ଆଧାରକାର୍ଡ ବାଧ୍ୟତା ମୂଳକ କରାଯାଇଛି। ଏପରି କରିବା ଦ୍ୱାରା […]

ଏଠି ଚୁଟି କାଟିବା ପାଇଁ ଦେଖାଇବାକୁ ପଡ଼େ ଆଧାର କାର୍ଡ

ଆଧାର କାର୍ଡ ଦିଅ ଚୁଟି କାଟ

Advertisment

ଚେନ୍ନାଇ: କରୋନା ଭାଇରସକୁ ନେଇ ଚାଲିଥିବା ଯୁଦ୍ଧ ମଧ୍ୟରେ ସରକାର ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ବ୍ୟବସାୟ ସଂସ୍ଥା ଖୋଲିବାକୁ ଅନୁମତି ଦେଇଛନ୍ତି। ଅନେକ ସଂସ୍ଥା ଉପରେ ରୋକ ମଧ୍ୟ ଲଗାଇଛନ୍ତି। ଯେଉଁ ସଂସ୍ଥାଗୁଡିକ ଖୋଲାଯାଇଛି, ସେମାନେ ସରକାରଙ୍କ ଅନୁମତି ନେଇ ଖୋଲିଛନ୍ତି ଏବଂ କରୋନା ଗାଇଡ ଲାଇନ ମାନୁଛନ୍ତି। ତେବେ ତାମିଲନାଡୁ‌ରେ ଅଜବ ନିୟମ ରଖାଯାଇଛି। ଏଠାରେ ସେଲୁନ୍‌ରେ ଚୁଟି କାଟିବା ପାଇଁ ଆଧାରକାର୍ଡ ବାଧ୍ୟତା ମୂଳକ କରାଯାଇଛି।

Advertisment

ଏପରି କରିବା ଦ୍ୱାରା ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି ଯେ କରୋନା ଭାଇରସର ସଂକ୍ରମଣକୁ ଚିହ୍ନଟ କରିବା ସହଜ ହେବ।

ସରକାର କହିବା ଅନୁଯାୟୀ, ଚୁଟି କାଟିବା ଓ ବିୟୁଟି ପାର୍ଲର ଭଳି ବ୍ୟବସାୟୀମାନେ ଗ୍ରାହକଙ୍କ ରେକର୍ଡ ରଖିବା ଉଚିତ୍। ଆଧାର କାର୍ଡରରେ ସମସ୍ତ ପ୍ରମାଣ ରହିଥାଏ। ଯେମିତି ବ୍ୟକ୍ତିର ନାଁ, ଫୋନ ନମ୍ୱର, ବାୟୋମେଟ୍ରିକ୍‌ ଏମ୍ୱେଡ୍‌ ଇତ୍ୟାଦି ରହିଥାଏ। ଫଳରେ ସଂକ୍ରମିତ ହେଲେ ଚିହ୍ନଟ କରିବା ସହଜ ହେବ।

Advertisment

ରିଲଫ୍‌ କମିଶନରଙ୍କ କହିବା ଅନୁଯାୟୀ, ଏପରି କରିବା ଦ୍ୱାରା ଯଦି ଗ୍ରାହକ କିମ୍ୱା କର୍ମଚାରୀଙ୍କୁ କରୋନା ପଜିଟିଭ ହୋଇଥାଏ, ତେବେ ସେମାନଙ୍କୁ ଚିହ୍ନଟ କରିବା ସହଜ ହେବ।

ଗତ ସୋମବାର ଠାରୁ ରିଲଫ୍‌ କମିଶନର ଗ୍ରେଟର ଚେନ୍ନାଇ କର୍ପୋରେସନ୍‌ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଗ୍ରାହକଙ୍କ ରେକର୍ଡ ରଖିବେ। ଭାଇରସକୁ ବ୍ୟାପିବାକୁ ନେଦବା ପାଇଁ ଅନ୍ୟାନ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ