Advertisment

୧୦ ଟଙ୍କିଆ ନୋଟ୍‌ ବଦଳରେ ମିଳୁଛି ୩୦ ହଜାର ଟଙ୍କା?

୧୦  ଟଙ୍କିଆ ନୋଟ୍‌ ଦେଲେ ମିଳିବ ୩୦ ହଜାର ଟଙ୍କା। ହୁଏତ ଏହି ଖବର ଶୁଣିବା ପରେ ଆପଣ କହିବେ ଏହା ଗୁଜବ ବୋଲି। କିନ୍ତୁ ଏହା ପୂରା ସତ୍ୟ। ଯଦି ଆପଣଙ୍କ ଘରେ କେଉଁଠାରେ ବି ଏକ ନିର୍ଦ୍ଧିଷ୍ଟ ପ୍ରକରର ୧୦ ଟଙ୍କିଆ ଥାଏ ତେବେ ଆପଣମାନେ ତାହା ବଦଳରେ ୩୦ ହଜାର ଟଙ୍କା ପାଇବେ

୧୦ ଟଙ୍କିଆ ନୋଟ୍‌ ବଦଳରେ ମିଳୁଛି ୩୦ ହଜାର ଟଙ୍କା?

10 rs.

Advertisment

ନୂଆଦିଲ୍ଲୀ: ୧୦  ଟଙ୍କିଆ ନୋଟ୍‌ ଦେଲେ ମିଳିବ ୩୦ ହଜାର ଟଙ୍କା। ହୁଏତ ଏହି ଖବର ଶୁଣିବା ପରେ ଆପଣ କହିବେ ଏହା ଗୁଜବ ବୋଲି। କିନ୍ତୁ ଏହା ପୂରା ସତ୍ୟ। ଯଦି ଆପଣଙ୍କ ଘରେ କେଉଁଠାରେ ବି ଏକ ନିର୍ଦ୍ଧିଷ୍ଟ ପ୍ରକରର ୧୦ ଟଙ୍କିଆ ଥାଏ ତେବେ ଆପଣମାନେ ତାହା ବଦଳରେ ୩୦ ହଜାର ଟଙ୍କା ପାଇବେ। କାରଣ ବର୍ତ୍ତମାନ ସମୟରେ ଅନେକ ଗୁଡ଼ିଏ ଅନଲାଇନ୍‌ ପ୍ଲାର୍ଟଫର୍ମରେ ପୁରୁଣା ନୋଟ୍‌ ବିକ୍ରି ଚାଲିଛି ଯାହାଦ୍ୱାରା ଆପଣମାନେ ଘରେ ବସି ୩୦ ହଜାର ଟଙ୍କା ପାଇପାରିବେ। କିନ୍ତୁ ନୋଟ୍‌ରେ କିଛି ବିଶେଷ ଚିହ୍ନ ବା ପ୍ରିଣ୍ଟ ଥିବା ନିହାତି ଆବଶ୍ୟକତା ରହିଛି। ପ୍ରଥମତଃ ଏହି ନୋଟ୍‌ ଉପରେ ଅଶୋକ ସ୍ତମ୍ଭ ନିହାତି ରହିବା ଆବଶ୍ୟକତା ରହିଛି।

Advertisment

ଯାହାକି ବହୁ ପୂର୍ବେ ଆମ ଦେଶରେ ପ୍ରଚଳିତ ଥିଲା। ୧୯୪୩ ମସିହାରେ ବ୍ରିଟିଶ ସରକାରଙ୍କ ଶାସନ ସମୟରେ ଭାରତରେ ଏପରି ନୋଟ୍‌ର ପ୍ରଚଳନ ଥିଲା। କେବଳ ଏତିକି ନୁହେଁ ବରଂ ଏହି ନୋଟ୍‌ ଉପରେ ଜଣେ ଭାରତୀୟଙ୍କ ଦସ୍ତଖତ ରହିଛି ଯାହାଙ୍କ ନାମ ସିଡ଼ି ଦେଶମୁଖ୍‌ଙ୍କର। ଏହି ସ୍ୱତନ୍ତ୍ର ୧୦ ଟଙ୍କିଆ ନୋଟ୍‌ର ଗୋଟିଏ ପାଖରେ ଅଶୋକ ସ୍ତମ୍ଭ ଥିବା ବେଳେ ଅନ୍ୟ ପାର୍ଶ୍ୱରେ ଭାସୁଥିବା ଡଙ୍ଗାର ଚିହ୍ନ ରହିଥିଲା। କେବଳ ଏତିକି ନୁହେଁ ବରଂ ନୋଟ୍‌ ଉଭୟ ପାଖରେ ଇଂରାଜୀ ଭାଷାରେ ୧୦ ଟଙ୍କା ଲେଖାଯାଇଛି। ଆଉ ଯଦି ଆପଣଙ୍କ ପାଖରେ ଏପରି ନୋଟ୍‌ ରହିଛି ତାହାଲେ ଆପଣଙ୍କୁ କୌଣସି ସ୍ଥାନକୁ ମଧ୍ୟ ଯିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି।

ଏଠାରେ କହିରଖୁଛୁ ଯେ, ଏପରି ନୋଟ୍‌ ଖୋଜିବା ଏତେ ସହଜ କଥା ନୁହେଁ। ତେଣୁ ୧୦ ଟଙ୍କିଆ ନୋଟ୍‌ରେ ଥିବା ଡଙ୍ଗା ଚିହ୍ନ ବଦଳରେ ହିଁ ୩୦ ହଜାର ଟଙ୍କା ମିଳୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଆପଣଙ୍କ ପାଖରେ ଏହି ଟଙ୍କା ରହିଛି ତେବେ ଆପଣ ନିଜ ଘରେ ରହି ହିଁ ଏହାକୁ ବିକ୍ରି କରିପାରିବେ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଏକ ନିର୍ଦ୍ଧିଷ୍ଚ ୱେବସାଇଟ୍‌ରେ ଏହି ନୋଟକୁ ବିକ୍ରି କରାଯାଉଛି। ଏହାସହ coinbazzar.com ରେ ମଧ୍ୟ ପୁରୁଣା ନୋଟ୍‌କୁ ମଧ୍ୟ ବିକ୍ରି କରାଯାଉଥିବା ଜଣାପଡ଼ିଛି।

Advertisment

ପୁରୁଣା ନୋଟ୍‌ ବଦଳରେ ଆପଣ ବିନା କୌଣସି ପରିଶ୍ରମରେ ଟଙ୍କା ରୋଜଗାର କରିପାରିବେ। ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ, ଆପଣ ପୁରୁଣା ଟଙ୍କା ଦେଇ ଟଙ୍କା ରୋଜଗାର କରିପାରିବେ। ଯଦି ୧୦ ଟଙ୍କିଆ ପୁରୁଣା ଟଙ୍କା ବଦଳରେ ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ପରେ ନିଜ ପାଖରେ ଥିବା ନୋଟ୍‌ର ଫଟୋ ମଧ୍ୟ ୱେବସାଇଟ୍‌ରେ ଅପଲୋଡ୍‌ କରିବାକୁ ପଡ଼ିବ। ପରେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଆପଣଙ୍କୁ ଯୋଗାଯୋଗ କରାଯିବା ସହ ପୁରୁଣା ନୋଟ୍ ବାବଦରେ ଟଙ୍କା ମିଳିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ