Advertisment

କେବେ ଆସିବ କରୋନା ଭ୍ୟାକସିନ୍? ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପି ଚାଲିଥିବା ବେଳେ କରୋନା ଭ୍ୟାକସିନକୁ ନେଇ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ମିଳିଛି। ଯଦି ଟ୍ରାଏଲ୍ ପ୍ରକ୍ରିୟା ଠିକଠାକ୍ ଚାଲେ, ତାହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ କରୋନା ଭ୍ୟାକସିନ୍ ଉପଲବ୍ଧ ହେବ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଏ ନେଇ ଡା. ହର୍ଷ ବର୍ଦ୍ଧନ କହିଛନ୍ତି, ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ବର୍ଷର ଶେଷ ଆଡ଼କୁ ଲୋକଙ୍କ […]

ଅଦ୍ୟତନ ହୋଇଛି
କେବେ ଆସିବ କରୋନା ଭ୍ୟାକସିନ୍? ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

covid

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପି ଚାଲିଥିବା ବେଳେ କରୋନା ଭ୍ୟାକସିନକୁ ନେଇ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ମିଳିଛି। ଯଦି ଟ୍ରାଏଲ୍ ପ୍ରକ୍ରିୟା ଠିକଠାକ୍ ଚାଲେ, ତାହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ କରୋନା ଭ୍ୟାକସିନ୍ ଉପଲବ୍ଧ ହେବ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି।

Advertisment

ଏ ନେଇ ଡା. ହର୍ଷ ବର୍ଦ୍ଧନ କହିଛନ୍ତି, ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ବର୍ଷର ଶେଷ ଆଡ଼କୁ ଲୋକଙ୍କ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରେ। ଭାରତ ୨୦୨୧ର ପ୍ରଥମ ଭାଗରେ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରିବ। ଟିକା ହାସଲ କରିବା ପାଇଁ ମନ୍ତ୍ରଣାଳୟ ବିଭିନ୍ନ ଯୋଜନା କରୁଛି। ଯଦି ଭାରତରେ ଭ୍ୟାକ୍ସିନର ପରୀକ୍ଷଣ ସଫଳ ହୁଏ, ତା’ହେଲେ ଭାରତ ସରକାରଙ୍କୁ ଶସ୍ତା ଦାମରେ ଯୋଗାଇ ଦେବା ପାଇଁ ଆଇସିଏମଆର ଓ ଭାରତ ବାୟୋଟିକ ମଧ୍ୟରେ ଏଏମୟୁ ସ୍ୱାକ୍ଷରିତ ହୋଇଛି। ସେହିପରି ସେରମ ଇନଷ୍ଟିଚ୍ୟୁଟ ସହ ମିଶି କରୋନା ଟିକାର ପରୀକ୍ଷା ଓ ଉତ୍ପାଦନ ପାଇଁ ପ୍ରୟାସ ଜାରି ରହିଛି।

ଭାରତରେ ତିନୋଟି କରୋନ ଭ୍ୟାକସିନର ଟ୍ରାଏଲ୍ ଚାଲିଛି। ସେରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ଭ୍ୟାକସିନର ମାନବ ପରୀକ୍ଷଣ ଭାରତରେ ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ଫେଜ-୩ ଟ୍ରାଏଲ ହିଁ ଭାରତରେ କରାଯାଉଛି। ଏହି ଭ୍ୟାକସିନ୍ ବର୍ଷର ଶେଷ ଆଡ଼କୁ ଉପଲବ୍ଧ ହେବାର ସମ୍ଭାବନା ଅଛି।

Advertisment

ସେହିପରି ହାଇଦ୍ରାବାଦରେ ଅବସ୍ଥାପିତ ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ 'କୋଭାକ୍ସିନ୍' ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହା ମଧ୍ୟ ବର୍ଷ ଶେଷ ଆଡ଼କୁ ବଜାରରେ ଉପଲବ୍ଧ ହୋଇପାରେ। ଜାୟଡସ କାଡିଲା ମଧ୍ୟ ମନୁଷ୍ୟ ଉପରେ ଏହି ଭ୍ୟାକ୍ସିନର ଟ୍ରାଏଲ ଆରମ୍ଭ କରିଛି। କିଛି ମାସ ମଧ୍ୟରେ ଏହାର ଟ୍ରାଏଲ ଶେଷ ହେବ ବୋଲି କୁହାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ