Advertisment

ଏଣିକି ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍

ନୂଆଦିଲ୍ଲୀ: ଶତ୍ରୁକୁ ଏବେ କଡ଼ା ଜବାବ୍ ଦେବ ଭାରତର ନାରୀ ଶକ୍ତି। ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍। ସପ୍ତଦଶ ସ୍କ୍ୱାଡ୍ରନରେ ମହିଳା ପାଇଲଟ ସାମିଲ ହେବାକୁ ଯାଉଛନ୍ତି। ରାଫେଲ ଉଡ଼ାଇବାକୁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି। ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲ୍ ବାୟୁସେନାରେ ସାମିଲ ହେବା ପରେ ବହୁଗୁଣିତ ହୋଇଛି ଭାରତର ବାୟୁ ଶକ୍ତି। ଚଳିତ ମାସ ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେଭେଣ୍ଟିନ୍ […]

ଅଦ୍ୟତନ ହୋଇଛି
ଏଣିକି ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍

rafale

Advertisment

ନୂଆଦିଲ୍ଲୀ: ଶତ୍ରୁକୁ ଏବେ କଡ଼ା ଜବାବ୍ ଦେବ ଭାରତର ନାରୀ ଶକ୍ତି। ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍। ସପ୍ତଦଶ ସ୍କ୍ୱାଡ୍ରନରେ ମହିଳା ପାଇଲଟ ସାମିଲ ହେବାକୁ ଯାଉଛନ୍ତି। ରାଫେଲ ଉଡ଼ାଇବାକୁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି।

Advertisment

ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲ୍ ବାୟୁସେନାରେ ସାମିଲ ହେବା ପରେ ବହୁଗୁଣିତ ହୋଇଛି ଭାରତର ବାୟୁ ଶକ୍ତି। ଚଳିତ ମାସ ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେଭେଣ୍ଟିନ୍ ସ୍କ୍ୱାଡ୍ରନ୍ ଗୋଲଡେନ୍ ଆରୋଜରେ ଏହି ଦୁର୍ଦ୍ଦର୍ଷ ଫାଇଟର୍ ପ୍ଲେନ ସାମିଲ ହୋଇଛି। ଚୀନ ସୀମାରେ ଉତ୍ତେଜନା ଚରମସୀମାରେ ଥିବା ବେଳେ ରାଫେଲ୍ ଜେଟ୍ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଭାରତ ସରକାର ୨୦୧୬ରେ ମହିଳାଙ୍କୁ ଫାଇଟର୍ ଫ୍ଲାଇଙ୍ଗ୍ ପାଇଁ ଅନୁମତି ଦେଇଥିଲେ। ସେବେଠାରୁ ୧୦ ମହିଳା ପାଇଲଟଙ୍କୁ ଆୟୁକ୍ତ କରାଯାଇଛି। ମହିଳା ଫାଇଟର୍ ପାଇଲଟଙ୍କ ଟ୍ରେନିଂ ସମ୍ପୂର୍ଣ୍ଣ ଭାବେ ପୁରୁଷଙ୍କ ଭଳି ହୋଇଥାଏ। ଜଣେ ପାଇଲଟ୍ ଯଦି ଥରେ କୌଣସି ଫାଇଟର୍ ଯୁକ୍ତ ଉଡାଣ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତାହେଲେ ତାଙ୍କୁ କନଭର୍ଜନ ଟ୍ରେନିଂ କରିବାକୁ ପଡ଼ିଥାଏ।

Advertisment

ଗୋଟିଏ ଏୟାରକ୍ରାଫ୍ଟରୁ ଅନ୍ୟଏକ ଏୟାରକ୍ରାଫ୍ଟକୁ ସୁଇଚ୍ କରିବା ପାଇଁ ପାଇଲଟଙ୍କୁ ଏଡି ଟ୍ରେନିଂର ଆବଶ୍ୟକତା ହୋଇଥାଏ। ଆଇଏଏଫର ୧୦ ମହିଳା ଫାଇଟର୍ ପାଇଲଟ୍ ଏପର୍ଯ୍ୟନ୍ତ ସୁଖୋଇ-୩୦, ମିଗ୍-୨୧, ମିଗ୍-୨୯ ଭଳି ଅନେକ ଉଡାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ