Advertisment

ପତ୍ନୀଙ୍କ ଠାରୁ ମୁକ୍ତି ପାଇବା ପାଇଁ ଛାଡ଼ିଦେଲେ ବଡ଼ ଚାକିରି, ହୋଇଗଲେ...

ନୂଆଦିଲ୍ଲୀ: ବିବାହର କିଛିଦିନ ପର୍ଯ୍ୟନ୍ତ ବୈବାହିକ ଜୀବନ ସୁରୁଖୁରୁରେ ଚାଲି ଥାଏ। ଏହାର କିଛିଦିନ ପରେ କୌଣସି କଥାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥାଏ। ଏଭଳି ଖବର ହୁଏତ ଆପଣ ଶୁଣିଥିବେ। ହେଲେ ଦିଲ୍ଲୀରେ ଏଭଳି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଜଣେ ବ୍ୟକ୍ତି ପତ୍ନୀଙ୍କ ସହ ହେଉଥିବା ପ୍ରତିଦିନ ଝଗଡ଼ାକୁ ନେଇ ଏତେ ମାତ୍ରାରେ ଚିଡ଼ି ଯାଇଥିଲେ, ଶେଷରେ ସେ ମଲ୍ଟିନ୍ୟାସନାଲ୍‌ କମ୍ପାନୀରୁ ଚାକିରି ଛାଡ଼ି […]

ପତ୍ନୀଙ୍କ ଠାରୁ ମୁକ୍ତି ପାଇବା ପାଇଁ ଛାଡ଼ିଦେଲେ ବଡ଼ ଚାକିରି, ହୋଇଗଲେ...

husband wife quarrel

Advertisment

ନୂଆଦିଲ୍ଲୀ: ବିବାହର କିଛିଦିନ ପର୍ଯ୍ୟନ୍ତ ବୈବାହିକ ଜୀବନ ସୁରୁଖୁରୁରେ ଚାଲି ଥାଏ। ଏହାର କିଛିଦିନ ପରେ କୌଣସି କଥାକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥାଏ। ଏଭଳି ଖବର ହୁଏତ ଆପଣ ଶୁଣିଥିବେ। ହେଲେ ଦିଲ୍ଲୀରେ ଏଭଳି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଜଣେ ବ୍ୟକ୍ତି ପତ୍ନୀଙ୍କ ସହ ହେଉଥିବା ପ୍ରତିଦିନ ଝଗଡ଼ାକୁ ନେଇ ଏତେ ମାତ୍ରାରେ ଚିଡ଼ି ଯାଇଥିଲେ, ଶେଷରେ ସେ ମଲ୍ଟିନ୍ୟାସନାଲ୍‌ କମ୍ପାନୀରୁ ଚାକିରି ଛାଡ଼ି ଦେଇଥିଲେ।

Advertisment

ଚାକିରି ଛାଡ଼ିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହରିୟାଣାର ମେୱାତ୍‌ ଯାଇ ସେଠାରେ କ୍ୟାବ୍‌ ଚଲାଇଥିଲେ। ପ୍ରତିଦିନ ପତ୍ନୀଙ୍କ ସହ ହେଉଥିବା ଝଗଡ଼ାରୁ ମୁକ୍ତି ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ।ସବୁଠାରୁ ବଡ଼ କଥା, ସେ କ୍ୟାବ୍‌ ଚଲାଉଥିଲେ ବୋଲି ପରିବାର ଲୋକଙ୍କୁ ମଧ୍ୟ ଜଣାଇନଥିଲେ। ଯେତେବେଳେ ପତ୍ନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କୌଣସି ସୂତ୍ରରୁ ଏହା ଜାଣି ପାରି ବ୍ୟକ୍ତି ଜଣକ ପରିବାର ଲୋକଙ୍କ ନିକଟକୁ ଫେରିଥିଲେ।

ଦିଳ୍ଲୀ ପୋଲିସ୍‌ କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ୩୫ ବର୍ଷୀୟ ବ୍ୟକ୍ତି ଜଣକ ମଙ୍ଗଳବାର ଦିନ ପରିବାର ଲୋକଙ୍କ ନିକଟକୁ ଫେରିଥିଲେ।

Advertisment

ପୋଲିସ୍‌ ସୂଚନା ଅନୁସାରେ, ଗତ ବର୍ଷ ଏପ୍ରିଲ ୧୨ ପର୍ଯ୍ୟନ୍ତ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା। ପତ୍ନୀ ଓ ୮ ମାସର ଶିଶୁ ସହ ସମ୍ପୃକ୍ତ ବ୍ୟକ୍ତି ରହୁଥିଲେ। ସେ ଏକ ମଲ୍ଟିନ୍ୟାସନାଲ୍‌ କମ୍ପାନୀରେ ଚାକିରି କରୁଥିଲେ ଓ ତାଙ୍କର ଦରମା ମଧ୍ୟ ଭଲ ଥିଲା। ହେଲେ ଧୀରେଧୀରେ ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗି ରହୁଥିଲା। ଏଥିରେ ବ୍ୟକ୍ତି ଜଣକ ବିରକ୍ତି ଭାବ ପ୍ରକାଶ କରି ନୋଏଡା ଛାଡ଼ି ହରିୟାଣାର ମେୱାତ୍‌ ପଳାଇଥିଲେ। ସେଠାରେ ସେ କ୍ୟାବ୍‌ ଚଲାଇଥିଲେ। ଏବିଷୟରେ ସେ ପରିବାର ଲୋକଙ୍କୁ ମଧ୍ୟ ଜଣାଇନଥିଲେ। ସ୍ୱାମୀ ନିଖୋଜ ହେବା ନେଇ ପତ୍ନୀ ପୋଲିସ୍‌ରେ ଜଣାଇଥିଲେ। ସ୍ୱାମୀ ନିଖୋଜ ପଛରେ ପତ୍ନୀ ସ୍ୱାମୀଙ୍କ ଘନିଷ୍ଠ ବନ୍ଧୁଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଏଥିପାଇଁ ମହିଳା ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ସ୍ୱାମୀଙ୍କ Polygraph ଟେଷ୍ଟ୍‌ କରିବା ପାଇଁ ଦାବି କରିଥିଲେ।

ଯେତେବେଳେ ପତ୍ନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କୌଣସି ସୂତ୍ରରୁ ଏହା ଜାଣି ପାରି ବ୍ୟକ୍ତି ଜଣକ ପରିବାର ଲୋକଙ୍କ ନିକଟକୁ ଫେରିଥିଲେ। ଉଭୟ ପତି-ପତ୍ନୀଙ୍କୁ କାଉନସିଲିଂ କରାଯାଇଥିଲା ଓ ସେମାନେ ଏକାଠି ରହିବା ପାଇଁ ରାଜି ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ