Advertisment

ମହାମାରୀକୁ ମୂଳରୁ ନାଶ କରିବ ୨-ଡିଜି ମେଡିସିନ୍‌; ଜାଣନ୍ତୁ ଏହା ଶରୀର ପାଇଁ କେତେ ପ୍ରଭାବଶାଳୀ

ଶରୀରରେ କୋଭିଡ ଭୂତାଣୁକୁ ମୂଳପୋଛ କରିବ ଭାରତର ମହାସଂଜୀବନୀ ୨-ଡିଜି ମେଡିସିନ । ଶରୀର ଉପରେ ଏହା କେତେ ପ୍ରଭାବଶାଳୀ, ୫ଟି ପଏଣ୍ଟରେ ବୁଝାଇଦେଲେ ବୈଜ୍ଞାନିକ #IndiaFightsCorona #CovidVaccine

ଅଦ୍ୟତନ ହୋଇଛି
ମହାମାରୀକୁ ମୂଳରୁ ନାଶ କରିବ ୨-ଡିଜି ମେଡିସିନ୍‌; ଜାଣନ୍ତୁ ଏହା ଶରୀର ପାଇଁ କେତେ ପ୍ରଭାବଶାଳୀ

2 dg

Advertisment

କରୋନା କରାଳ କାୟା ବିସ୍ତାର କରୁଥିବା ବେଳେ ଭାରତକୁ ଆଉ ବଡ ଶକ୍ତି ମିଳିଛିା ୨-ଡିଜି ପାଉଡରକୁ ପିଇଲେ କରୋନାରୁ ମିଳିବ ଉପଶମ । ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା DRDO ପକ୍ଷରୁ ପ୍ରସ୍ତୁତ କରୋନା ମେଡିସିନ ଟୁ ଡିଓକ୍ସି ଡି ଗ୍ଲୁକୋଜ୍ ବା ଟୁ ଡିଜିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଭାରତୀୟ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ DCGI। ହାଇଦ୍ରାବଦସ୍ଥିତ ଘରୋଇ ଫାର୍ମା କମ୍ପାନୀ ଡର ରେଡିସ୍ ଲାବରୋଟାରୀ ସହ ଡିଆରଡିଓର ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ୍ ଆଲାଏଡ ସାଇନ୍ସ ଲାବ୍ ପକ୍ଷରୁ ପ୍ରସ୍ତୁତ ଔଷଧକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଶ୍ଚର୍ଯ୍ୟଜନକ ସଫଳତା ମିଳିଛି।

Advertisment

ସ୍ୟାଚେଟରେ ଥିବା ଔଷଧର ପାଉଡରକୁ ପାଣିରେ ଫେଣ୍ଟି ପିଇବା ପରେ କରୋନା ରୋଗୀଙ୍କୁ ତୁରନ୍ତ ଉପଶମ ମିଳିପାରୁଛି। ଏହା ସଂକ୍ରମିତ ଭୂତାଣୁକୁ ଆଉ ଶରୀରରେ ବଢ଼ିବାକୁ ଦେଉନି, ରୋଗୀର ଅମ୍ଲଜାନ ନିର୍ଭରତାକୁ ମଧ୍ୟ କମାଇ ପାରୁଥିବାରୁ ଆଗାମୀ ଦିନରେ କରୋନା ରୋଗୀଙ୍କ ପାଇଁ ଏହା ରାମବାଣ ହେବା ସମ୍ଭାବନା ରହିଛି।

ଆସନ୍ତୁ ଜାଣିବା ୨-ଡିଜି ମେଡିସିନ୍ କେତେ ପରିମାଣରେ କରୋନା ଉପରେ ପ୍ରଭାବଶାଳୀ

  • ଏହି ମେଡିସିନର ନାମ ୨-ଡିଅକ୍ସି-ଡି-ଗ୍ଲୁକୋଜ୍ କିମ୍ବା ୨-ଡିଜି । ଏହା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ, ଇନ୍‌ଷ୍ଟିଚ୍‌ୟୁଟ୍ ଫର୍ ନ୍ୟୁକ୍ଲିଆର ମେଡିସିନ୍ ଏବଂ ଡକ୍ଟର ରେଡି ଲାବରୋଟୋରିଜ୍ ଦ୍ୱାରା ଏହି ମେଡିସନକୁ ପ୍ରସ୍ତୁତ କରାଯାଇଛି ।
Advertisment
  • ଡିଆରଡିଓ ଦ୍ୱାରା ନିର୍ମିତ ଭାରତର ନୂଆ ମେଡିସିନକୁ କିପରି ବ୍ୟବହାର କରିବେ:-

ଡିଆରଡିଓ ବୈଜ୍ଞାନିକ ଡକ୍ଟର ଅନନ୍ତ ନାରାୟଣ ଏଏନଆଇକୁ କହିଛନ୍ତି ଯେ, ଏହି ଔଷଧ ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟଉପରେ ପ୍ରଭାବଶାଳୀ। ଏହି ଔଷଧ ଭାରତରେ ଉତ୍ପାଦନ ହେବ ।

  1. ଏହି ମେଡିସିନର ସେବନ ଦ୍ୱାରା ମେଡିକାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଜଲଦି ଉପଶମ ମିଳିବ ।
  2. ଅକ୍ସିଜେନ୍ ଆବଶ୍ୟକ କରୁନଥିବା କୋଭିଡ୍ ରୋଗୀମାନେ ଏହାକୁ ସେବନ କରିପାରିବେ ।
  3. ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସର କରୋନା ରୋଗୀଙ୍କ :-ଠାରେ ଏହି ଔଷଧ ଭଲ ପ୍ରଭାବ ପକାଉଥିବା ଆଶା କରାଯାଇଛି।
  4. ଏହି ଔଷଧ ସେବନ କଲେ କୋଭିଡ୍ ଭୂତାଣୁ ଦ୍ୱାରା ନଷ୍ଟ ପ୍ରଭାବିତ ହୋଇଥିବା ସେଲକୁ ପୁନଃକ୍ଷମ କରାଇବା ସହ ଶରୀରରେ ଭୁତାଣୁ ସଂକ୍ରମଣ ବ୍ୟାପିବାକୁ କମାଇ ଦେଇପାରିବ । ଏହାସହ ଭୂତାଣୁର ଶକ୍ତି କ୍ଷମତାକୁ ବନ୍ଦ କରିଦେବ ।
  5. ଏହି ଔଷଧ ଏକ ପ୍ୟାକେଟ୍‌ରେ ଭର୍ତ୍ତି ହୋଇ ପାଉଡର ଆକାରରେ ଆସିବ । କରୋନା ରୋଗୀ ଏହି ଔଷଧକୁ ପାଣିରେ ଫେଣ୍ଟି କରି ପିଇବ।
Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ