Advertisment

ଆତଙ୍କବାଦୀଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆତଙ୍କବାଦୀଙ୍କୁ ନିପାତ କରିବା ପୂର୍ବରୁ ତାଙ୍କର ଗତିବିଧି ଓ ଉଦ୍ଦେଶ୍ୟ ଉପରେ ଅଧିକ ଓ ଆଗୁଆ ସୂଚନା ହାସଲ କରିବା ଉପରେ ଜୋର ଦେଇଛନ୍ତି ଅମିତ ଶାହ। ଏଥିପାଇଁ ସେ ଏକ ‘ଟେରର ମନିଟରିଂ ଗ୍ରୁପ'(ଟିଏମଜି) ତିଆରି କରିଛନ୍ତି। ଏହି ଗ୍ରୁପର ମୁଖ୍ୟ ହୋଇଛନ୍ତି ଜମ୍ମୁ କଶ୍ମୀର ସିଆଇଡିର ଅତିରିକ୍ତ ଡିଜିପି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ […]

ଆତଙ୍କବାଦୀଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କଲେ ଗୃହମନ୍ତ୍ରୀ ଅମିତ ଶାହ

amit

Advertisment

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆତଙ୍କବାଦୀଙ୍କୁ ନିପାତ କରିବା ପୂର୍ବରୁ ତାଙ୍କର ଗତିବିଧି ଓ ଉଦ୍ଦେଶ୍ୟ ଉପରେ ଅଧିକ ଓ ଆଗୁଆ ସୂଚନା ହାସଲ କରିବା ଉପରେ ଜୋର ଦେଇଛନ୍ତି ଅମିତ ଶାହ। ଏଥିପାଇଁ ସେ ଏକ ‘ଟେରର ମନିଟରିଂ ଗ୍ରୁପ'(ଟିଏମଜି) ତିଆରି କରିଛନ୍ତି। ଏହି ଗ୍ରୁପର ମୁଖ୍ୟ ହୋଇଛନ୍ତି ଜମ୍ମୁ କଶ୍ମୀର ସିଆଇଡିର ଅତିରିକ୍ତ ଡିଜିପି।

Advertisment

ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ ଏହି ଟେରର ମନିଟରିଂ ଗ୍ରୁପରେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଗୁଇନ୍ଦା, ଭିଜିଲାନ୍ସ ଆଦି ବିଭିନ୍ନ ବିଭାଗ ସାମିଲ ରହିଛନ୍ତି।

ସୀମାରେ ଅଧିକ ସକ୍ରିୟ ରହିବାକୁ ସେନାକୁ ଟିଏମଜି ପକ୍ଷରୁ କୁହାଯାଇଛି। ଏଥିସହ ଦେଶର ଅନ୍ୟ ସଂସ୍ଥା ମାନେ ମଧ୍ୟ ଏହି ଗ୍ରୁପକୁ ଆତଙ୍କବାଦୀ ପ୍ରସଙ୍ଗରେ ସମସ୍ତ ସୂଚନା ଦେବେ। ଏହି ଗ୍ରୁପ ଦ୍ୱାରା ପ୍ରଥମେ ଟେରର ଫଣ୍ଡିଂ ଉପରେ ପ୍ରହାର କରି ଆତଙ୍କବାଦୀଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଚିନ୍ତା କରିଛି ଗୃହ ମନ୍ତ୍ରଣାଳୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ