holy
ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ମଥୁରାରେ ହୋଲି ପର୍ବ ବେଶ୍ ଧୁମ୍ଧାମ୍ରେ ପାଳନ ଆରମ୍ଭ ହୋଇଛି।
ଶ୍ରୀ ରାଧାରାଣୀ ମନ୍ଦିରରେ ହୋଲି ପାଳନ ହୋଇଥିବାବେଳେ ବିଭିନ୍ନ ମଠ, ଆଶ୍ରମ ଓ ମନ୍ଦିରରେ ମଧ୍ୟ ଏହି ପର୍ବ ପାଳନ ହେଉଛି। ପରସ୍ପରକୁ ରଙ୍ଗ ଓ ଅବିର ବୋଳି ଲୋକେ ହୋଲି ମନାଉଛନ୍ତି।
/odishatv-khabar/media/post_attachments/wp-content/uploads/2019/03/holi2.jpg)
ଲୋକକଥା ଅନୁଯାୟୀ, ରାଧା ଗୋରା ଆଉ ଭଗବାନ କୃଷ୍ଣ କଳା। ସେଥିପାଇଁ ପ୍ରଭୁ ଶ୍ରୀକୃଷ୍ଣ ନିଜ ରଙ୍ଗକୁ ନେଇ ମାଆ ଯଶୋଦାଙ୍କ ପାଖରେ ମନଦୁଃଖ କରନ୍ତି। ପୁଅର ଅଭିଯୋଗ ଶୁଣି ମା’ ଯଶୋଦା ଶ୍ରୀ କୃଷ୍ଣଙ୍କୁ ସମସ୍ତ ରଙ୍ଗରେ ରଙ୍ଗେଇ ହୋଇଯିବା ପାଇଁ କୁହନ୍ତି। ଆଉ ଏହାକୁ ଆଧାର କରି ମଥୁରାରେ ଆରମ୍ଭ ହୁଏ ହୋଲିର ପରମ୍ପରା।
ଭଗବାନ ଶ୍ରୀକୃଷ୍ଣ ରାଧାଙ୍କ ଗାଁ ବରସାନାକୁ ଯାଇ ଗୋପୀଙ୍କ ସହ ରଙ୍ଗ ଖେଳିଥିଲେ। ବଦଳରେ ଗୋପାଙ୍ଗନା ଭଗବାନ ଶ୍ରୀକୃଷ୍ଣଙ୍କୁ ଲାଠିରେ ବାଡ଼େଇଥିଲେ। ଏହି କିମ୍ବଦନ୍ତୀକୁ ଆଧାରକରି ମଥୁରାସ୍ଥିତ ବରସାନାର ହୋଲି ଆଜିବି ସାରା ଭାରତରେ ପ୍ରସିଦ୍ଧ। ଏହାକୁ ଲାଠମାର ହୋଲି ବା ଲଡ଼ୁ ହୋଲି ମଧ୍ୟ କୁହାଯାଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/holy_1626338796.jpg)