hemanta
ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିଛନ୍ତି । ରାଞ୍ଚିର ମୋରାବାଡ଼ି ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଏହାସହ ଆଲମଗିରି ଆଲମ, ସତ୍ୟାନନ୍ଦ ଭୋଗତା ଓ ରାମେଶ୍ୱର ଓରାଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଭାଗ ବଣ୍ଟନ ସଂପର୍କିତ ଚୂଡ଼ାନ୍ତ ତାଲିକା ରାଜଭବନ ପଠାଯିବା ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ । ତେବେ ହେମନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଅଣ ଏନ୍ଡିଏ ଦଳଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେମନ୍ତ ସୋରେନଙ୍କୁ ଶୁଭକାମନା ଜଣାଇଛନ୍ତି । ତାଙ୍କ ନୂଆ ସରକାର ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବ ବୋଲି ସେ ଆଶା ପ୍ରକାଶ କରୁଥିବା ଟ୍ୱିଟ୍ କରିଛନ୍ତି ନବୀନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hemanta-1_1626688527.jpg)