Advertisment

ଜେଲ୍ ଭିତରେ ଆଖିବୁଜା ଗୁଳିମାଡ଼, ୨୯ ମୃତ

କାବୁଲ: ଆଫଗାନିସ୍ତାନର ଗୋଟିଏ ଜେଲରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ଓ ବନ୍ଧୁକଧାରୀ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଯେଉଁଥିରେ ୨୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣରୁ ଅଧିକ ଆହତ ହୋଇଛି। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି। ଆଫଗାନିସ୍ତାନର ଜଲାଲାବାଦଠାରେ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଜବରଦସ୍ତ ସଂଖର୍ଷ ହୋଇଥିଲା। ଯାହା ଫଳରେ ଉଭୟ ପାର୍ଶ୍ୱରେ ଗୁଳି ବିନିମୟ ଜାରି ରହିଥିଲା। ଏହି ଆକ୍ରମଣରେ କଏଦୀଙ୍କ […]

ଜେଲ୍ ଭିତରେ ଆଖିବୁଜା ଗୁଳିମାଡ଼, ୨୯ ମୃତ

afghan

Advertisment

କାବୁଲ: ଆଫଗାନିସ୍ତାନର ଗୋଟିଏ ଜେଲରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ଓ ବନ୍ଧୁକଧାରୀ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଯେଉଁଥିରେ ୨୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣରୁ ଅଧିକ ଆହତ ହୋଇଛି। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି।

Advertisment

ଆଫଗାନିସ୍ତାନର ଜଲାଲାବାଦଠାରେ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଜବରଦସ୍ତ ସଂଖର୍ଷ ହୋଇଥିଲା। ଯାହା ଫଳରେ ଉଭୟ ପାର୍ଶ୍ୱରେ ଗୁଳି ବିନିମୟ ଜାରି ରହିଥିଲା। ଏହି ଆକ୍ରମଣରେ କଏଦୀଙ୍କ ବ୍ୟତୀତ, ସାଧାରଣ ନାଗରିକ, ଜେଲ କର୍ମଚାରୀ ଓ ଆଫଗାନିସ୍ତାନର ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରଥମେ ବିଦ୍ରୋହୀମାନେ ବିସ୍ଫୋରକ ଖଚିତ ଗାଡ଼ିକୁ ଜେଲର ପ୍ରବେଶ ପଥରେ ରଖିଥିଲେ। କେହି କିଛି ବୁଝିବା ଆଗରୁ ଏହା ଭୟଙ୍କର ବିସ୍ଫୋରଣ କରିଥିଲା। ଏହାପରେ ବନ୍ଧୁକଧାରୀମାନେ ଜେଲ ମଧ୍ୟରେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଜେଲ ମଧ୍ୟରେ ପ୍ରାୟ ୨ ହଜାର କଏଦୀ ରହିଥିଲେ। ପୁଲିସ୍‌ର ପାଲଟା ଆକ୍ରମଣରେ ବିଦ୍ରୋହୀ ଗୋଷ୍ଠୀର କିଛି ସଦସ୍ୟ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ଜେଲ ମଧ୍ୟରୁ କିଛି କଏଦୀ ମଧ୍ୟ ଏହାର ସୁଯୋଗ ନେଇ ଚମ୍ପଟ ମାରିଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ