Advertisment

କରୋନାକୁ ଦେଲେ ମାତ୍‌; ମାଗଣା ଚିକିତ୍ସା ପାଇଁ ନିଜ ଅଫିସକୁ କଲେ କୋଭିଡ ସେଣ୍ଟର

ଗୁଜରାଟ: ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଗୁଜରାଟର ସୁରତର ଜଣେ ବ୍ୟବସାୟୀ କରୋନା ରୋଗୀଙ୍କ ପାଇଁ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ସୁରତର ରିଏଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ କାଦର ଶେଖ(୬୩) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ମାଗଣା ଡାକ୍ତରଖାନା ସ୍ଥାପନ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଦର ଶେଖ୍‌ କରୋନାରେ ପଜିଟିଭ […]

ଅଦ୍ୟତନ ହୋଇଛି
କରୋନାକୁ ଦେଲେ ମାତ୍‌; ମାଗଣା ଚିକିତ୍ସା ପାଇଁ ନିଜ ଅଫିସକୁ କଲେ କୋଭିଡ ସେଣ୍ଟର

covid centerrr

Advertisment

ଗୁଜରାଟ: ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଗୁଜରାଟର ସୁରତର ଜଣେ ବ୍ୟବସାୟୀ କରୋନା ରୋଗୀଙ୍କ ପାଇଁ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ସୁରତର ରିଏଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ କାଦର ଶେଖ(୬୩) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ମାଗଣା ଡାକ୍ତରଖାନା ସ୍ଥାପନ କରିଛନ୍ତି।

Advertisment

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଦର ଶେଖ୍‌ କରୋନାରେ ପଜିଟିଭ ଥିଲେ। ଏହାପରେ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ତାଙ୍କର ଚିକିତ୍ସା ପାଇଁ ବହୁ ଅର୍ଥ ଖର୍ଚ୍ଚ ହୋଇଥିଲା। ପରେ ତାଙ୍କ ମୁଣ୍ଡରେ ଏକ ଉପାୟ ଆସିଲା ଯେ ଗରିବ ଶ୍ରେଣୀର ଲୋକମାନେ ଏତେ ଟଙ୍କା ଖର୍ଚ୍ଚ କରି ନିଜ ଚିକିତ୍ସା କରିପାରିବେ ନାହିଁ। ଡିସଚାର୍ଜ ହେବାର କିଛି ସମୟ ପରେ ଶେଖ୍‌ ତାଙ୍କର ୩୦ହଜାର ବର୍ଗଫୁଟ୍‌ ଥିବା କାର୍ଯ୍ୟାଳୟକୁ କୋଭିଡ ହସ୍ପିଟାଲରେ ପରିଣତ କରିବା କାମ ଆରମ୍ଭ କଲେ।

କାଦର ଶେଖ୍‌ ୮୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରିଥିଲେ। ସେଥିରେ ଅକ୍ସିଜେନ୍‌ର ମଧ୍ୟ ସୁବିଧା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯିବ। ସେଠାରେ ମେଡିକାଲ କର୍ମଚାରୀ, ଆଇସିୟୁ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ କାଦର ସୁରତର ମ୍ୟୁନିସିପାଲ କର୍ପୋରେସନ ସହିତ ଯୋଗାଯୋଗ କରିଥିଲେ। ଖବର ଅନୁଯାୟୀ, ସୁରତର ମ୍ୟୁନିସିପାଲିଟି କମିଶନର ଓ ଡେପୁଟି ସ୍ୱାସ୍ଥ୍ୟ କମିଶନର ଏହି ଡାକ୍ତରଖାନାକୁ ପରିଦର୍ଶନ କରି ଏହାକୁ ସବୁଜ ସଙ୍କେତ ଦେଇଛନ୍ତି।
ଗତ ମଙ୍ଗଳବାର ଦିନ ଡାକ୍ତରଖାନାଟି ପ୍ରସ୍ତୁତ ହୋଇଥିଲା। ପରେ କାଦର ତାଙ୍କ ନାତୁଣୀ ହେବାଙ୍କ ନାମରେ ଡାକ୍ତରଖାନାର ନାମ ରଖିଥିଲେ। ଡେପୁଟି ସ୍ୱାସ୍ଥ୍ୟ କମିଶନରଙ୍କ କହିବା ଅନୁଯାୟୀ, ‘ପୂରା କ୍ୟାମ୍ପସ ଆମେ ଦେଖିଛୁ। ଏହା ରୋଗୀଙ୍କ ପାଇଁ ଉପଯୁକ୍ତ। ସିଭିଲ୍‌ ହସ୍ପିଟାଲରୁ ରେଫର୍‌ କରାଯାଇଥିବା ରୋଗୀଙ୍କୁ, ଆସନ୍ତା କିଛି ଦିନ ମଧ୍ୟରେ ଏଠାରେ ସେବା ଯୋଗାଇ ଦିଆଯିବ।

Advertisment

କାଦର ଶେଖ କହିଛନ୍ତି, ‘ଏହି ଡାକ୍ତରଖାନା ସମସ୍ତଙ୍କ ପାଇଁ। ଜାତି, ଧର୍ମ କିମ୍ୱା ଧାର୍ମିକ ଭେଦଭାବ ରହିବ ନାହିଁ। ମୁଁ ପାଟିରେ ରୂପାର ଚାମଚ ନେଇକି ଜନ୍ମ ହୋଇନଥିଲି। ମୁଁ ବି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛି ଓ କଠିନ ପରିଶ୍ରମ ମଧ୍ୟ କରିଛି। ଏବେ ମୋର ଆର୍ଥିକ ଅବସ୍ଥା ଠିକ୍‌ ରହିଛି। ଏନେଇ ମୁଁ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ବଢ଼ାଇ ପାଇଁ ସ୍ଥିର କଲି। ମୋର ତିନି ପୁଅ ସବୁବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି। ବର୍ତ୍ତମାନ ମୁଁ ଭାବୁଛି ମୋର ଆଉ କିଛି କରିବା ଉଚିତ୍‌। ସେଥିପାଇଁ ମୁଁ ଏହି ଡାକ୍ତରଖାନା ପ୍ରସ୍ତୁତ କଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ