assam
ଆସାମ : ସାଧାରଣତନ୍ତ୍ର ଦିବସରେ କଡ଼ା ସୁରକ୍ଷା ବଳୟ ଭିତରେ ଆସାମରେ ବିସ୍ଫୋରଣ। ଉତ୍ତରାଞ୍ଚଳରେ ୪ଟି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଗ୍ରେନେଡ୍ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ମାତ୍ର ୧୫ ମିନିଟି ବ୍ୟବଧାନରେ ସକାଳ ୮ଟା ୧୦ରୁ ୮ଟା ୨୫ ମଧ୍ୟରେ ଏହିସବୁ ବିସ୍ଫୋରଣ ହୋଇଥିଲା।
ଆସାମ ପୁଲିସ ସୂଚନା ଅନୁସାରେ , ୫ଟି ସ୍ଥାନରେ ବିସ୍ଫୋରକ ରଖାଯାଇଥିଲା । ଦିବ୍ରୁଗଡ଼ର ୨ଟି ଓ ଦୁଲିଆଜାନ୍ ଏବଂ ସୋନାରିର ଗୋଟିଏ ଗୋଟିଏ ସ୍ଥାନରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଉଗ୍ରବାଦୀ ସଙ୍ଗଠନ ଉଲ୍ଫା-ଆଇ ପକ୍ଷରୁ ଘଟାଯାଇଥିବା ଏହାର ନେତା ପରେଶ ବରୁଆ ଦାବି କରିଛନ୍ତି।
କିଛିଦିନ ପୂର୍ବରୁ ୫୦ ଜଣ କମାଣ୍ଡରଙ୍କ ସମେତ ୬୪୪ ଜଣ ଉଲ୍ଫା ଉଗ୍ରପନ୍ଥୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାରେ ସାମିଲ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ଉଲ୍ଫା ଏହି ବିସ୍ଫୋରଣ କରିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/assam_1626690813.jpg)