Advertisment

ରାତି ଡ୍ୟୁଟି ବେଳେ ପଶୁର ମନ କଥା ଜାଣିପାରିଲେ ପୋଲିସ !

ଗୋଟିଏ ପଟେ କରୋନା, ଅନ୍ୟପଟେ ଡହଡହ ଖରାରେ କାମ କରୁଛନ୍ତି ପୋଲିସ୍ । ପୋଲିସ ନୁହଁନ୍ତି ବରଂ ସେମାନେ ଜଣେ ଜଣେ କରୋନା ଯୋଦ୍ଧା । ମହାମାରୀର କରାଳ ରୂପକୁ ଖାତିର ନକରି ଦିନରାତି ଅହରହ କାମ କରୁଥିବା ସେଇ ଯୋଦ୍ଧା…

ଅଦ୍ୟତନ ହୋଇଛି
ରାତି ଡ୍ୟୁଟି ବେଳେ ପଶୁର ମନ କଥା ଜାଣିପାରିଲେ ପୋଲିସ !

dog and police

Advertisment

ଗୋଟିଏ ପଟେ କରୋନା, ଅନ୍ୟପଟେ ଡହଡହ ଖରାରେ କାମ କରୁଛନ୍ତି ପୋଲିସ୍ । ପୋଲିସ ନୁହଁନ୍ତି ବରଂ ସେମାନେ ଜଣେ ଜଣେ କରୋନା ଯୋଦ୍ଧା । ମହାମାରୀର କରାଳ ରୂପକୁ ଖାତିର ନକରି ଦିନରାତି ଅହରହ କାମ କରୁଥିବା ସେଇ ଯୋଦ୍ଧା ବି ଜାଣିପାରେ ଆଉ ଜଣଙ୍କ ବେଦନା । ଶୋଷକୁ ସହି ନପାରି ପାଣି ଟୋପାଏ ପାଇଁ ଆଉଟୁପାଉଟୁ ହେଉଥିବା କୁକୁରକୁ ପାଣି ପିଆଇ ଦେଲେ ପୋଲିସ । ଏକଥା ହୁଏତ ଆପଣଙ୍କୁ ସାଧାରଣ ଲାଗୁଥିବ, କିନ୍ତୁ ଗୋଟିଏ ନିରୀହ ପଶୁର ମନ କଥାକୁ ବୁଝି ପାରିବା ଏହା ନିଶ୍ଚିତ ସାମାଜିକ ଦାୟିତ୍ୱବୋଧ ଠାରୁ ବହୁ ଉର୍ଦ୍ଧ୍ୱରେ । ସେଇଥିପାଇଁ ତ ପଶୁଟିଏ ପ୍ରତି ପୋଲିସଙ୍କ କର୍ତ୍ତବ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ଦେଖି ବିଭିନ୍ନ ମହଲରୁ ଭୂରି ଭୂରି ପ୍ରଶଂସା କରାଯାଉଛିା

Advertisment

ସମ୍ପ୍ରତି ଜଣେ ପୋଲିସ କର୍ମଚାରୀମାନେ ଖରା ବର୍ଷାକୁ ଖାତିର ନକରି ଯୋଦ୍ଧା ଭାବେ କାମ କରୁଛନ୍ତି । ଲୋକମାନେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସଂକ୍ରମଣ ଚେନ୍‌ରେ ବ୍ରେକ୍ ଲଗାଇବା ପାଇଁ ପୋଲିସ ପାଇଁ ଏବେ ବଡ ଚାଲେଞ୍ଚ । କିନ୍ତୁ ଏହା ଭିତରେ ବାରଣାସୀର କାଶୀ ବିଶ୍ୱନାଥ ସହରରେ ଦେଖିବାକୁ ମିଳିଛି ଭିନ୍ନ ଧରଣର ଚିତ୍ର । ରାତିରେ ଗୋଟିଏ କୁକୁର ପାଣି ଟୋପାଏ ପାଇଁ ଘୁରି ବୁଲୁଥିଲା । ବୋଧହୁଏ ସେଠାରେ ଡ୍ୟୁଟିରେ ଥିବା ପୋଲିସ ଜାଣିପାରିଥିଲେ । କୁକୁରଟି ତାଙ୍କ ପାଖକୁ ଆସିବା କ୍ଷଣି ତାକୁ ପାଣି ପିଇବାକୁ ଦେଇଥିଲେ । ନିଜେ ହ୍ୟାଣ୍ଡପମ୍ପ ମାରିବା ପରେ ପାଣି ବାହାରିବା ମାତ୍ରକେ କୁକୁରଟି ଆନନ୍ଦରେ ପାଣି ପିଇବାରେ ଲାଗଥିଲା ।

Advertisment

ଏହି ସମୟର ଫଟୋକୁ ଟ୍ୱିଟ୍ କରି ସେୟାର କରିଛି ପୋଲିସ ମିଡିଆ ନ୍ୟୁଜ । ଫଟୋ କ୍ୟାପସନରେ ଲେଖାଯାଇଛି ଯେ ପୋଲିସ ସର୍ବଦା ସେବା ଓ ସୁରକ୍ଷାର ମନୋବୃତ୍ତି ନେଇ କାମ କରେ । ଆପଣ ମାନେ ବି ନିଜ ଅଞ୍ଚଳରେ ସୁସ୍ଥ ସମାଜ ପାଇଁ ପୋଲିସଙ୍କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ ।

ଏହି କେଇ ପଦ କଥା ଦୁଇଟି ଦିଗକୁ ଦର୍ଶାଉଛି । ଗୋଟିଏ ହେଲା- ମଣିଷ ହେଉ ଅବା ପଶୁ, ନିଜର ସୁରକ୍ଷା ସହ ଅନ୍ୟର ବି ଜୀବନ ରକ୍ଷା କରିବା ବି ଆମର ଦାୟିତ୍ୱ । ଦ୍ୱିତୀୟଟି ହେଲା- ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କୋଭିଡ୍ ଗାଇଡଲାଇନ ମାନିବା ସହ ସାମାଜିକ ଦ୍ୱାୟିତ୍ୱକୁ ଆପଣାନ୍ତୁା

Advertisment

ଭାଇରାଲ ପୋଷ୍ଟରେ ଆଇପିଏସ ଅଫିସର ସୁକିର୍ତ୍ତୀ ମାଧବ ୱେବ ସିରିଜ ପାତାଳ ଲୋକର ଡାଇଲଗକୁ ସେୟାର କରି ଲେଖିଛନ୍ତି ଯେ, ଯଦି ଜଣେ ମଣିଷ କୁକୁରକୁ ଭଲପାଏ, ସେ ଜଣ ଭଲ ମଣିଷ । ସେହିପରି ଗୋଟିଏ କୁକୁର ମଣିଷକୁ ଭଲପାଏ, ସେ ବି ଭଲ ମଣିଷ ।

କେବଳ ସେ ନୁହଁନ୍ତି, ଏହି ଭାଇରାଲ ପୋଷ୍ଟରେ ୨୪ ହଜାରରୁ ଉର୍ଦ୍ଧ୍ୱ ଲାଇକ୍ କରିଥିବା ବେଳେ ଜଣେ ପୋଲିସ ବନ୍ଧୁ-ପଶୁର ସମ୍ପର୍କ ନେଇ ବହୁ ପ୍ରଶଂସାର ସୁଅ ଛୁଟିଛି । କେହି କେହି କମେଣ୍ଟସ୍ ଦେଇଛନ୍ତି ଯେ, ଗଡନେସ୍ ଆଣ୍ଡ ହ୍ୟୁମାନିଟି ଇନ୍ ଆକ୍ସନ, ଇଶ୍ୱର ପୋଲିସ ଓ ତାଙ୍କ ପରିବାରକୁ ମଙ୍ଗଳ କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ