Advertisment

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ସହମତି

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ତରଫରୁ ହୋଇଥିବା ସୁପାରିଶରେ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ। ଏହା ପୂର୍ବରୁ ସୁଶାନ୍ତଙ୍କ ପିତା କେକେ ସିଂହ ରାଜପୁତ ସିବିଆଇ ତଦନ୍ତ ଦାବି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିବେଦନ କରିଥିଲେ। ଯାହା ପରେ ନୀତିଶ କୁମାର ମଙ୍ଗଳବାର ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ସୁପାରିଶ୍ କରିଥିଲେ। ସିବିଆଇ ତଦନ୍ତ ତଦନ୍ତର ସୁପାରିଶର ଘୋଷଣା କରି ନୀତିଶ କୁମାର କହିଥିଲେ, […]

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ସହମତି

sushant

Advertisment

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ତରଫରୁ ହୋଇଥିବା ସୁପାରିଶରେ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ। ଏହା ପୂର୍ବରୁ ସୁଶାନ୍ତଙ୍କ ପିତା କେକେ ସିଂହ ରାଜପୁତ ସିବିଆଇ ତଦନ୍ତ ଦାବି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିବେଦନ କରିଥିଲେ। ଯାହା ପରେ ନୀତିଶ କୁମାର ମଙ୍ଗଳବାର ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ସୁପାରିଶ୍ କରିଥିଲେ।

Advertisment

ସିବିଆଇ ତଦନ୍ତ ତଦନ୍ତର ସୁପାରିଶର ଘୋଷଣା କରି ନୀତିଶ କୁମାର କହିଥିଲେ, ସରକାର ଆଜି ଏହି ସୁପାରିସର ସବୁ ଔପଚାରିକତା ପୂରଣ କରିନେବେ। ତେବେ ସନ୍ଧ୍ୟାରେ ରାଜ୍ୟପାଳ ସିବିଆଇ ତଦନ୍ତ ଫାଇନାଲରେ ମୋହର ଲଗାଇଛନ୍ତି। ପାଟଣା ପୋଲିସରେ ଦାୟର ହୋଇଥିବା ଏଫଆଇଆର୍ ଆଧାରରେ ସିବିଆଇ ତଦନ୍ତ କରିପାରିବ ବୋଲି ରାଜ୍ୟପାଳ କହିଛନ୍ତି। ଏବେ ଏହି ଫାଇଲ୍ ଗୃହ ମନ୍ତ୍ରାଳୟକୁ ଯାଇପାରେ।

ସୁଶାନ୍ତ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର କିଛି ପ୍ରମୁଖ ନେତା କହିଛନ୍ତି, ବିହାର ପୋଲିସକୁ ମୁମ୍ବାଇ ପୋଲିସଠାରୁ ସମସ୍ତ ସୂଚନା ମାଗିବାର ଅଧିକାର ରହିଛି। କିନ୍ତୁ ସେମାନଙ୍କୁ ମହାରାଷ୍ଟ୍ରରେ କୌଣସି ତଦନ୍ତର ଅଧିକାର ନାହିଁ। ମହାରାଷ୍ଟ୍ରର ମନ୍ତ୍ରୀମାନେ ବିହାର ସରକାରଙ୍କ ତରଫରୁ ଏହି ମାମଲାର ସିବିଆଇ ତଦନ୍ତର ଆଇନଗତ ମାନ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି, ଯାହାକୁ ପୂର୍ବରୁ ହିଁ ମହାରାଷ୍ଟ୍ର ପୋଲିସ୍ ତଦନ୍ତ କରିଆସୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ