Advertisment

ସମସ୍ତ ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା: ମୋଦି

ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା। ସମସ୍ତଙ୍କୁ ମାଗଣା ଟିକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍…

ଅଦ୍ୟତନ ହୋଇଛି
ସମସ୍ତ ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା: ମୋଦି

modi

Advertisment

ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା। ସମସ୍ତଙ୍କୁ ମାଗଣା ଟିକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର। ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ। ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା ଲୋକେ ନେଇପାରିବେ। ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ ବୋଲି ମୋଦି କହିଛନ୍ତି।

Advertisment

୨୦୧୪ ପୂର୍ବରୁ ଯେମିତି ଟିକାକରଣ ଚାଲିଥିଲା, ଏବେ ୪୦ ବର୍ଷ ଲାଗିଥାନ୍ତା। ଗତ ୫/୬ ବର୍ଷ ମଧ୍ୟରେ ଟିକାକରଣ ୬୦%ରୁ ବଢ଼ି ୯୦%ରେ ପହଞ୍ଚିଛି। ଆମେ ଶତପ୍ରତିଶତ ଟିକାକରଣକୁ ଆଗଉ ଥିବା ବେଳେ କରୋନା ଆସିଲା। ସାରା ଦୁନିଆ ଭାବୁଥିଲା ଏଭଳି ସ୍ଥିତିରେ ଭାରତ କେମିତି ବଞ୍ଚିବ। କିନ୍ତୁ ଭାରତ ଗୋଟିଏ ନୁହେଁ ୨ଟି ଟିକା ପ୍ରସ୍ତୁତ କରି ଦେଖାଇ ଦେଲା। ଆମ ବୈଜ୍ଞାନିକ କମ ସମୟରେ ଟିକା ପ୍ରସ୍ତୁତ କରିବା ବିଶ୍ୱାସ ଥିଲା। ଆମ ବୈଜ୍ଞାନିକ ରିସର୍ଚ୍ଚ ଚଳାଇଥିବା ବେଳେ ଆମେ ଲଜିଷ୍ଟିକ ପ୍ରସ୍ତୁତ କରିଥିଲୁ।
ଟିକା ପ୍ରସ୍ତୁତ କରୁଥିବା କଂପାନୀକୁ ସରକାର ସବୁ ସହାୟତା ଦେଇଥିଲେ। ସବୁ ପରିସ୍ଥିତିରେ ଟିକା କଂପାନୀ ସହ ସରକାର କାନ୍ଧକୁ କାନ୍ଧ ମିଶାଇଥିଲେ। ଆଗାମୀ ସମୟରେ ଟିକା ଉତ୍ପାଦନ ବହୁଗୁଣିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପଢନ୍ତୁ: ସମସ୍ତ ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା: ମୋଦି

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ